ଅପରାଧ

୫-ଟି ସଚିବଙ୍କ ନାଁ କହି ଠକେଇ ମାମଲା: ଧରାପଡ଼ିବା ପରେ ଟଙ୍କା ଫେରାଇ ଖସିଯିବାକୁ ମସୁଧା – bajravana

[ad_1]

ଅଭିଯୁକ୍ତ କୋରାପୁଟ ଜିଲ୍ଲା ବିଜେଡି ଡିଜିଟାଲ ମିଡିଆ ସେଲ୍‌ ସଂପାଦକ, ମାମଲା ରୁଜୁ କରି ମହାକାଳପଡ଼ା ପୁଲିସ ଚୁପ୍‌

କେନ୍ଦ୍ରାପଡ଼ା/ମହାକାଳପଡ଼ା: ‘୫-ଟି ସଚିବ ଭି.କେ ପାଣ୍ତିଆନ୍‌ଙ୍କ ଅଫିସ୍‌ରୁ କହୁଛି’ କହି ମହାକାଳପଡ଼ାର ଜଣେ ଅସହାୟ ବିଧବାଙ୍କଠୁ ଟଙ୍କା ଠକି ନେବା ମାମଲା ନୂଆ ମୋଡ଼ ନେଇଛି। ‘ସମ୍ବାଦ’ରେ ଏ ସ˚କ୍ରାନ୍ତରେ ଖବର ପ୍ରକାଶ ପାଇବା ପରେ ଠକ ଯୁବକଜଣକ ଟଙ୍କା ଫେରାଇ ଖସିଯିବାକୁ ଉଦ୍ୟମ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏହି ଠକ ଯୁବକଜଣକ ଇ˚. ସ˚ଗ୍ରାମ କେଶରୀ ବାରିକ। ସେ କୋରାପୁଟ ଜିଲ୍ଲା ବିଜେଡି ଡିଜିଟାଲ ମିଡିଆ ସେଲ୍‌ ସଂପାଦକ ବୋଲି ଅନୁସ˚ଧାନରୁ ଜଣାପଡ଼ିଛି। ମହାକାଳପଡ଼ା ପୁଲିସ ଏ ସ˚କ୍ରାନ୍ତରେ ମାମଲା(ନ˚-୨୫୨/୨୩) ରୁଜୁ କରିଥିଲେ ମଧୢ ଠକ ଯୁବକଙ୍କୁ ଗିରଫ କରିନାହିଁ। ଅଭିଯୋଗକାରିଣୀ ମହିଳାଙ୍କଠୁ ଫୋନ୍‌-ପେ’ ମାଧୢମରେ ଟଙ୍କା ନେବା ଏବ˚ ଖବର ପ୍ରକାଶ ପରେ ତରବରିଆ ଭାବେ ଫେରାଇ ଦେବାର ଚାକ୍ଷୁଷ ପ୍ରମାଣ ଥାଇ ବି ମହାକାଳପଡ଼ା ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ବଦଳରେ ହାତବାନ୍ଧି ଚୁପ୍‌ ବସିବା ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।
ମହାକାଳପଡ଼ା ବ୍ଲକ୍‌ ପେଟଛେଲା ପଞ୍ଚାୟତ କୋଚିଳା ଗ୍ରାମର ପୁଷ୍ପଲତା ସ୍ବାଇଁ ଗତ ୨୨ତାରିଖରେ ମହାକାଳପଡ଼ା ଥାନାରେ ଠକେଇ ଅଭିଯୋଗ ଆଣିଥିଲେ। ଅଭିଯୋଗରେ ଦର୍ଶାଇଥିଲେ ଯେ ସ୍ବାମୀଙ୍କ ମୃତ୍ୟୁ ପରେ ଏକମାତ୍ର ଝିଅକୁ ଧରି ସେ ବାପଘରେ ରହୁଛନ୍ତି। ତାଙ୍କର ୧୯ ଡିସିମିଲ୍‌ ଜାଗା ପଡେ଼ାଶୀ ଲୋକ ମାଡ଼ି ବସିଥିବା ନେଇ ସେ ଭି.କେ ପାଣ୍ତିଆନ୍‌ଙ୍କ ଟ୍ବିଟର‌୍‌ରେ ଅଭିଯୋଗ କରିଥିଲେ। ଅଭିଯୋଗର କିଛି ଦିନ ପରେ ତାଙ୍କ ନିକଟକୁ ଫୋନ୍‌ କଲ୍‌ ଆସିଥିଲା।

