news

ସ୍ୱତନ୍ତ୍ର ଉତ୍ସବରେ କାହିଁକି ପଡେ ରେଡ୍ କାର୍ପେଟ୍, ଜାଣନ୍ତୁ ଏହା ସହିତ ଜଡିତ ଥିବା ତଥ୍ୟ

ଆପଣ ଅନେକ ସ୍ଥାନରେ ଦେଖିଥିବେ କୌଣସି ପ୍ରୋଗ୍ରାମ ହେଉ କିମ୍ୱା ବଡ଼ ଶୋ, ରେଡ୍ କାର୍ପେଟ୍ ବ୍ୟବହାର କରାଯାଏ। କିନ୍ତୁ ଆପଣ କ’ଣ ଜାଣିଛନ୍ତି କି ଏହା ପଛରେ ଏକ ବିଶେଷ କାରଣ ରହିଛି। ଏହି ରେଡ କାର୍ପେଟର ଇତିହାସ ଆଜିଠାରୁ ନୁହେଁ, କାହିଁ କେଉଁ କାଳରୁ ବିଶେଷ ଭାବେ ରହି ଆସିଛି।ଏହାକୁ ସବୁ ଉତ୍ସବ ପାଇଁ ବ୍ୟବହାର କରାଯାଏ। ଗ୍ରୀକ୍ ନାଟ୍ୟକାର ପ୍ରଥମେ ଏହାକୁ ତାଙ୍କର ଗୋଟିଏ ନାଟକରେ ବ୍ୟବହାର କରିଥିଲେ ଏବଂ ପରେ ଏହା ହଲିଉଡ୍ ସହିତ ଜଡିତ ହେଲା। ପରେ ପରେ ବଲିଉଡ଼ ଓ ଅନେକ ସ୍ଥାନରେ ଏହାକୁ ଦେଖିବାକୁ ମିଳିଲା।

ଆପଣ ନିଶ୍ଚିତ ଭାବରେ ରେଡ୍ କାର୍ପେଟ୍ ଅନେକ ପୁରସ୍କାର ବିତରଣି ଉତ୍ସବ କିମ୍ବା ଶୋ’ରେ ପଡିଥିବାର ଦେଖିଥିବେ। ଅଧିକାଂଶ ରେଡ କାର୍ପେଟ ସିନେମା ଜଗତର ଲୋକଙ୍କ ସହ ଯୋଡି ହୋଇଥିବା ଦେଖାଯାଏ। ସେଲିବ୍ରିଟିମାନେ ରେଡ୍ କାର୍ପେଟରେ ଚାଲନ୍ତି ଓ ଶୋ’ରେ ପ୍ରବେଶ କରନ୍ତି। ଏଥି ସହିତ, ତାଙ୍କୁ ତାଙ୍କ ପୋଷାକ ବିଷୟରେ ପଚରାଯାଏ ଏବଂ ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟ କରାଯାଇଥାଏ।

କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି କାହିଁକି କେବଳ ରେଡ କାର୍ପେଟ ନିର୍ଦ୍ଦିଷ୍ଟ ଲୋକ କିମ୍ବା ଉତ୍ସବରେ ବ୍ୟବହାର କରାଯାଏ, ଅନ୍ୟ କୌଣସି ରଙ୍ଗର କାହିଁକି ନୁହେଁ?
ରେଡ କାର୍ପେଟର ଇତିହାସ ଆଜିଠାରୁ ନୁହେଁ, ଏହାର ଇତିହାସ ଖୁବ୍ ପୁରୁଣା। ଖ୍ରୀଷ୍ଟପୂର୍ବ ୪୫୮ ମସିହାରେ, ଗ୍ରୀକ୍ ନାଟ୍ୟକାର ଇସକଲସ୍ ଏକ ନାଟକ ଲେଖିଥିଲେ ଯାହାକି ରେଡ୍ କାର୍ପେଟ୍ ବିଷୟରେ ଥିଲା। ଜଣେ ରାଜା ବିଜୟ ହାସଲ କରି ଫେରିବା ପରେ ରାଜାଙ୍କ ପାଇଁ ଏକ ରେଡ୍ କାର୍ପେଟ୍ ପକାଯାଇଥାଏ। ଏକ ରିପୋର୍ଟ ଅନୁଯାୟୀ ୧୯୯୩ ମସିହାରେ ଟୁଫ୍ଟ ୟୁନିଭରସିଟି ପ୍ରଫେସର ଗ୍ରେଗୋରୀ କ୍ରେନଙ୍କ ଏକ ଆର୍ଟିକିଲରେ ରାଜା ଏବଂ ରାଜ ପରିବାର ପାଇଁ ଶତାବ୍ଦୀ ଧରି ନାଲି କାର୍ପେଟ ଏକ ପ୍ରଥା ହୋଇଆସୁଛି ବୋଲି ଲେଖା ଯାଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button