ମନୋରଞ୍ଜନ

ଅଭିନେତା ପଙ୍କଜ ତ୍ରିପାଠୀଙ୍କ ମୁଣ୍ଡରୁ ହଟିଗଲା ପିତାଙ୍କ ହାତ: ୯୮ ବର୍ଷ ବୟସରେ ନିଧନ – bajravana

[ad_1]

ମୁମ୍ବାଇ: ‘ଓ ମାଇଁ ଗଡ୍’ର ସଫଳତାକୁ ଉପଭୋଗ କରୁଥିବା ବେଳେ ଅଭିନେତା ପଙ୍କଜ ତ୍ରିପାଠୀଙ୍କ ଉପରେ ଦୁଃଖର ପାହାଡ଼ ଛିଡ଼ି ପଡ଼ିଛି। ତାଙ୍କ ପିତା ପଣ୍ଡିତ ବନାରସ ତ୍ରିପାଠୀଙ୍କା ଦେହାନ୍ତ ହୋଇଛି। ମୃତ୍ୟୁ ବଳେକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା। ସେ ତାଙ୍କ ଜନ୍ମ ଗ୍ରାମ ବେଲସାଣ୍ଡରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ପଙ୍କଜ ତ୍ରିପାଠୀ ତାଙ୍କ ପିତାଙ୍କ ସହ ଅତି ଘନିଷ୍ଠ ହୋଇଥିଲେ। ପିତାଙ୍କ ବିୟୋଗରେ ସେ ଏକଦମ ଭାଙ୍ଗି ପଡ଼ିଛନ୍ତି।

ପଙ୍କଜ ତ୍ରିପାଠୀଙ୍କ ପିତାଙ୍କର କିଛି ରୋଗ କିମ୍ବା ବୟସ କାରଣରୁ ଦେହାନ୍ତ ହୋଇଛି, ବର୍ତ୍ତମାନ ସୁଦ୍ଧା ଏହା ଜଣା ପଡିନାହିଁ। ପିତାଙ୍କ ମୃତ୍ୟୁ ପରେ ପଙ୍କଜ ତ୍ରିପାଠୀ ଏବେ ତାଙ୍କ ଗାଁକୁ ଚାଲିଯାଇଛନ୍ତି।

ପରିବାର ଲୋକ ଏକ ବିବୃତ୍ତି ଜାରି କରିଛନ୍ତି, ଯେଉଁଥିରେ ସେମାନେ ଅଭିନେତାଙ୍କ ପିତାଙ୍କ ଦେହାନ୍ତ ବିଷୟରେ ସୂଚନା ଦେଇଛନ୍ତି। ଆହୁରି ମଧ୍ୟ କୁହାଯାଇଛି ଯେ ପଙ୍କଜ ତ୍ରିପାଠୀଙ୍କ ପିତାଙ୍କ ଶେଷ ରୀତି ଆଜି ସଂପନ୍ନ ହେବ।

ଅଭିନେତା ବିହାରର ଗୋପାଳଗଞ୍ଜ ଅଞ୍ଚଳର ବାସିନ୍ଦା। ଅଭିନେତା ତାଙ୍କ କ୍ୟାରିୟର ଯୋଗୁଁ ମୁମ୍ବାଇରେ ରହୁଥିବା ବେଳେ ତାଙ୍କ ବାପା ଏବଂ ମାଆ ଗାଁରେ ରହୁଥିଲେ। ଏକ ସାକ୍ଷାତ୍‌କାରେ ପଙ୍କଜ ତ୍ରିପାଠୀ ଥରେ କହିଥିଲେ ଯେ ତାଙ୍କ ପିତା ତାଙ୍କ ସଫଳତା ପାଇଁ ଆଦୌ ଅନନ୍ଦିନ ନୁହଁନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କ ପୁଅ ପଙ୍କଜ ତ୍ରିପାଠୀ କ’ଣ କାମ କରନ୍ତି ତାହା ମଧ୍ୟ ସେ ଜାଣନ୍ତି ନାହିଁ।
ପଙ୍କଜ ତ୍ରିପାଠୀ କହିଥିଲେ ଯେ ତାଙ୍କ ପିତା କେବଳ ଥରେ ମୁମ୍ବାଇ ଆସିଥିଲେ। ସେ ପଙ୍କଜଙ୍କ ବଡ ଘର ଏବଂ କୋଠାକୁ ପସନ୍ଦ କରୁନଥିଲେ। ପଙ୍କଜ ତ୍ରିପାଠୀ କହିଥିଲେ ଯେ ତାଙ୍କ ପିତା କେବେ କୌଣସି ଥିଏଟରରେ ଫିଲ୍ମ ଦେଖିବାକୁ ଯାଇନାହାଁନ୍ତି। ଘରେ ବେଳେ ବେଳେ ଟିଭି କିମ୍ବ‌ା ଲାପ୍‌ଟପ୍‌ରେ ସେ ପୁଅର ଚଳଚ୍ଚିତ୍ର ଦେଖୁଥିଲେ।

ପିତାଙ୍କ ଇଚ୍ଛା ଥିଲା ଯେ ପୁଅ ଶିକ୍ଷିତ ହେବା ପରେ ଡାକ୍ତର ହେବ। ବିହାରର ଗୋପାଳଗଞ୍ଜରୁ ସେ ଯେଉଁ ଅଞ୍ଚଳରେ ଆସିଛନ୍ତି ସେଠାକାର ଲୋକମାନେ କେବଳ ଦୁଇଟି ବୃତ୍ତି ଜାଣନ୍ତି, ଗୋଟିଏ ଡାକ୍ତର ଏବଂ ଅନ୍ୟଟି ଇଞ୍ଜିନିୟର।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button