ଓଡିଶା

ଶ୍ରୀମନ୍ଦିର ଚତୁଃପାର୍ଶ୍ବର ମଠ ଓ ମନ୍ଦିରର ଉନ୍ନତୀକରଣ: ଉତ୍କଳୀୟ କଳାରେ ଝଲସିବ ମଠ – bajravana

[ad_1]

ପୁରୀ: ଉତ୍କଳୀୟ କଳା, ସଂସ୍କୃତି ଓ ଐତିହ୍ୟ ଛାପରେ ଝଲସିବ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ମଠ ଓ ମନ୍ଦିର। ଶ୍ରୀଜଗନ୍ନାଥ ସଂସ୍କୃତିର କଳା, ସ୍ଥାପତ୍ୟ ବି ସ୍ଥାନିତ କରାଯିବ। ଏଥିପାଇଁ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଥିବା ୨୦ଟି ମଠ ଓ ମନ୍ଦିରର ଉନ୍ନତୀକରଣ କାମ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଏହି ମଠ ଉନ୍ନତୀକରଣ କାମକୁ ପୂର୍ଣ୍ଣ ରୂପ ଦେବାକୁ ଲକ୍ଷ୍ୟ ରଖାଯାଇଛି।

ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ୭୫ ମିଟର ଉଚ୍ଛେଦକ୍ରମରେ ଅନେକ ମଠ, ମନ୍ଦିର ଭଙ୍ଗାଯାଇଥିଲା। ଏହି ସମୟରେ ୭୫ ମିଟର ପରିଧିରେ ଯେଉଁ ମଠ, ମନ୍ଦିର ରହିଛି, ତାକୁ ସୌନ୍ଦର୍ଯ୍ୟୀକରଣ କରାଯିବାକୁ ଘୋଷଣା ହୋଇଥିଲା। ମଠର ଦେବଦେବୀଙ୍କ ପୀଠ, ଗାଦି ଘରକୁ ଅକ୍ଷତ ରଖାଯିବ ଘୋଷଣା କରାଯାଇଥିଲା। ଏହି ଘୋଷଣାକ୍ରମେ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ୭୫ ମିଟର ଭିତରେ ଓ ବାହାରେ ଥିବା ୧୭ଟି ମଠ ଓ ୩ଟି ମନ୍ଦିରର ଉନ୍ନତୀକରଣ କାମ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଥିବା ନଙ୍ଗୁଳି ମଠ, ମଙ୍ଗୁ ମଠ, ରାମଦୟା ପରିଷଦ, ସାନଛତା ମଠ, ବଡ଼ଛତା ମଠ, ଉତ୍ତରପାର୍ଶ୍ବ ମଠ ଆଦିର ଉନ୍ନତୀକରଣ ଚାଲିଛି। ପୁରୁଣା ପ୍ଲାଷ୍ଟର ସବୁ ଛଡ଼ାଯାଇ, ନୂଆ ଖାଣ୍ଡେଲାଇଟ୍‌ ପଥର ଲଗାଯାଉଛି। ନଙ୍ଗୁଳି ମଠକୁ ବି ବେଶ ଆକର୍ଷଣୀୟ ରୂପ ଦିଆଯାଇଛି। ନଙ୍ଗୁଳି ମଠର ସମ୍ମୁଖ ଭାବରେ ପଥରର ସିଂହମୂର୍ତ୍ତି, ଖାଣ୍ଡେଲାଇଟ୍‌ ପଥରର ଚଟାଣ, ଉପରି ଭାଗ ମେଘନାଦ ପାଚେରିର ରୂପ ଦିଆଯାଇଛି। ପ୍ରବେଶ ପଥ ଦ୍ବାର ବି ବର୍ମା ଟିକ୍‌ରେ କରାଯାଇଛି। ଏହି ଦ୍ବାରକୁ ପୁରାତନ କାଳର ମଠ ମନ୍ଦିର ଭଳି ଦ୍ବାର ରୂପ ଦିଆଯାଇଛି। କାମ ଶେଷ ପରେ ମଠ ବି ବେଶ୍‌ ସୁନ୍ଦର ଦିଶିବ ବୋଲି ନଙ୍ଗୁଳି ମଠ ମହନ୍ତ ସୋମନାଥ ପୁରୀ ଆଶାବ୍ୟକ୍ତ କରିଛନ୍ତି।

ଓବିସିସି-୧ ପ୍ରକଳ୍ପ ପରିଚାଳକ ଇଂ. ପ୍ରଭାତ କୁମାର ପାଣିଗ୍ରାହୀ କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଖର୍ଚ୍ଚ ହେଉଥିବା ପ୍ରାୟ ୩୩୦ କୋଟି ଅନୁଦାନ ମଧ୍ୟରେ ମଠ, ମନ୍ଦିର ଉନ୍ନତୀକରଣ ପ୍ରକଳ୍ପ ଅନ୍ତର୍ଭୁକ୍ତ। ଓବିସିସି ଏହି କାମ କରୁଛି। ଟାଟା ପ୍ରୋଜେକ୍ଟ ଲିମିଟେଡ୍‌ ଡିଜାଇନ୍‌ ଦେବା ସହ ଏହା ଅନୁମୋଦନ ପରେ ଉନ୍ନତୀକରଣ କାମ ଆରମ୍ଭ ହୋଇଛି। ମଠ, ମନ୍ଦିରର ଯେଉଁ ଦୁର୍ବଳ, ଭଗ୍ନ କାନ୍ଥ ସବୁ ରହିଛି, ତାକୁ ଭାଙ୍ଗି ନୂଆ କାନ୍ଥ ଗଢ଼ାଯାଉଛି। ପୁରୁଣା ପ୍ଲାଷ୍ଟର ଛଡ଼ାଇ ଗ୍ରାଉଟିଂ କରାଯାଉଛି। ମଠ, ମନ୍ଦିରର ଯେଉଁଠି ବି ଦୁର୍ବଳ ସ୍ଥାନ ରହିଛି, ତାହୁ ଆହୁରି ସୁଦୃଢ଼ କରାଯାଉଛି। ଉପଯୁକ୍ତ ପରୀକ୍ଷଣ କରାଯାଇ, ଏହାର ଆବଶ୍ୟକ ମରାମତି କରାଯାଉଛି। ଯୋଜନା ଅନୁଯାୟୀ, ମଠର ଚଟାଣ, କମ୍ପାଉଣ୍ଡ ୱାଲ୍‌ ସବୁ ଖାଣ୍ଡେଲାଇଟ୍‌ ପଥର ଲାଗିବ। ଉପରିଭାଗ ରଙ୍ଗ କରାଯିବ। ମଠର ବିଭିନ୍ନ ସ୍ଥାନରେ କାରୁକାର୍ଯ୍ୟ ବି ଲାଗିବ। ଏହି କାମରେ ଶ୍ରୀମନ୍ଦିର ଓ ଉତ୍କଳୀୟ କଳା ସଂସ୍କୃତିର ଝଲକ ରହିବ। କାମ ଶେଷ ପରେ ଏହା ଆହୁରି ସୁନ୍ଦର ଓ ଆକର୍ଷଣୀୟ ଦିଶିବ ବୋଲି ଇଂ. ପାଣିଗ୍ରାହୀ କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button