ଓଡିଶା

ହୋମଗାର୍ଡ ସୈରିନ୍ଦ୍ରୀ ସାହୁଙ୍କୁ ନିର୍ଯାତନା ମାମଲା: ୧୦ ଦିନ ପରେ ବି ରୁଜୁ ହୋଇନି ମାମଲା – bajravana

[ad_1]

ପୀଡ଼ିତାଙ୍କୁ ଭେଟିବାକୁ ଯାଇ ମହିଳା କମିସନ ଅଧ୍ୟକ୍ଷା ନିରାଶ

କଟକ: ହୋମଗାର୍ଡ ସୈରିନ୍ଦ୍ରୀ ସାହୁ ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ ବିରୋଧରେ ଗଲା ୧୩ ତାରିଖରୁ ହୋମଗାର୍ଡ ଡିଜିଙ୍କ ସମେତ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ଚିଠି ଲେଖିଲେଣି। କିନ୍ତୁ ଘଟଣାର ୧୦ ଦିନ ପରେ ବି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଶୂନ। ନିୟମ ଅନୁଯାୟୀ ପୁଲିସ ନିଜ ଆଡୁ ମାମଲା ରୁଜୁ କରି ଘଟଣାର ତଦନ୍ତ ବି ଆରମ୍ଭ କରିନି। କେବଳ ଦୋଷ ଖସାଇବା ଢଙ୍ଗରେ ଡିଆଇଜି ବ୍ରିଜେଶ କୁମାର ରାୟଙ୍କ ବଦଳି କରି ଦିଆଯାଇଛି। କିନ୍ତୁ ଏ କ୍ଷେତ୍ରରେ ବଦଳି ଏକ କାର୍ଯ୍ୟାନୁଷ୍ଠାନ ନୁହେଁ ବୋଲି କୁହାଯାଉଛି। ବରିଷ୍ଠ ଆଇନଜୀବୀଙ୍କ ମତରେ ଏହି ଘଟଣାରେ ଉଭୟ ଡିଆଇଜି ଓ ତାଙ୍କ ପତ୍ନୀଙ୍କ ବିରୋଧରେ ମାମଲା ରୁଜୁ ହୋଇ ତଦନ୍ତ କରାଯିବା କଥା। ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ କହିବା ଅନୁଯାୟୀ ଆଇନ ସମସ୍ତଙ୍କ ପାଇଁ ସମାନ। ଯଦି ଜଣେ ସାଧାରଣ ଲୋକଙ୍କ ବିରୋଧରେ ଏଭଳି ଅଭିଯୋଗ ହୋଇଥାନ୍ତା ତେବେ ପୁଲିସ ଏମିତି ବସି ନଥାନ୍ତା। ଯେହେ​ତୁ ମହିଳା ହୋମଗାର୍ଡ ଜଣକ ଏବେ ହସ୍ପିଟାଲରେ ଅଛନ୍ତି ଓ ସେ ତାଙ୍କ ବିଭାଗୀୟ ମୁଖ୍ୟଙ୍କୁ ଲିଖିତ ଭାବେ ଘଟଣା ସଂପର୍କରେ ଜଣାଇଛନ୍ତି, ସେହି ଅଭିଯୋଗ ଅନୁସାରେ ଡିଆଇଜିଙ୍କ ପତ୍ନୀଙ୍କ ବିରୋଧରେ ପୁଲିସ ନିଜ ଆଡୁ ମାମଲା ରୁଜୁ କରିବା କଥା। ଅନ୍ୟପଟେ କୌଣସି ସରକାରୀ ବ୍ୟବସ୍ଥା ବା ନିୟମରେ ଜଣେ ହୋମଗାର୍ଡଙ୍କୁ ଘରୋଇ କାର୍ଯ୍ୟରେ ବ୍ୟବହାର କରାଯାଇ ପାରିବ ନାହିଁ। ଏହା ଅନୈତିକ ଓ ନିୟମ ବର୍ହିଭୂତ। ତେଣୁ ତାହାର ବି ତଦନ୍ତ ହେବା ଆବଶ୍ୟକ। ଯଦି ମହିଳା ହୋମଗାର୍ଡଙ୍କୁ ଅଭିଯୋଗ ଅନୁଯାୟୀ ଡିଆଇଜିଙ୍କ ଘରେ ଘରୋଇ କାର୍ଯ୍ୟରେ ନିୟୋଜନ କରାଯାଇଥାଏ, ତେବେ ଡିଆଇଜି ବି ସେଥିପାଇଁ ଦୋଷୀ ହେବେ।
କିନ୍ତୁ ପୁଲିସ ଏଯାଏ ମାମଲା ରୁଜୁ କରି ନଥିବା ବେଳେ ଆଜି ହୋମଗାର୍ଡ ଡିଜିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ହୋମଗାର୍ଡ ମହିଳା ସୁସ୍ଥ ହୋଇ ହସ୍ପିଟାଲରୁ ବାହାରିବା ପରେ ତାଙ୍କୁ ପଚରାଉଚୁରା କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ। ତାଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ। ଏବଂ ତାଙ୍କ ଝିଅକୁ ହୋମଗାର୍ଡ ବିଭାଗରେ କାର୍ଯ୍ୟ କରିବାର ସୁଯୋଗ ମିଳିବ।

