ପୁଷ୍ପା ୨ ଦଳାଚକଟା ମାମଲା, ୮ ବର୍ଷ ଶିଶୁର ହେଲା ବ୍ରେନ ଡେଡ
ଅଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା ୨ ସିନେମା ହଲରେ ୨ ସପ୍ତାହ ହୋଇଗଲାଣି । କିନ୍ତୁ ଏହି ଫିଲ୍ମର ପ୍ରିମିୟରରେ ଘଟିଥିବା ଘଟଣା ଲଗାତାର ଭାବରେ ଖବର ହୋଇସାରିଛି । ଡିସେମ୍ବର ୪ ତାରିଖରେ ହାଇଦ୍ରାବାଦରେ ଥିବା ସନ୍ଧ୍ୟା ଥିଏଟରରେ ଦଳା ଚକଟାରେ ୩୫ ବର୍ଷର ମହିଳା ରେବତୀଙ୍କ ମୃତ୍ୟୁ ହୋଇଥିଲା । ଏହା ସହିତ ତାଙ୍କ ୮ ବର୍ଷର ପୁଅ ତେଜ ଗୁରୁତର ଭାବରେ ଆହତ ହୋଇଥିଲେ । ଏହି ଘଟଣା ପରେ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିଲା ।
ଯେଉଁଠାରେ ସେ ବଞ୍ଚିବା ପାଇଁ ମୃତ୍ୟୁ ସହ ଲଢୁଛନ୍ତି । ଅଲୁ ଆଜି ଯାଏଁ ତେଜଙ୍କ ସହ ଭେଟି ନାହାନ୍ତି । ଏହି ଘଟଣାରେ ହାଇଦ୍ରାବାଦ ପୋଲିସ କମିଶନର ହସ୍ପିଟାଲ ପହଞ୍ଚିଥିଲେ । ଯେଉଁଠାରେ ଶ୍ରୀ ତେଜଙ୍କ ବିଷୟରେ ଖବର ନେଇଥିଲେ । ସେହି ସମୟରେ ତାଙ୍କ ସହ ତେଲେଙ୍ଗାନାର ସ୍ୱାସ୍ଥ୍ୟ ସଚିବ କ୍ରିଷ୍ଣା ଯୋଡି ହୋଇ ରହିଥିଲେ । ଏହି ଘଟଣା ପରେ ସେହି ଶିଶୁ ବିଷୟରେ ଦୁଃଖଦ ଖବର ଦେଇଥିଲେ । ଏକ ଖବର ମୁତାବକ ପୋଲିସ ଆୟୁକ୍ତ ଆନନ୍ଦ କହିଥିଲେ ଏହି ଶିଶୁର ବ୍ରେନରେ ଗଭୀର ଭାବରେ ଆଘାତ ଲାଗିଛି । ଅମ୍ଳଜାନ ଅଭାବରୁ ବ୍ରେନ ଡେଡ ହୋଇଛି । ଡାକ୍ତର କହିଛନ୍ତି ଏହିଭଳି ସମୟରେ ସୁଧାର ଆସିବା ପାଇଁ ସମୟ ଲାଗିବ ।
ଶିଶୁଟି ଏବେ ଭେଣ୍ଟିଲେଟରରେ ରହିଛି । ଏହାରି ଭିତରେ ଅଲୁ ଅର୍ଜୁନ ନିଜ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି ଏବଂ ସେ କାହିକିଁ ପିଲାଟିକୁ ଦେଖିବାକୁ ଯାଇନାହାନ୍ତି ସେବିଷୟରେ କହିଛନ୍ତି । ସେ ଲେଖିଛନ୍ତି ଶ୍ରୀ ତେଜଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଖୁବ ଚିନ୍ତାରେ ଅଛନ୍ତି । ଏହି ଘଟଣାରେ ପରେ ଶ୍ରୀ ତେଜ ହସ୍ପିଟାଲରେ ଥିଲେ । ତାଙ୍କର ଚିକିତ୍ସା ଚାଲିଥିଲା । ଆଇନଗତ ପ୍ରକ୍ରିୟା ହେତୁ ଅଲୁ ଶ୍ରୀ ତେଜଙ୍କ ସହ ଭେଟିବାକୁ ଦିଆଯାଇନଥିଲା ।
ମୁଁ ତାଙ୍କ ପରିବାର ସହ ଅଛି । ତାଙ୍କର ଚିକିତ୍ସା ଓ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଅଛି । ତାଙ୍କର ଶିଘ୍ର ଆରୋଗ କାମନା କରୁଛି ବୋଲି କହିଛନ୍ତି ଅଲୁ । ଏହାପରେ ଅଲୁଙ୍କୁ ନେଇ ଏକ ମାମଲା ରୁଜୁ ହୋଇଛି । ଗତ ଶୁକ୍ରବାର ଏହି ଘଟଣାରେ ସୁପରଷ୍ଟାର ଅଲୁଙ୍କୁ ଗିରଫ କରାଯାଇଥିଲା । ଏହାପରେ ତାଙ୍କୁ କୋର୍ଟରୁ ଜାମିନ ମଧ୍ୟ ମିଳିଯାଇଥିଲା । ଏହାପରେ ଶନିବାର ଦିନ ସେ ଜେଲରୁ ମୁକ୍ତ ହୋଇଥିଲେ ।
୫୦ ହଜାର ଟଙ୍କା ମୁଚଲିକାରେ ତାଙ୍କୁ ଜାମିନ ମିଳିଥିଲା । ତେଲେଙ୍ଗାନା ପୁଲିସ ଅନ୍ତରୀମ ଅମାନତକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇପାରିବେ । ଏବେ ଦେଖିବାକୁ ବାକି ରହିଲା ଏହି ଘଟଣା ଆଗକୁ କଣ ମୋଡ ନେବ ।