ଦେଶ ବିଦେଶ

‘ଇଣ୍ଡିଆ’ର ୧୪ ସଦସ୍ୟ ବିଶିଷ୍ଟ ସମନ୍ୱୟ ସମିତି – bajravana

[ad_1]

ମୁମ୍ବାଇରେ ହୋଇଥିବା ବିରୋଧୀ ମହାମେଣ୍ଟ ‘ଇଣ୍ଡିଆ’ର ବୈଠକରେ ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ‘ଇଣ୍ଡିଆ’ର ନେତା ୧୪ ସଦସ୍ୟ ବିଶିଷ୍ଟ ସମନ୍ୱୟ ସମିତି ଗଠନ କରିବାକୁ ନେଇ ଘୋଷଣା କରିଛନ୍ତି । ଏହାସହ ମହାମେଣ୍ଟର ନାରା ‘ଯୋଡ଼ିବ ଭାରତ, ଜିତିବ ଇଣ୍ଡିଆ’ ରହିବ ବୋଲି ମଧ୍ୟ ସୂଚନା ମିଳିଛି ।

ସମନ୍ୱୟ ସମିତିରେ କଂଗ୍ରେସରୁ କେସି ବେଣୁଗୋପାଳ, ଏନସିପିରୁ ଶରଦ ପାୱାର, ଡିଏମକେରୁ ଟୀଆର ବାଲୁ, ଶିବସେନାରୁ ସଞ୍ଜୟ ରାୱତ, ଆରେଜଡିରୁ ତେଜସ୍ୱୀ ଯାଦବ, ଟୀଏମସିରୁ ଅଭିଷେକ ବାନାର୍ଜୀ, ଆପରୁ ରାଘବ ଚଢ଼ା, ସମାଜବାଦୀ ପାର୍ଟିରୁ ଜାଭେଦ ଅଲୀ ଖାନ୍‌, ଜେଡିୟୁରୁ ଲଲନ ସିଂହ, ଜେଏମଏମରୁ ହେମନ୍ତ ସୋରେନ, ସିପିଆଇରୁ ଡୀ ରାଜା, ନ୍ୟାସନାଲ କନଫ୍ରେନ୍ସରୁ ଉମର ଅବଦୁଲ୍ଲା ଓ ପୀଡୀପୀରୁ ମହବୁବା ମୁଫତୀ ସାମିଲ ରହିଛନ୍ତି ।

ବିରୋଧୀ ମହାମେଣ୍ଟ ଲୋକସଭା ନିର୍ବାଚନ ୨୦୨୪ରେ ମିଶିକି ଲଢ଼ିବାର ସଙ୍କଳ୍ପ ନେଇଛନ୍ତି । ଏନେଇ କଂଗ୍ରେସ ନେତା ଜୟରାମ ରମେଶ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ପ୍ରଦାନ କରିଛନ୍ତି । ଯେପର୍ଯ୍ୟନ୍ତ ସମ୍ଭବ ହେବ ଆମେ ଏକାସହ ଲୋକସଭା ନିର୍ବାଚନ ଲଢ଼ିବୁ ବୋଲି ଜୟରାମ ରମେଶ କହିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button