newsଓଡିଶା

ସମ୍ପାଦକୀୟ ………………….

ପୁଣି ବସନ୍ତ ଫେରିବ
କବି ଲେଖିଛନ୍ତି…………….
” ଅତି ମନୋହର କାଳ ଶୀତ ଋତୁ ଧାରା ଛାଡି ଛାଡ଼ି ନାହିଁତ ,
ପଲ୍ଲବ ପାଟଳ ମଧୁଋତୁ ଚାଟ ଧରା ମାଡି ମାଡି ନାହିଁତ |
ଏହି କଥା ଆଜିକାଲି କବିତା ମଧ୍ୟରେ ସୀମିତ ହୋଇ ରହି ଗଲାଣି | ଶୀତ ଋତୁ ଧରା ପୃଷ୍ଟ ରୁ ଛାଡି ଛାଡି ଯାଉଥିବା , ବସନ୍ତ ଋତୁ ଧାରାକୁ ମାଡି ମାଡି ଆସୁଥିବା, ସେହି ସମୟ ଅତି ମନୋହର ସମୟ ବୋଲି କବି କହିଛନ୍ତି କିନ୍ତୁ ବାସ୍ତବତା ଆଜି ଭିନ୍ନ କିଛିର ରୂପ ନେଇଛି | ଶୀତ ପରେ ଆଉ ବସନ୍ତ ଆସୁ ନାହିଁ | ଏଠାରେ ବୈଶାଖ ଆସି ଯାଉଛି | ସେ ଦିନର ମନୋହର କାଳ ଆଜି ଆଉ ନାହିଁ | ଗଛ ଲତା ଗୁଡିକ ପତ୍ର ଝଡ଼ା ଦେଉଛନ୍ତି ସତ କିନ୍ତୁ ବସନ୍ତରେ ନୁହଁ , ବୈଶାଖରେ ବସନ୍ତ ଋତୁ ର ଆରମ୍ଭ ବୋଲି ଯାହା କୁ ଆମ୍ଭେ କହୁଛୁ ତାହା ବୈଶାଖର ମଧ୍ୟପର୍ବ ପରି ଅନୁଭବ ହେଉଛି | ବିଶ୍ୱର ତାପମାତ୍ରା ବୃଦ୍ଧି ର ଏହା ଏକ ମହା ପ୍ରଭାବ ବୋଲି ଧରିନେବାକୁ ହେବ | ଏହା ମୂଳରେ ପରିବେଶ ନଷ୍ଟ ଏକମାତ୍ର କାରଣ | ଆଜି କାଲି ବହୁତ ବୃକ୍ଷ ରୋପଣ ହେଉଛି | ଏହାକୁ ଅସ୍ବୀକାର କରିହେବ ନାହିଁ , କିନ୍ତୁ କି ପ୍ରଜାତିର ଗଛ ନଷ୍ଟ ହୋଇଯାଇଛି ଆଉ କି ପ୍ରଜାତିର ଗଛ ଟିଏ ଲାଗିଛି ତାହାକୁ ଦେଖିବାକୁ ହେବ | ଆମ୍ବ ଗଛ, ପଣସ ଗଛ, ବରଗଛ, ଶାଳ ଗଛ ସବୁ ଜଙ୍ଗଲ ସଫା ହୋଇଗଲା, ଶେଷରେ ଉକାଳପଟାସ , ଆକାଶୀ , ରାଧାଚୁଡ଼ା , କିମ୍ବା ଆଉ କିଛି ଛୋଟ ଧରଣର ଗଛ ରେ ପରିବେଶ ରକ୍ଷ୍ୟା କରିବାର ପ୍ରାୟସ କରାଗଲା | ସେଥିରେ ଯାହା ପରିବେଶ ରକ୍ଷ୍ୟା କରାଯାଇଥିବ ତାହା ସହଜରେ ଅନୁମେୟ | ଏମିତି କଲେ କେମିତି ହେବ , ମହାଦ୍ରୁମ ର ଜଙ୍ଗଲ ସୃଷ୍ଟି କରିବାକୁ ହେବ | ଯାହା ଦ୍ୱାରା ପରିବେଶ ସନ୍ତୁଳନ ଠିକ ଢଙ୍ଗରେ ହୋଇପାରିବ | ବସନ୍ତ ପୁଣି ଫେରି ଆସିବ ଏଥିରେ ସନ୍ଧେହ ନାହିଁ | ସବୁ ଆଡେ ଶୁଣା ଯାଉଛି ବିଶ୍ୱ ଆଜି ଧ୍ୱଂସର ଦ୍ୱାରଦେଶରେ | ଏହା ନିଶ୍ଚୟ ଦିନେ ମିଛରେ ପରିଣତ ହୋଇଯିବ | ଆମେ ଆଶା ବାନ୍ଧିଛୁ ବିଶ୍ୱ କେବେ ଧ୍ବଂସ ହେବ ନାହିଁ , ପୁଣି ଏହି ମଣିଷ ସଚେତନ ହେବ, ବିଶ୍ୱ ତାର ପୂର୍ବ ସ୍ମୃତିରାଜି ଫେରି ପାଇବ | ପୁଣି ବସନ୍ତ ଫେରିବ, କୋକିଳ ଚ୍ୟୁତ ତରୁରେ କୁହୁ କୁହୁ ରାବରେ ଏଡ଼ାଳରୁ ସେ ଡାଳକୁ ଡେଇଁବ | ପୁଣି ବସନ୍ତ ଫେରିବ |

Related Articles

Leave a Reply

Your email address will not be published. Required fields are marked *

Back to top button