ମନୋରଞ୍ଜନ

ଚୁପ ହୋଇକି ବସ୍; ‘ଯବାନ’ର ଆୟ ଉପରେ ପ୍ରଶ୍ନ କରିବାରୁ ଶାହରୁଖ ଦେଲେ ଏଭଳି ପ୍ରତିକ୍ରିୟା – bajravana

[ad_1]

ମୁମ୍ବାଇ: ସେପ୍ଟେମ୍ବର ୭ରେ ରିଲିଜ୍ ହୋଇଥିଲା ବାଦଶାହ ଶାହରୁଖ ଖାନଙ୍କ ଅଭିନୀତ ଫିଲ୍ମ ‘ଯବାନ’। ରିଲିଜ୍ ପରେ ପରେ ବକ୍ସ ଅଫିସରେ ରାଜ୍ କରିଥିଲା ଏହି ଫିଲ୍ମ। ବିଭିନ୍ନ ରିପୋର୍ଟରେ ଏହି ଫିଲ୍ମ ବିଶ୍ବ ବକ୍ସ ଅଫିସର ଆୟକୁ ମିଶାଇ ୧୦୦୦କୋଟି ପାର୍ କରିଥିବା ଦାବି କରାଯାଉଥିବା ବେଳେ ଏହାକୁ ମିଛ ବୋଲି କହୁଛନ୍ତି ଲୋକେ। ଏକ୍ସରେ ଶାହରୁଖ #ଆସ୍କଏସଆରକେ ସେସନ ଆରମ୍ଭ କରିଥିବା ବେଳେ ଜଣେ ବ୍ୟବହାରକାରୀ ‘ଯବାନ’ର ଆୟ ଉପରେ ପ୍ରଶ୍ନ କରିଥିଲେ। ଏହାର ଜବାବରେ ଶାହରୁଖ ତାଙ୍କୁ ଚୁପ ରହି ଗଣିବା ଜାରି ରଖ ବୋଲି କହିଥିବା ଦେଖାଯାଇଛି।

ବ୍ୟବହାରକାରୀଜଣକ ପ୍ରଶ୍ନ କରିଥିଲେ ‌ଯେ, “ଯବାନର ନକଲି ସଂଗ୍ରହ ସଂଖ୍ୟା ବିଷୟରେ କ’ଣ କହିବେ? ଅନେକ ଖବରରେ ଫିଲ୍ମର ନକଲି ଆୟ ବିଷୟରେ କୁହାଯାଉଛି।” ଉତ୍ତରରେ ମେଗାଷ୍ଟାର ଲେଖିଥିଲେ ଯେ, “ଚୁପ୍ ହୋଇକି ବସ ଓ ଗଣିବା ଜାରି ରଖ। ଗଣିବା ସମୟରେ ଧ୍ୟାନ ଭଙ୍ଗ କରିବ ନାହିଁ। ”

ତାଙ୍କର ଏଭଳି ଜବାବ ଏବେ ଭାଇରାଲ ହେବାରେ ଲାଗିଛି। ଶାହରୁଖଙ୍କ ପ୍ରଶଂସକଙ୍କୁ ତାଙ୍କର ଏହି ଜବାବ ପସନ୍ଦ ଆସିଛି। ତେବେ ଏହା ପ୍ରଥମ ନୁହେଁ ଏହା ପୂର୍ବରୁ ଶାହରୁଖଙ୍କ ଅଭିନୀତ ଫିଲ୍ମ ପଠାନ ବକ୍ସ ଅଫିସରେ ୧୦୦୦କୋଟିରୁ ଅଧିକ ଟଙ୍କା ଆୟ କରିଥିବା ନେଇ ଦାବି କରାଯାଉଥିବା ବେଳେ ଏହି ସଂଖ୍ୟା ମିଛ ବୋଲି ଚର୍ଚ୍ଚା ହୋଇଥିଲା। ହେଲେ ଏହ ଉପରେ ଶାହରୁଖ କୌଣସି ପ୍ରତିକ୍ରିୟା ଦେଇନଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button