ଅପରାଧ

ମହିଳା ଓ ଶିଶୁଙ୍କୁ ଛୁରି ଭୁସିବା ଘଟଣା: ପୁଲିସ କର୍ମଚାରୀଙ୍କ ଉପରକୁ ବାଣ ପକାଇଲେ ପ୍ରତିବାଦକାରୀ – bajravana

[ad_1]

ଡବ୍‌ଲିନ୍‌: ୩ଜଣ ପିଲା ଓ ଜଣେ ପ୍ରାପ୍ତ ବୟସ୍କା ମହିଳାଙ୍କୁ ମରଣାନ୍ତକଭାବେ ଛୁରି ଭୁସିବା ଘଟଣାରେ ପ୍ରତିବାଦକାରୀ ଉତ୍‌କ୍ଷିପ୍ତ ଜନତା ଗୁରୁବାର ସନ୍ଧ୍ୟାରେ  ଡବ୍‌ଲିନ୍‌ ରାସ୍ତା ଉପରକୁ ଚାଲିଆସି ଦଙ୍ଗା କରିବା ସହିତ ଥାନାରେ ଥିବା ପୁଲିସ କର୍ମଚାରୀଙ୍କ ଉପରକୁ ବାଣ ‌ଫିଙ୍ଗିଛନ୍ତି।

ଏହି ଘଟଣାରେ ଜଣେ ପ୍ରବାସୀଙ୍କର ସମ୍ପୃକ୍ତି ରହିଥିବା ଗୁଜବ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବାରୁ ଆୟର୍ଲାଣ୍ଡ୍‌ର ରାଜଧାନୀ ଡବ୍‌ଲିନ୍‌ର ଜନସାଧାରଣ ଅତ୍ୟନ୍ତ ଉତ୍‌କ୍ଷିପ୍ତ ହୋଇଯାଇଥିଲେ। ସେମାନେ ଯେଭଳି ପ୍ରତିବାଦ କଲେ ତାହା ଡବ୍‌ଲିନ୍‌ ପାଇଁ ଥିଲା ଅଜଣା ଓ ଅଭୂତପୂର୍ବ।

ଡବ୍‌ଲିନ୍‌ର ଦଙ୍ଗାକାଳୀନ ଭିଡିଓ ମଧ୍ୟ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଛି। ସେଥିରୁ ଗୋଟିଏ ଭିଡିଓରେ ଦେଖାଯାଉଛି, ଜଣେ ପ୍ରତିବାଦକାରୀ ବାଣରେ ନିଆଁ ଲଗାଇ ଥାନାରେ ଥିବା ପୁଲିସଙ୍କୁ ଉପରକୁ ଫିଙ୍ଗୁଛନ୍ତି।

Image Courtesy of Times Now

ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ଡବ୍‌ଲିନ୍‌ର ଗୁରୁତ୍ବପୂର୍ଣ୍ଣ ଅଞ୍ଚଳଗୁଡ଼ିକରେ ଅଧିକସଂଖ୍ୟକ ପୁଲିସ ମୁତୟନ କରାଯାଇଛି। ଡବ୍‌ଲିନ୍‌ର ପାର୍ନେଲ୍‌ ଛକରେ ଥିବା ଏକ ପ୍ରାଥମିକ ବିଦ୍ୟାଳୟ ବାହାରେ ଛୁରି ଭୁସା ଘଟଣାରେ ୩ଜଣ ପିଲା ଓ ୨ଜଣ ପ୍ରାପ୍ତବୟସ୍କ ସାଙ୍ଘାତିକ ଆହତ ହେବାରୁ ଗୁରୁବାର ଦିନ ଅସଂଖ୍ୟ ଜନତା ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବାରୁ ଦଙ୍ଗାର ସୂତ୍ରପାତ ହୋଇଥିଲା। ପ୍ରତିବାଦକାରୀମାନେ ପୁଲିସ ଅଧିକାରୀମାନଙ୍କ ସହିତ ସଂଘର୍ଷ କରି ଗୋଟାଏ ‘ଗାର୍ଡା’ (ପୁଲିସ ଗାଡ଼ି) କାର୍‌ରେ ନିଆଁ ଲଗାଇ ଦେଇଥିଲେ।

ଏହାଛଡ଼ା, ସେମା‌ନେ ଆହୁରି କେତେକ ସ୍ଥାନରେ ମଧ୍ୟ ପୋଡ଼ାଜଳା କରିଥିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଛି।

ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଲିଆମ୍‌ ଜେରାଜ୍‌ଟି କହିଛନ୍ତି: ଡବ୍‌ଲିନ୍‌ ଅଞ୍ଚଳରେ ୫ଜଣ ଆହତଙ୍କୁ ଡାକ୍ତରଖାନା ନିଆଯାଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି ୩ଜଣ ଛୋଟ ପିଲା, ଜଣେ ପ୍ରାପ୍ତ ବୟସ୍କ ମହିଳା ଓ ପୁରୁଷ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button