ମନୋରଞ୍ଜନ

ପାନିଆ ପରେ ଏବେ ଖେଳନା କାରର ପୋଷାକ ତିଆରି କରି ପିନ୍ଧିଲେ ଉର୍ଫି, ମୁଣ୍ଡରେ ହାତ ଦେଲେ ଲୋକେ – bajravana

[ad_1]

ମୁମ୍ବାଇ: ସବୁବେଳେ ନିଜ ପୋଷାକକୁ ନେଇ ଚର୍ଚ୍ଚାର ପରିସର ଭିତରକୁ ଆସିଥାନ୍ତି ବିଗ୍‌ବସ୍‌ ଫେମ୍‌ ତଥା ମଡେଲ୍‌ ଉର୍ଫି ଜାଭେଦ। ଅନେକ ଲୋକ ଉର୍ଫିଙ୍କୁ କ୍ରିଏଟିଭ୍ ବା ସୃଜନଶୀଳ ବୋଲି କହି ପ୍ରଶଂସା କରୁଥିବା ବେଳେ ଅନେକ ଲୋକ ତାଙ୍କର ସମାଲୋଚନା ବି କରନ୍ତି। ଏପରିକି ଉର୍ଫି ନିଜ ପୋଷାକ ମାଧ୍ୟମରେ ସମାଜକୁ ଖରାପ ବାର୍ତ୍ତା ଦେଉଛନ୍ତି ବୋଲି ବି ଅଧିକାଂଶ ସମୟରେ ଅଭିଯୋଗ ହୋଇଛି। ନିଜ ପୋଷାକକୁ ନେଇ ସବୁବେଳେ ବିବାଦରେ ରହୁଥିଲେ ବି ଉର୍ଫି କାହା କଥା ନଶୁଣି ଭିନ୍ନ ଭିନ୍ନ ପୋଷାକ ପିନ୍ଧିବା ଜାରି ରଖିଛନ୍ତି।

ପୂର୍ବରୁ ସେ ପାନିଆରେ ତିଆରି ପୋଷାକ ପିନ୍ଧି ଚର୍ଚ୍ଚାକୁ ଆସିଥିବା ବେ‌ଳେ ଏବେ ସେ ଖେଳନା କାରରେ ପୋଷାକ ତିଆରି କରି ପିନ୍ଧିଛନ୍ତି। ଉର୍ଫି ନିଜ ଇନଷ୍ଟାଗ୍ରାମରେ ସେୟାର କରିଥିବା ଭିଡିଓରେ ଏହି ଅଜବ ପୋଷାକ ପିନ୍ଧିଥିବା ଦେଖାଯାଇଛି। ଭିଡିଓ ଆରମ୍ଭରେ, ଉର୍ଫି ଟେବୁଲ ଉପରେ ଏକ ଖେଳନା କାର ଚଳାଉଥିବାର ନଜର ଆସିଛନ୍ତି। ଏହା ପରେ, କ୍ୟାମେରା ଟିକେ ଦୂରକୁ ଯିବା ପରେ ଉର୍ଫି ଖେଳାନାରେ ତିଆରି ଟପ୍ସ ପିନ୍ଧିଥିବା ଦେଖିବାକୁ ମିଳିଛି। ଉର୍ଫିଙ୍କ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ନିଜ ପୋଷାକକୁ ନେଇ ସବୁବେଳେ ଟ୍ରୋଲ ହେଉଥିଲେ ବି ଉର୍ଫି ଅଜବ ପୋଷାକ ପିନ୍ଧିବା ବନ୍ଦ କରିନାହାନ୍ତି। କିଛି ଦିନ ତଳେ ଏହାର କାରଣ ଜଣାଇ ଉର୍ଫି କହିଥିଲେ, “ଏକ ସପ୍ତାହ ମଧ୍ୟରେ ଯେତେବେଳେ ତାଙ୍କୁ ବିଗ୍ ବସ ଓଟିଟିରୁ ବାହାରକୁ ଆସିବାକୁ ପଡ଼ିଲା, ସେତେବେଳେ ସେ ଅନୁଭବ କଲେ ଯେ ତାଙ୍କ ଜୀବନ ଶେଷ ହୋଇଯାଇଛି। ସେ ତାଙ୍କ ଜୀବନରେ ଏପର୍ଯ୍ୟନ୍ତ କିଛି କରିନାହାଁନ୍ତି। ମୁଁ ଆମ ୭ଜଣଆ ପରିବାରକୁ ଚଳାଏ। ବିଗ୍ ବସରୁ ଆସିବା ପରେ କ’ଣ କରିବି? କିପରି ମୋ ଘରର ଯତ୍ନ ନେବି? ବର୍ତ୍ତମାନ ମୋତେ କେହି କାମ ଦେବେ ନାହିଁ ବୋଲି ଭାବିଥିଲି। ହେଲେ ଧୀରେ ଧୀରେ ଏହା ହୃଦୟଙ୍ଗମ ହେଲା ଯେ ମୋ ପୋଷାକ ଲୋକଙ୍କ ଧ୍ୟାନ ଆକର୍ଷଣ କରୁଛି। ଏହା ଜାଣିବା ପରେ ମୁଁ ଭିନ୍ନ ଭିନ୍ନ ପୋଷାକ ଡିଜାଇନ କରି ପିନ୍ଧିବା ଆରମ୍ଭ କଲି। ଲୋକେ ମୋତେ ଏଥିପାଇଁ ଟ୍ରୋଲ କରୁଥିଲେ ବି ମୁଁ ଏଭଳି କରି ମୋ ଘର ଚଳାଇ ପାରୁଛି ଓ ସେମାନଙ୍କୁ ଖାଇବାକୁ ଦେଇପାରୁଛି। ଏହା ମୋ ପାଇଁ ବଡ଼ କଥା।”



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button