ଦେଶ ବିଦେଶ

ସ୍ୱତନ୍ତ୍ର ଅଧିବେଶନରେ ଆସିବ ୪ଟି ସରକାରୀ ବିଲ୍ – bajravana

[ad_1]

ନୂଆଦିଲ୍ଲୀ, ୧୪/୦୯ : ୧୮ ତାରିଖରୁ ଆରମ୍ଭ ହେବାକୁ ଥିବା ବହୁ ପ୍ରତୀକ୍ଷିତ ସ୍ୱତନ୍ତ୍ର ସଂସଦ ଅଧିବେଶନର ଏଜେଣ୍ଡାରେ ୪ ଟି ବିଲ୍ ଆସିବ । ମୁଖ୍ୟ ନିର୍ବାଚନ କମିସନର ଓ ଅନ୍ୟ ନିର୍ବାଚନ କମିସନରଙ୍କ ନିଯୁକ୍ତି, ଚାକିରି ସର୍ତ୍ତାବଳୀ ଓ କାର୍ଯ୍ୟକାଳକୁ ନିୟନ୍ତ୍ରଣ କରିବା ଲାଗି ଗୁରୁତ୍ୱପୂର୍ଣ୍ଣ ଆଇନ ସମେତ ଅନ୍ୟୂନ ୪ଟି ସରକାରୀ ବିଲ୍ ଏଜେଣ୍ଡାରେ ରହିଛି । ୧୭ରେ ସର୍ବଦଳୀୟ ବୈଠକ ବସିବ ବୋଲି ସରକାର ଘୋଷଣା କରିବା ପରେ ସ୍ୱତନ୍ତ୍ର ଅଧିବେଶର ଏଜେଣ୍ଡା ବାବଦରେ କେନ୍ଦ୍ର ସଂସଦୀୟ ମନ୍ତ୍ରୀ ପ୍ରହ୍ଲାଦ ଜୋଶୀ ସୂଚନା ଦେଇଛନ୍ତି।

ପୂର୍ବ ଅଧିବେସନରେ ଲୋକସଭାରେ ଆଗତ ହୋଇଥିବା ପୋଷ୍ଟ୍‌ ଅଫିସ ବିଲ୍‌-୨୦୨୩ ଏବଂ ମୁଖ୍ୟ ନିର୍ବାଚନ କମିସନର ଏବଂ ଅନ୍ୟ ନିର୍ବାଚନ କମିସନରଙ୍କ ନିଯୁକ୍ତି ସଂକ୍ରାନ୍ତ ବିଲ୍‌ ରାଜ୍ୟସଭାରେ ଆଗତ ହେବ। ଏହା ସହିତ ଲୋକସଭାରେ ଏଡ୍‌ଭୋକେଟ୍‌ସ ଆମେଣ୍ଡ୍‌ମେଣ୍ଟ୍‌ ବିଲ୍‌-୨୦୨୩ ଏବଂ ପ୍ରେସ୍‌ ଓ ରେଜିଷ୍ଟ୍ରେସନ ଅଫ୍‌ ପିରିଓଡିକାଲ ବିଲ୍‌-୨୦୨୩ ଆଗତ ହେବ ବୋଲି ସୂଚନା ରହିଛି।

ବିରୋଧୀ ଦଳଗୁଡ଼ିକ ଦ୍ୱାରା ତୀବ୍ର ସମାଲୋଚନାର ଶିକାର ହୋଇଥିବା ନିର୍ବାଚନ କମିସନରଙ୍କ ନିଯୁକ୍ତି ବିବାଦୀୟ ବିଲ୍ ଅଗଷ୍ଟ ୧୦ରେ ଲୋକସଭାରେ ଆଗତ ହୋଇଥିଲା। ପ୍ରସ୍ତାବିତ ଆଇନରେ ନିର୍ବାଚନ କମିସନଙ୍କ ଦ୍ୱାରା କାରବାରର ପ୍ରକ୍ରିୟା ସମ୍ପର୍କରେ ଉଲ୍ଲେଖ ରହିଛି ଏବଂ ପ୍ରସ୍ତାବ ରହିଛି ଯେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧୀନ ପ୍ୟାନେଲ ସୁପାରିସ ଆଧାରରେ ଜଣଙ୍କୁ ନିର୍ବାଚନ କମିସନ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେବେ । ବିଶେଷ କରି ସଂସଦର ଏହି ଅଧିବେଶନ ଝଡ଼ ସୃଷ୍ଟି କରିବ ବୋଲି ଅନୁମାନ କରାଯାଉଥିବା ବେଳେ ବିରୋଧୀ ଦଳ ସବୁ କ୍ଷେତ୍ରରେ ସରକାରଙ୍କ ଯୋଜନାକୁ ବିରୋଧ କରିବେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button