ଓଡିଶା

ସମ୍ବାଦ ଭବନ ପରିସରରେ ୭୭ତମ ସ୍ୱାଧୀନତା ଦିବସ ପାଳିତ – bajravana

[ad_1]

ଭୁବନେଶ୍ବର: ସମ୍ବାଦ ଭବନ ପରିସରରେ ୭୭ତମ ସ୍ୱାଧୀନତା ଦିବସ ବେଶ୍ ଧୁମଧାମରେ ପାଳନ ହୋଇଯାଇଛି। ଏଥିରେ ସମ୍ବାଦ, ସମ୍ବାଦ ପୋର୍ଟାଲ, ରେଡିଓ ଚକୋଲେଟ୍ ଓ କନକନ୍ୟୁଜର କର୍ମଚାରୀମାନେ ସାମିଲ ହୋଇଥିଲେ। ସମ୍ବାଦ ଗ୍ରୁପର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ପତାକା ଉତ୍ତୋଳନ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସିଇଓ ତଥା ପ୍ରକାଶକ କମଳାକାନ୍ତ ମହାପାତ୍ର, ମାନବ ସମ୍ବଳ ବିଭାଗର ମୁଖ୍ୟ ବୈଜୟନ୍ତୀ କର, କନକ ନ୍ୟୁଜର ସଂପାଦକ ମନୋରଂଜନ ମିଶ୍ର, ପୌରୁଷର ସମ୍ପାଦକ ଅସିତ ମହାନ୍ତି, ବରିଷ୍ଠ ସାମ୍ବାଦିକ ଭବାନୀ ଶଙ୍କର ତ୍ରିପାଠୀ,  ଲିଙ୍ଗରାଜ ଲେଙ୍କା, ଆଇଟି ବିଭାଗର ମୁଖ୍ୟ ସରୋଜ ରାଉତରାୟ, ସମ୍ବାଦ ସାହିତ୍ୟ ଘରର ରାଜ୍ୟ ସଂଯୋଜିକା ଡକ୍ଟର ଶୁଭଶ୍ରୀ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଉଦବୋଧନ ଦେଇ କହିଥିଲେ, ସ୍ବାଧୀନ ଭାରତବର୍ଷକୁ ଆଜି ୭୬ ପୁରି ୭୭ ଚାଲିଲା। ବୃହତ୍ତର ସମ୍ବାଦ ପରିବାର ତରଫରୁ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ଆଜି ସ୍ଵାଧୀନତା ଦିବସ ପାଳିଲା ବେଳେ ମୋ ମନକୁ ଦୁଇଜଣ ମହାପୁରୁଷଙ୍କ କଥା ଆସୁଛି। ଉତ୍କଳମଣି ଗୋପବନ୍ଧୁ ଦାସ ଓ ମହାତ୍ମା ଗାନ୍ଧୀ। ପ୍ରଥମ କଥା ହେଲା ଉତ୍କଳମଣି ନିଜ କବିତା ମାଧ୍ୟମରେ ଆମ ପାଇଁ ଯେଉଁ ମାର୍ଗଦର୍ଶିକା ଦେଇଥିଲେ “ଦେଶର ସ୍ଵରାଜ ପଥେ ଯେତେ ଗାଡ଼ , ପୁରୁ ତହିଁ ପଡ଼ି ମୋର ମାଂସ ହାଡ଼”। ଆଜି ଆମେ ସ୍ବାଧୀନ ହେଇଛେ, କିନ୍ତୁ ସ୍ଵରାଜ ପଥରେ ଗାଡ଼ କମିଛି କି ନାହିଁ ?? ଏ ସମ୍ପର୍କରେ ଆମେ ନିଜକୁ ନିଜେ ପ୍ରଶ୍ନ ପଚାରି ଉତ୍ତର ଖୋଜିବାର ଆବଶ୍ୟକତା ଅଛି। ଅନ୍ୟ କଥାଟି ହେଲା ସ୍ବାଧୀନତା ପରେ ପରେ ମହାତ୍ମା ଗାନ୍ଧୀ ଆମକୁ ଚେତେଇ ଥିଲେ ପ୍ରକୃତ ସ୍ଵାଧୀନତା କଣ ବୋଲି, ’ରାତି ୧୨ ଟାରେ ରାଜରାସ୍ତାରେ ଯଦି ଝିଅଟିଏ ଘରକୁ ନିରାପଦରେ ଫେରିପାରେ ତାହେଲେ ଆମେ ତାକୁ ପ୍ରକୃତ ସ୍ବାଧୀନତା ବୋଲି କହିବା’ । ଆଜି ସ୍ବାଧୀନତା ଦିବସ ଅବସରରେ ଏହି ଦୁଇ ମହାପୁରୁଷ ମାନଙ୍କର ଏହିପରି ପ୍ରଶ୍ନର ଉତ୍ତର ଖୋଜି ଆମେ ଆମ ସ୍ବାଧୀନତା ସମ୍ପର୍କରେ ଆଲୋଚନା କରିବାର ଆବଶ୍ୟକତା ଅଛି।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button