ଓଡିଶା

ମୁଖ୍ୟମନ୍ତ୍ରୀଙ୍କ ବଦଳରେ ଆସିଲେ ୫-ଟି ସଚିବ, ଛାତ୍ରଛାତ୍ରୀଙ୍କୁ ଭଣ୍ଡାଇଦେଲେ କି କଲେଜ କର୍ତ୍ତୃପକ୍ଷ! – bajravana

[ad_1]

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଆସିବାର ଅଛି କୁହାଗଲା, ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ସହ କଲେଜ ପରିଚୟପତ୍ର ଆଣି ଆସିବାକୁ ବି ନିର୍ଦ୍ଦେଶନାମା ହେଲା | ହେଲେ ମୁଖ୍ୟମନ୍ତ୍ରୀଙ୍କ ବଦଳରେ ଆସିଲେ ୫-ଟି ସଚିବ | ଆଜି ଭୁବନେଶ୍ୱର ଜନତା ମଇଦାନରେ ୧୫ହଜାର ଛାତ୍ରଛାତ୍ରୀଙ୍କୁ ନେଇ ଏକ ବିରାଟ ସମାବେଶର ଆୟୋଜନ କରାଯାଇଥିଲା । ଏଥିରେ ଖୋର୍ଦ୍ଧା ଜିଲ୍ଲାର ଯୁକ୍ତ ୨ ଓ ଯୁକ୍ତ ତିନିର ଛାତ୍ରଛାତ୍ରୀ ଯୋଗଦେଇଥିଲେ । କୁହାଯାଉଛି ଏଥିପାଇଁ କଲେଜ ପକ୍ଷରୁ ସମାବେଶରେ ସାମିଲ ହେବା ପାଇଁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ସମ୍ପର୍କିତ ଏକ ନୋଟିସ ଏବେ ଭାଇରାଲ ହେଉଛି । ନୋଟିସଟି ଭୁବନେଶ୍ୱରର ମହର୍ଷି କଲେଜ ଅଫ୍ ନାଚ୍ୟୁରାଲ ଲ’ ପକ୍ଷରୁ ଜାରି କରାଯାଇଛି । ଏଥିରେ ପ୍ରିନ୍ସିପାଲଙ୍କ ଦସ୍ତଖତ ମଧ୍ୟ ରହିଛି । ଆଜି ସକାଳ ୯ଟା ସୁଦ୍ଧା ଛାତ୍ରଛାତ୍ରୀମାନେ କଲେଜରେ ପହଂଚିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସମସ୍ତ ଛାତ୍ରଛାତ୍ରୀ କଲେଜ ୟୁନିଫର୍ମ ପିନ୍ଧିବା ସହ ଆଇକାର୍ଡ ପକାଇବାକୁ ବାଧ୍ୟତାମୂଳକ କରାଯାଇଥିଲା ।

ତେବେ ନୋଟିସରେ ଥିବା ତୃତୀୟ ପଏଂଟଟି ସବୁଠାରୁ ଅଧିକ ଚର୍ଚ୍ଚାର ବିଷୟ ହୋଇଛି ।ଏଥିରେ କୁହାଯାଇଛି, ଭୁବନେଶ୍ୱର ଜନତା ମଇଦାନରେ ମୁଖ୍ୟମନ୍ତ୍ରୀଙ୍କ ସହ ଛାତ୍ରଛାତ୍ରୀମାନେ ଆଲୋଚନା କରିବେ । କାର୍ଯ୍ୟକ୍ରମସ୍ଥଳକୁ ଯିବା ପାଇଁ କଲେଜ ପକ୍ଷରୁ ସ୍ୱତନ୍ତ୍ର ବସର ବ୍ୟବସ୍ଥା ହୋଇଛି । ଛାତ୍ରଛାତ୍ରୀ କଲେଜ ପରିସରରେ ଗାଡ଼ି ରଖି ଏହି ବସରେ ଜନତା ମଇଦାନକୁ ଯିବେ । ସେଠାରେ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନର ମଧ୍ୟ ବ୍ୟବସ୍ଥା କରାଯାଇଛି । କାର୍ଯ୍ୟକ୍ରମ ସମୟରେ ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ବ୍ୟବହାର କରିବା ପାଇଁ ତାଗିଦ କରାଯାଇଛି । କାର୍ଯ୍ୟକ୍ରମ ଶେଷ ହେବାପରେ ନିର୍ଦ୍ଦିଷ୍ଟ ବସରେ ଛାତ୍ରଛାତ୍ରୀ ପୁଣି କଲେଜକୁ ଫେରିବେ ବୋଲି ନୋଟିସରେ ଲେଖାଯାଇଛି । ଏପଟେ ବିଜେବି କଲେଜର ଜଣେ ଛାତ୍ର କହିଛନ୍ତି, ଜନତା ମଇଦାନରେ ହେଉଥିବା କାର୍ଯ୍ୟକ୍ରମକୁ ବିସିଜେଡି ଆୟୋଜନ କରୁଛି ।

ତେଣୁ ଏଭଳି ଦଳୀୟ କାର୍ଯ୍ୟକ୍ରମରୁ ସେମାନେ ଦୂରେଇ ରହିଛନ୍ତି । ସେହିପରି ଏବିଭିପି ପକ୍ଷରୁ ଏହି କାର୍ଯ୍ୟକ୍ରମକୁ ନେଇ କିଛି ପ୍ରଶ୍ନ କରାଯାଇଛି | ଏବିଭିପି ପକ୍ଷରୁ ପଚରାଯାଇଛି ଯେ ଓଡ଼ିଶାରେ ଛାତ୍ରସଂସଦ ନିର୍ବାଚନ ତାରିଖ କେବେ ଘୋଷଣା ହେବ ? ଓଡ଼ିଶାରେ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟରେ ଖାଲି ପଡିଥିବା ଅଧ୍ୟାପକ ପଦବୀ କେବେ ପୂରଣ ହେବ ?ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସମ୍ମୁଖ ଫୁଟ୍ ଓଭର୍ ବ୍ରିଜ କେବେ ନିର୍ମାଣ ହେବ? ରୁଚିକାକୁ କେବେ ନ୍ୟାୟ ମିଳିବ ? ଓଡ଼ିଶାରେ ଡ୍ରଗ୍ସ କାରବାର ବନ୍ଦ କେବେ ହେବ ?



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button