ଏସିଆ କପ୍ କ୍ରିକେଟ୍ ପାଇଁ ଭାରତୀୟ ଦଳ ଘୋଷିତ; ଫେରିଲେ କେଏଲ୍ ରାହୁଲ, ଶ୍ରେୟସ୍ ଆୟର – bajravana
[ad_1]
ନୂଆଦିଲ୍ଲୀ: ଏସିଆ କପ୍ ୨୦୨୩ ପାଇଁ ଟିମ୍ ଇଣ୍ଡିଆ ଘୋଷଣା ହୋଇଛି। ବିସିସିଆଇ ଚୟନକର୍ତ୍ତାମାନେ ଦିଲ୍ଲୀରେ ଏକ ବୈଠକ ପରେ ଟୁର୍ଣ୍ଣାମେଣ୍ଟ ପାଇଁ ଏକ ୧୭ ଜଣିଆ ଦଳ ଘୋଷଣା କରିଛନ୍ତି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଦଳ ଏସିଆ କପ୍ ଖେଳିବ। କେଏଲ ରାହୁଲ ଓ ଶ୍ରେୟସ ଆୟର ଟିମକୁ ଫେରିଛନ୍ତି । ଉଭୟ ଖେଳାଳି ଏବେ ବି ଆଘାତରୁ ଆରୋଗ୍ୟ ଲାଭ କରୁଛନ୍ତି। ତିଲକ ବର୍ମା ପ୍ରଥମ ଥର ପାଇଁ ଦିନିକିଆ ଦଳରେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି। କିନ୍ତୁ ଲେଗ୍ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ଦଳରେ ସ୍ଥାନ ମିଳିନାହିଁ। ହାର୍ଦ୍ଦିକ ପାଣ୍ଡ୍ୟା ପୂର୍ବ ଭଳି ଉପଅଧିନାୟକ ଅଛନ୍ତି। ଭାରତ ଗତ ଏସିଆ କପରେ ଫାଇନାଲରେ ପ୍ରବେଶ କରିପାରିନଥିଲା ଓ ଗ୍ରୁପ ରାଉଣ୍ଡରୁ ବିଦାୟ ନେଇଥିଲା ।
ଏସିଆ କପ୍ ପାଇଁ ଚୟନ ହୋଇଥିବା ଦଳରେ ରୋହିତ ଶର୍ମାଙ୍କ ବ୍ୟତୀତ ଶୁଭମନ ଗିଲ୍, ବିରାଟ କୋହଲି, ତିଳକ ବର୍ମା, ଶ୍ରେୟସ ଆୟର ଓ ସୂର୍ଯ୍ୟକୁମାର ଯାଦବଙ୍କୁ ସ୍ଥାନ ମିଳିଛି। ଇଶାନ କିଶନ ଓ କେଏଲ ରାହୁଲଙ୍କୁ ୱିକେଟରକ୍ଷକ ଭାବେ ସାମିଲ କରାଯାଇଛି। ଅଲରାଉଣ୍ଡର ଭାବେ ହାର୍ଦ୍ଦିକ ପାଣ୍ଡ୍ୟା, ଶାର୍ଦ୍ଦୁଲ ଠାକୁର, ଅକ୍ଷର ପଟେଲ ଓ ରବୀନ୍ଦ୍ର ଜାଡେଜା ଦଳରେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି। କୁଲଦୀପ ଯାଦବ ଜଣେ ସ୍ପିନର ଫର୍ମରେ ଅଛନ୍ତି। ଦ୍ରୁତ ବୋଲର ଭାବେ ଯଶପ୍ରୀତ ବୁମ୍ରା, ମହମ୍ମଦ ସାମି, ପ୍ରସିଦ୍ଧ କ୍ରିଷ୍ଣା ଓ ମହମ୍ମଦ ସିରାଜଙ୍କୁ ଏସିଆ କପ୍ ପାଇଁ ଦଳରେ ଚୟନ କରାଯାଇଛି।
ଭାରତୀୟ ଦଳ :
ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ବିରାଟ କୋହଲି, କେଏଲ୍ ରାହୁଲ (ୱିକେଟ କିପର), ଶ୍ରେୟସ ଆୟର, ରବୀନ୍ଦ୍ର ଜାଦେଜା, ଯଶପ୍ରୀତ ବୁମରା, ମହମ୍ମଦ ସାମି, ମହମ୍ମଦ ସିରାଜ, କୁଲଦୀପ ଯାଦବ, ଇଶାନ କିଶନ (ୱିକେଟ କିପର), ଅକ୍ଷର ପଟେଲ, ଶାର୍ଦ୍ଦୁଲ ଠାକୁର, ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, ପ୍ରସିଦ୍ଧ କ୍ରିଷ୍ଣା, ସଞ୍ଜୁ ସାମସନ (ରିଜର୍ଭ)।
[ad_2]