ଓସ୍କାର ୨୦୨୫ ଲିଷ୍ଟରୁ ବିଦା ହେଲା ଲାପତା ଲେଡିଜ, ଦର୍ଶକଙ୍କୁ ଲାଗିଲା ଝଟକା
୨୦୨୫ରେ କିରଣ ରାଓଙ୍କ ଫିଲ୍ମ ଲାପତା ଲେଡିଜକୁ ଲାଗିଲା ଝଟକା । ଆମୀର ଖାନଙ୍କ ପ୍ରଡକ୍ସନ୍ସରେ ତିଆରି ହୋଇଥିବା ଏହି ଫିଲ୍ମ ୯୭ ତ୍ତମ ଏକାଡେମୀ ଆୱାର୍ଡରେ ବେଷ୍ଟ ଇଣ୍ଟରନାସନାଲ ଫିଚର ଫିଲ୍ମ କେଟୋଗିରିରେ ଭାରତରେ ଅଫିସିଆଲ ଭାବରେ ପ୍ରବେଶ କରିଥିଲା । କିନ୍ତୁ ଦୁଃଖ ଖବର ହେଉଛି ଲାପତା ଲେଡିସ ଓସ୍କାର ଆୱାଡରୁ ବାହାରି ଯାଇଛି । ଏହି ଖବର ପାଇଲା ପରେ ଫାନ୍ସ ମାନେ ଦୁଃଖରେ ଭାଙ୍ଗି ପଡିଛନ୍ତି ।
ମଙ୍ଗଳବାରରେ ଦିନ ଏକାଡେମୀ ଅଫ ମୋସନ ଫିଚର୍ସ ଆର୍ଟସ ଏଣ୍ଡ ସାଇନ୍ସ ଆଗାମୀ ରାଉଣ୍ଡ ପାଇଁ ୧୫ଟି ଫିଲ୍ମ କୁ ଚୟନ କରାଯାଇଛି । ଏଥିରେ କିରଣ ରାଓଙ୍କ ନିର୍ଦେଶନାରେ ତିଆରି ହୋଇଥିବା ଲାପତା ଲେଡିଜ ଲିଷ୍ଟରେ ନଥିଲା । ଯାହା ଫଳରେ ଫ୍ୟାନ୍ସ ଙ୍କୁ ଲାଗିଥିଲା ଝଟକା । ଆମୀରଙ୍କ ଫିଲ୍ମ କୁ ବାହାର କରାଯାଇ ଥିଲା ।
କିନ୍ତୁ ୟୁକେ ପକ୍ଷରୁ ଓସ୍କାର ୨୦୨୫ ରେ ପଠାଯାଇଥିବା ଦିନ୍ଦୀ ଭାଷାର ଫିଲ୍ମ ସନ୍ତୋଷ ଆଗାମୀ ରାଉଣ୍ଡ ପାଇଁ ସଟ ଲିଷ୍ଟରେ ସ୍ଥାନ ପାଇଛି । ଏହି ଫିଲିମକୁ ବ୍ରିଟିଶ ଇଣ୍ଡିଆନ ଫିଲ୍ନ ମେକର ସନ୍ଧା ସୁରୀ । ଓସ୍କାର ୨୦୨୫ର ବିଜେତା ମାର୍ଚ୍ଚ ୨ରେ ଘୋଷଣା କରାଯିବ ।
‘ଲାପତା ଲେଡିଜ୍’ ଫିଲ୍ମ ପରଦାକୁ ଚଳିତ ବର୍ଷ ମାର୍ଚ୍ଚ ୧ ତାରିଖରେ ଆସିଥିଲା । ଆମୀର ଖାନ ପ୍ରଡକ୍ସନ୍ସରେ ନିର୍ମିତ ଏହି ଫିଲ୍ମରେ ପ୍ରତୀଭା ରାଣ୍ଟା, ସ୍ପର୍ଶ ଶ୍ରୀବାସ୍ତବ ଏବଂ ନୀତାଂଶି ଗୋୟଲ ମୁଖ୍ୟ କଳାକାର ରୂପେ ଅଭିନୟ କରିଛନ୍ତି । ଏହି ଫିଲ୍ମର ଅଭିନେତା ରବି କିଶନ ଏବଂ ଛାୟା କଦମ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।
ଆସାମର ନିର୍ଦ୍ଦେଶକ ଜାହାନୁ ବାରୁଆଙ୍କ ନେତୃତ୍ୱରେ ୧୩ ଜଣିଆ ଚୟନ କମିଟି ସର୍ବସମ୍ମତି କ୍ରମେ ଆମୀର ଖାନ ଏବଂ କିରଣ ରାଓଙ୍କ ଦ୍ୱାରା ନିର୍ମିତ ‘ଲାପତା ଲେଡିଜ୍’କୁ ଏକାଡେମୀ ପୁରସ୍କାରରେ ଶ୍ରେଷ୍ଠ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ବର୍ଗରେ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନେଇଥିଲେ ।