ଦେଶ ବିଦେଶ

ଆସନ୍ତା ୧୮ରୁ ସଂସଦର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ – bajravana

[ad_1]

ନୂଆଦିଲ୍ଲୀ, ୩୧/୦୮ : ଆସନ୍ତା ୧୮ରୁ ସଂସଦର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହୋଇ ୨୨ ପର୍ଯ୍ୟନ୍ତ ଚାଲିବ । କେନ୍ଦ୍ର ସାଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜି ସୂଚନା ଦେଇଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ସଂସଦର ଏହି ବିଶେଷ ଅଧିବେଶନ ସପ୍ତଦଶ ଲୋକସଭାର ତ୍ରୟୋଦଶ ଓ ରାଜ୍ୟସଭାର ୨୬୧ତମ ଅଧିବେଶନରେ ମାତ୍ର ୫ଟି ବୈଠକ ହେବ। ସଂସଦୀୟ ବ୍ୟାପାର ମନ୍ତ୍ରୀ ଅମୃତ କାଳରେ ଅନୁଷ୍ଠିତ ହେଉଥିବା ଏହି ବିଶେଷ ଅଧିବେଶନ କାଳରେ ଆର୍ଥିକ ଚର୍ଚ୍ଚାକୁ ନେଇ ସେ ଆଶାନ୍ୱିତ ଥିବା ଉଲ୍ଲେଖ କରିଛନ୍ତି। ଉଲ୍ଲେଖଓଗ୍ୟ ଯେ କିଛି ଦିନ ପୂର୍ବେ ବିରୋଧୀ ଦଳମାନେ ମୋଦି ସରକାର ଏଥର ସାଧାରଣ ନିର୍ବାଚନ ସମୟ ପୂର୍ବରୁ କରିପାରନ୍ତି ବୋଲି ଆକଳନ କରିଥିଲେ। ଜାନୁୟାରୀ ଅଥବା ଫେବୃଆରୀ ମାସରେ ସାଧାରଣ ନିର୍ବାଚନ କରାଇ ପାରନ୍ତି ବୋଲି ଦିଲ୍ଲୀ ରାଜନୈତିକ ଅଳିନ୍ଦରେ ଏବେ ଚର୍ଚ୍ଚା ଜୋର ଧରିଛି। ଆଗାମୀ ଲୋକସଭା ନିର୍ବାଚନକୁ ନେଇ ବିଜେପି ମଧ୍ୟ ପ୍ରସ୍ତୁତିରେ ଲାଗି ପଡିଛି। ଲୋକସଭା ନିର୍ବାଚନ ନିର୍ଦ୍ଧାରିତ ସମୟରେ ହେଉ କି ତା ପୂର୍ବରୁ ଏଥି ପାଇଁ ବିଜେପି ସବୁ ପ୍ରକାର ପ୍ରସ୍ତୁତି ଚଳାଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button