ବରିଷ୍ଠ ଆଇନଜୀବୀଙ୍କ ମତ; ଡିଆଇଜି ଦମ୍ପତିଙ୍କ ବିରୋଧରେ ପୁଲିସ ନିଜ ଆଡ଼ୁ ମାମଲା କରିବା କଥା
ପୀଡ଼ିତାଙ୍କୁ ଭେଟିବାକୁ ଯାଇ ମହିଳା କମିସନ ଅଧ୍ୟକ୍ଷା ନିରାଶ

ଏହି ସ୍ପର୍ଶକାତର ତଥା ସମ୍ବେଦନଶୀଳ ଘଟଣାରେ କିନ୍ତୁ ବିଭିନ୍ନ ମହଲରେ ପ୍ରତିକ୍ରିୟା ବଢିବାରେ ଲାଗିଛି। ଗତକାଲି ଦୁଇଟି ପୃଥକ ମାମଲା ଜାତୀୟ ଓ ରାଜ୍ୟ ମାନବାଧିକାର କମିସନରେ ରୁଜୁ ହୋଇଥିବା ବେଳେ ଆଜି ରାଜ୍ୟ ମହିଳା କମିସନ ନିଜ ଆଡୁ ମାମଲା ରୁଜୁ କରି ଅନୁଗୁଳ ଏସପିଙ୍କୁ ଘଟଣା ସଂପର୍କରେ ରିପୋର୍ଟ ତଲବ କରିଛନ୍ତି। ଆଜି ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ମିନତି ବେହେରା ପୀଡ଼ିତାଙ୍କୁ ଭେଟିବା ପାଇଁ କଟକର ଅଶ୍ବିନୀ ହସ୍ପିଟାଲକୁ ଆସିଥିଲେ। କିନ୍ତୁ ସେଠାରେ ତାଙ୍କୁ କଂଗ୍ରେସ କର୍ମୀମାନେ ବିରୋଧ କରିବାରୁ ସେ ପୀଡ଼ିତାଙ୍କୁ ଭେଟି ନ ପାରି ଫେରି ଯାଇଥିଲେ। ରୋଗୀ ଗୁରୁତର ଥିବା କହି ମେଡିକାଲ କର୍ତ୍ତୃପକ୍ଷ ‌ପୀଡିତାଙ୍କୁ ଭେଟିବା ପାଇଁ କଂଗ୍ରେସର ମହିଳା ପ୍ରତିନିଧି ମଣ୍ଡଳୀକୁ ଛ‌ାଡି ନଥିବା ବେଳେ ଅଧ୍ୟକ୍ଷ‌ା କିଭଳି ଯିବେ ବୋଲି ସେମାନେ ପ୍ରଶ୍ନ କରିଥିଲେ। ପରେ କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ସୁନିଲ ବଂଶଲଙ୍କୁ ‌ଭେଟି ମହିଳା ହୋମଗାର୍ଡଙ୍କୁ ନ୍ୟାୟ ‌ପ୍ରଦାନ କରିବା ସହିତ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି ଜଣାଇଥିଲେ। ପ୍ରଦେଶ କଂଗ୍ରେସର ପୂର୍ବତନ ମହିଳା ସଭାନେତ୍ରୀ ସଶ୍ମିତା ବେହେରାଙ୍କ ନେତୃତ୍ବର ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ, ରଶ୍ମି ମହାପାତ୍ର, ନିରୂପମା ପାତ୍ର, ବାଙ୍କନିଧି ବେହେରା, ହଳଧର ସେଠୀ ଓ ଆକାଶ ଭୂୟାଁ ପ୍ରମୁଖ ଡିଜିଙ୍କୁ ଭେଟି ଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button