ପ୍ରଥମ ସପ୍ତାହରେ ୨୫କୋଟି ଟପିଲା ଆର୍ଟିକିଲ ୩୭୦ର ବକ୍ସ ଅଫିସ ଆୟ – bajravana
[ad_1]
ମୁମ୍ବାଇ: ୨୦୨୨ ମସିହାରେ ରିଲିଜ ହୋଇଥିବା ଫିଲ୍ମ ‘କାଶ୍ମୀର ଫାଇଲସ’ରେ କାଶ୍ମୀରୀ ପଣ୍ଡିତଙ୍କ ଯନ୍ତ୍ରଣାଦାୟକ କାହାଣୀ ଦେଖିବାକୁ ମିଳିଥିଲା, ଯାହାକି ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା | ବର୍ତ୍ତମାନ ଚଳଚ୍ଚିତ୍ର ‘ଆର୍ଟିକିଲ ୩୭୦’ ପ୍ରେକ୍ଷାଳୟରେ ରିଲିଜ ହୋଇଛି, ଯେଉଁଥିରେ ଆର୍ଟିକିଲ ୩୭୦ ଉଚ୍ଛେଦ ପଛର କାହାଣୀ ସହ ଏହାକୁ ନେଇ ଯେଉଁ ବିବାଦ ଦେଖାଯାଇଥିଲା, ତାହା ଦେଖିବାକୁ ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଫିଲ୍ମର ପ୍ରଯୋଜନା ଆଦିତ୍ୟ ଧର କରିଥିବା ବେଳେ ଅଭିନେତ୍ରୀ ୟାମୀ ଗୌତମଙ୍କୁ ଏଥିରେ ଦମଦାର ଚରିତ୍ରରେ ଦେଖିବାକୁ ମିଳିଛି। ଫିଲ୍ମରେ କିଭଳି ଭାବେ ‘ଆର୍ଟିକିଲ ୩୭୦’ ଉଚ୍ଛେଦ କରିବା ପାଇଁ ଭାରତ ସରକାର କଡ଼ା ପରିଶ୍ରମ କରିଥିଲେ ଏବଂ ଇତିହାସର ଫର୍ଦ୍ଦକୁ ଲେଉଟାଇ ସେଥିରୁ କିଭଳି ତଥ୍ୟ ସଂଗ୍ରହ କରି ‘ଆର୍ଟିକିଲ ୩୭୦’ ଉଚ୍ଛେଦ କରାଯାଇଥିଲା, ତାହା ଫିଲ୍ମରେ ଦେଖିବାକୁ ମିଳିଛି।
ଫିଲ୍ମଟି ସତ୍ୟ ଘଟଣା ଉପରେ ଆଧାରିତ ହୋଇଥିବା ବେଳେ ଏବେ ଦର୍ଶକଙ୍କ ମନ କିଣୁଥିବା ଦେଖିବାକୁ ମିଳିଛି। ପ୍ରଥମ ଦିନରେ ଫିଲ୍ମଟି ୬.୧୨ କୋଟି ଟଙ୍କା ରୋଜଗାର କରିଥିବା ବେଳେ ଦ୍ୱିତୀୟ ଦିନରେ ଏହା ୯.୫୦ କୋଟିରେ ପହଞ୍ଚିଥିଲା। ଏପର୍ଯ୍ୟନ୍ତ, ମାତ୍ର ଦୁଇ ଦିନ ମଧ୍ୟରେ ଫିଲ୍ମଟି ମୋଟ ୨୫.୪୫କୋଟି ଟଙ୍କା ସଂଗ୍ରହ କରିସାରିଲାଣି। ଫିଲ୍ମର ଆୟକୁ ଦେଖି ଲାଗୁଛି, ଏହା ସୁପରହିଟ୍ ହେବ।
ୟାମୀଙ୍କ ବ୍ୟତୀତ ଏହି ଚଳଚ୍ଚିତ୍ରରେ ପ୍ରିୟା ମଣି, ଅରୁଣ ଗୋଭିଲ ଏବଂ ବୈଭବ ତତୱାୱାଡି ମଧ୍ୟ ଅଭିନୟ କରିଛନ୍ତି।
[ad_2]