ପାଣ୍ତିଆନ୍‌ଙ୍କ ଅଫିସ୍‌ରୁ କହୁଥିବା କହି ଏକ ନିର୍ଦ୍ଦିଷ୍ଟ ନମ୍ବରରେ ଆଉ ଥରେ ଅଭିଯୋଗପତ୍ର ପଠାଇବାକୁ ତାଙ୍କୁ କୁହାଯାଇଥିଲା। ପୁଷ୍ପଲତା ଅଭିଯୋଗପତ୍ର ହ୍ବାଟ୍‌ସଆପ୍‌ରେ ପଠାଇବା ପରେ ସେପଟୁ ଏକ ଫର୍ମ ପଠାଯାଇ ଏହାକୁ ପୂରଣ କରିବାକୁ କୁହାଯାଇଥିଲା। ସେ ଏହା କରିସାରିବା ପରେ ଜିଲ୍ଲାପାଳ, ତହସିଲଦାର ଓ ଆଇଆଇସି ମିଳିତ ଭାବେ କ୍ଷେତ୍ରସ୍ଥଳ ଅନୁଧ୍ୟାନ କରିବାକୁ ଯିବେ ଏବ˚ ଏଥିପାଇଁ ଅଫିସିଆଲ୍‌ ଖର୍ଚ୍ଚ ଦାଖଲ କରିବାକୁ ପଡ଼ିବ ବୋଲି ତାଙ୍କୁ କୁହାଯାଇଥିଲା। ସେ ଘଟଣାସ୍ଥଳରେ ହିଁ ଯାହା ଖର୍ଚ୍ଚ ଲାଗିବ, ଦେଇଦେବେ ବୋଲି କହିଥିଲେ। ମାତ୍ର ଆଗୁଆ ଦେବାକୁ ପଡ଼ିବ ବୋଲି କୁହାଯିବାରୁ ପୁଷ୍ପଲତା ସ˚ଗ୍ରାମ କେଶରୀ ବାରିକଙ୍କ ନାମରେ ଥିବା ଫୋନ୍‌-ପେ’ ଆକାଉଣ୍ଟ୍‌ରେ ବିଭିନ୍ନ ପର୍ଯ୍ୟାୟରେ ୨୯ହଜାର ୯୦୦ଟଙ୍କା ପଇଠ କରିଥିଲେ। ଏହି ଟଙ୍କା ନେବା ପରେ ଅଫିସର‌୍‌ ଆସିବେ କହି ସମୟ ଗଡ଼ାଇ ଚାଲିବା ସହିତ ତାଙ୍କ ଫୋନ୍‌ ଆଉ କେହି ଉଠାଇ ନଥିଲେ ବୋଲି ପୁଷ୍ପଲତା ଅଭିଯୋଗରେ ଦର୍ଶାଇଛନ୍ତି। ଠକେଇର ଶିକାର ହେଇଥିବା ଜାଣିବା ପରେ ପୁଷ୍ପଲତା ମହାକାଳପଡ଼ା ଥାନାରେ ଅଭିଯୋଗ କରିଥିଲେ।

ଏ ସ˚କ୍ରାନ୍ତରେ ‘ସମ୍ବାଦ’ରେ ଦୁଇଥର ତଥା ରାଜଧାନୀ ରାଜନୀତିରେ ଆଜି ଖବର ପ୍ରକାଶ ପାଇବା ପରେ ରବିବାର ଦିନ ୧୦ଟା ୧୭ ଓ ୧୧ଟା ୧୧ସମୟରେ ସ˚ଗ୍ରାମ କେଶରୀ ବାରିକଙ୍କ ନାମରେ ଥିବା ଫୋନ୍‌-ପେ’ ଆକାଉଣ୍ଟ୍‌ରୁ ପୁଷ୍ପଲତାଙ୍କ ଭାଇ ପଦ୍ମଲୋଚନ ସ୍ବାଇଁଙ୍କ ଫୋନ୍‌-ପେ’କୁ ଦୁଇ ପର୍ଯ୍ୟାୟରେ ୨୯ହଜାର ୯୦୦ଟଙ୍କା ଆସିଛି।

ଉଲ୍ଲେଖନୀୟ କଥା ହେଉଛି, ବିଜେଡି ଆଇଟି ସେଲ୍‌ରେ କାମ କରୁଥିବା ସ˚ଗ୍ରାମଙ୍କ ନାଁରେ ପୂର୍ବରୁ ମଧୢ ଏକାଧିକ ଠକେଇ ମାମଲା ରହିଛି। ଏକ ଠକେଇ ମାମଲାରେ ଭଦ୍ରକ ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏପରିକି କୋରାପୁଟ ଜିଲ୍ଲା ପୁଲିସ ମଧୢ ଅତୀତରେ ତାଙ୍କୁ ଥାନାରେ ଅଟକ ରଖିଥିବା ସୂଚନା ରହିଛି। ବିଭିନ୍ନ ସମୟରେ ସ˚ଗ୍ରାମ ବିଜେଡି ନେତାଙ୍କ ନାଁ ଏବ˚ ପାଣ୍ତିଆନ୍‌ଙ୍କ ଅଫିସ୍‌ରୁ କହୁଥିବା କହି ସେ ସାଧାରଣ ଲୋକଙ୍କୁ ଠକୁଥିବା ଅଭିଯୋଗ ରହିଥିବା ବେଳେ ଦଳ କିଭଳି ତାଙ୍କୁ ଆଇଟି ସେଲ୍‌ ଭଳି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ କରିଛି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରୁଛି।
ଅନ୍ୟପକ୍ଷରେ ‘ସମ୍ବାଦ’କୁ ପ୍ରତିକ୍ରିୟା ଦେଇ ଅଭିଯୁକ୍ତ ସ˚ଗ୍ରାମ ଅସହାୟ ମହିଳାଙ୍କଠୁ ଟଙ୍କା ନେବା ଏବ˚ ପରେ ଫେରାଇଥିବା କଥା ମାନିଛନ୍ତି। ହେଲେ କେଉଁ କାରଣ ପାଇଁ ଟଙ୍କା ନେଇଥିଲେ, ତାହାର କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନାହାନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button