ଅପରାଧ

ପୁଅକୁ ଜୁଆ ଖେଳିବାକୁ ପରାମର୍ଶ ଦେଇଥିଲା ତାନ୍ତ୍ରିକ, ପ୍ରତିଶୋଧ ନେବାକୁ ହତ୍ୟା କଲା ବାପା – bajravana

[ad_1]

ଉନ୍ନାଓ: ପୁଅକୁ ଜୁଆ ଖେଳିବା ସହ ନିଶା ସେବନ କରିବାକୁ ପରାମର୍ଶ ଦେଇଥିଲା ତାନ୍ତ୍ରିକ | ଆଉ କିଛିଦିନ ପରେ ପୁଅ ଆତ୍ମହତ୍ୟା କରିବା ପରେ ପ୍ରତିଶୋଧ ନେବାକୁ ଉକ୍ତ ତାନ୍ତ୍ରିକକୁ ହତ୍ୟା କଲା ବାପା | ଉତ୍ତରପ୍ରଦେଶର ଉନ୍ନାଓ ଅଂଚଳରେ ଏଭଳି ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି | ବାସ୍ତବରେ ଉନ୍ନାଓ ବଙ୍ଗରମାଉ ଅଞ୍ଚଳରେ କିଛିଦିନ ତଳେ ଜଣେ ବ୍ୟକ୍ତିଙ୍କ ପୋଡା ମୃତଦେହ ପୁଲିସ ଜବତ କରିଥିଲା | ଆଉ ତଦନ୍ତ ପରେ ଏହି ମୃତଦେହ ୬୦ ବର୍ଷୀୟ ତାନ୍ତ୍ରିକ ସର୍ବାଙ୍ଗ ବାବା ଓରଫ ପ୍ରମୋଦ ଶର୍ମାଙ୍କର ବୋଲି ଜଣାପଡିଥିଲା | ଏହି ଘଟଣାରେ ପୁଲିସ ଆଜି ମୁଖ୍ୟ ଅଭିଯୁକ୍ତ ସନ୍ତୋଷଙ୍କୁ ଗିରଫ କରିଛି | ନିଜ ପୁଅ ବିଶାଲଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ସନ୍ତୋଷ ତାନ୍ତ୍ରିକଙ୍କୁ ହତ୍ୟା କରିଥିବା ପୁଲିସ କହିଛି ।

ଅଗଷ୍ଟ ୧୮ରେ, ଘରେ ପୂଜାପାଠ କରିବାର ବାହାନାରେ ସନ୍ତୋଷ ତାନ୍ତ୍ରିକଙ୍କୁ ଘରକୁ ଡ଼କାଇଥିଲା ଓ ଗଳା କାଟି ହତ୍ୟା କରିବା ପରେ ମୃତଦେହରେ ଏସିଡ ଢାଳି ପୋଡିଦେଇଥିଲା | ଅଭିଯୁକ୍ତ ସନ୍ତୋଷ ପୁଲିସକୁ କହିଛି ଯେ ପ୍ରାୟ ଦେଢ଼ ବର୍ଷ ପୂର୍ବେ ତାନ୍ତ୍ରିକ ସହ ତାଙ୍କ ପୁଅ ଵିଶାଲଙ୍କର ପରିଚୟ ହୋଇଥିଲା | ତାନ୍ତ୍ରିକ ଜଣକ ପୁଅ ବିଶାଲକୁ ଜୁଆ ଖେଳିବା ସହ ନିଶା ସେବନ କରିବାକୁ ପ୍ରବର୍ତ୍ତାଇଥିଲେ | ତେବେ ଜୁଆ ଖେଳୁଖେଳୁ ତାଙ୍କ ପୁଅ ଫସି ଯାଇଥିଲେ। ସେ ଲୋକଙ୍କ ପାଖରୁ ଧାର ଉଧାର କରିଥିଲେ ଓ ମାନସିକ ଭାରସାମ୍ୟ ହରାଇ କିଛିଦିନ ପୂର୍ବେ ଆତ୍ମହତ୍ୟା କରିଥିଲେ |

ତେବେ ପୁଅ ଵିଶାଲର ମୃତ୍ୟୁ ପାଇଁ ତାନ୍ତ୍ରିକ ହିଁ ଦାୟୀ ବୋଲି ସନ୍ତୋଷ ଭାବିନେଇଥିଲେ | ପୁଅ ମୃତ୍ୟୁର ପ୍ରତିଶୋଧ କିଭଳି ନିଆଯାଇପାରିବ ସେନେଇ ସନ୍ତୋଷ ଯୋଜନା କରିଥିଲେ | ଅଗଷ୍ଟ ୧୭ରେ ଏକ କାର ଭଡା କରି ତାନ୍ତ୍ରିକଙ୍କ ପାଖରେ ପହଞ୍ଚିଥିଲେ | ଘରେ ପୂଜା କରିବାର ବାହାନା କରି ସେ ୧୮ ଅଗଷ୍ଟରେ ତାନ୍ତ୍ରିକକୁ ତାଙ୍କ ଘରକୁ ଆଣିଥିଲେ। ଅଗଷ୍ଟ ୧୯ ତାରିଖ ସନ୍ଧ୍ୟାରେ ତାନ୍ତ୍ରିକଙ୍କୁ ହତ୍ୟା କରିଥିଲେ |



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button