ଓଡିଶା

ଭୋକିଲା ମାଙ୍କଡ଼ଙ୍କୁ ଆହାର

ରସୁଲପୁର: କରୋନା ପ୍ରଭାବରେ ମଣିଷ ସହିତ ପରୋକ୍ଷରେ ପ୍ରାଣୀ ଜଗତ ବି ପ୍ରଭାବିତ ହୋଇଛି। ବୁଲା ଜୀବଜନ୍ତୁଙ୍କ ପାଇଁ ଖାଦ୍ୟ ସଙ୍କଟ ଦେଖାଦେଇଛି। ଯାଜପୁର ଜିଲାର ମହାବିନାୟକ ପୀଠରେ ମାଙ୍କଡ଼ଙ୍କ ପାଇଁ ଖାଦ୍ୟର ଘୋର ଅଭାବ ଦେଖାଦେଇଛି। ଏହି ସ୍ଥାନ ଜନଶୂନ୍ୟ ହୋଇପଡିଥିବାରୁ ଦୀର୍ଘ ୩/୪ଦିନ ହେବ ମାଙ୍କଡଙ୍କୁ ଖାଇବାକୁ ମିଳୁନାହିଁ। ଏହା ଜାଣିବା ପରେ ଅଂଶୁମାନ ଟ୍ରଷ୍ଟ ସମ୍ପାଦକ ହିମାଂଶୁ ଶେଖର ସାହୁ ମହାବିନାୟକ ପୀଠରେ ପହଞ୍ଚତ୍ ସେଠାରେ ମାଙ୍କଡମାନଙ୍କୁ କଦଳୀ, ବିସ୍କୁଟ, ପାଉଁରୁଟି ପ୍ରଦାନ କରିଥିଲେ। ହିମାଂଶୁଙ୍କ ଏଭଳି ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button