ଓଡିଶା

ଦାଦାବଟି ଆଦାୟ ଅଭିଯୋଗରେ ବାପା ଓପୁଅ ଗିରଫ – bajravana

[ad_1]

ଜୟପୁର: ଜୟପୁର ସଦରଥାନା ଅର୍ନ୍ତଗତ ଦୁବୁଲି ଗାଁର ତପନ ସରକାରଙ୍କୁ ସେହି ଗାଁର ୨ଜଣ ଦାଦା ବଟି ମାଗିବା ସହ ପ୍ରାଣାନ୍ତକ ଆକ୍ରମଣ କରିଥିବା ପୁଲିସ ନିକଟରେ ଅଭିଯୋଗ କରିଥିଲା। ଘଟଣାର ତଦନ୍ତ କରି ସେହି ଗାଁର ଅଭିଯୁକ୍ତ କୁନୁ ପରଜା (୪୨) ଓ ତାଙ୍କ ପୁଅ ଡମ୍ବୁରୁ ପରଜା(୨୦)କୁ ପୁଲିସ ଗିରଫ କରି କୋର୍ଟକୁ ଚାଳାଣ କରିଥିବା କହିଛନ୍ତି ଜୟପୁର ସଦରଥାନା ଅଧିକାରୀ ଇଶ୍ବର ତାଣ୍ଡି।

ସୂଚନା ଅନୁଯାୟୀ, ଗତ କାଲି ଅପରାହ୍ନ ସାଢ଼େ ୫ଟା ବେଳେ ଦୁବୁଲି ଗାଁରେ ତପନ ସରକାର ଅନ୍ୟ ଗ୍ରାମବାସୀଙ୍କ ସହ କଥାବାର୍ତ୍ତା କରୁଥିଲେ। ଏହି ସମୟରେ ସେହି ଗାଁର ଅଭିଯୁକ୍ତ କୁନୁ ସେଠାକୁ ଆସି ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ମାରପିଟ୍ କରି ୫୦ହଜାର ଟଙ୍କାର ବଟି ମାଗିଥିଲା। ଏହା ପରେ ଅଭିଯୁକ୍ତ କୁନୁ ତା ପୁଅ ଡମ୍ବୁରୁ କୁ ଡାକିଥିଲା।ଉଭୟ ବାପା ଓ ପୁଅ ମିଶି ତପନକୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ହାତରେ ପିନ୍ଧିଥିବା ପଂଜାବୀ କଢ଼ାରେ ତାଙ୍କ ମୁହଁରେ ଆଘାତ ଦେଇଥିଲେ। ତପନ ଥାନାକୁ ଅଭିଯୋଗ କରିବାକୁ ଆସିବା ସମୟରେ ତାଙ୍କ ଘରକୁ ଅଭିଯୁକ୍ତ ବାପା ଓ ପୁଅ ଯାଇ ଘରେ ଥିବା ମହିଳାଙ୍କୁ ମାରପିଟ୍‌ କରିଥିବା ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ଦ୍ବୟ ବାପା ଓପୁଅକୁ ଗିରଫ କରି କୋର୍ଟକୁ ଚାଳାଣ କରିଥିଲା। ଅଭିଯୁକ୍ତ ବାପା ନାଁରେ ପୂର୍ବରୁ ବି ଏଭଳି ଅପରାଧିକ ମାମଲା ରହିଥିବା କହିଛନ୍ତି ସଦରଥାନା ଅଧିକାରୀ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button