ମନୋରଞ୍ଜନ

ବଢ଼ି ବଢ଼ି ଚାଲିଛି ସନି ଦେଓଲଙ୍କ ’ଗଦର ୨’ର ଚାହିଦା: ବେପାର କଲାଣି ପାଖାପାଖି ୨୫୦ କୋଟି ଟଙ୍କା – bajravana

[ad_1]

ମୁମ୍ବାଇ: ସନି ଦେଓଲଙ୍କ ‘ଗଦର ୨’ ବକ୍ସ ଅଫିସରେ ରେକର୍ଡ ପରେ ରେକର୍ଡ ଭାଙ୍ଗି ଚାଲିଛି। ୨୨ ବର୍ଷ ପୂର୍ବର ‘ଗଦର’ ପରି, ଏଥର ମଧ୍ୟ ଲୋକମାନେ ସନିଙ୍କ ‘ଗଦର ୨’ ଉପରେ ପ୍ରେମ ବର୍ଷା କରୁଛନ୍ତି।

ଗତ କିଛି ଦିନ ହେବ ସନି ଦେଓଲ ଏବଂ ଅମିଶା ପଟେଲ ସେମାନଙ୍କର ଏହି ଫିଲ୍ମକୁ ପ୍ରବଳ ପ୍ରଚାର କରୁଥିଲେ। ଏଭଳି ପରିସ୍ଥିତିରେ, ବର୍ତ୍ତମାନ ସେମାନଙ୍କର କଠିନ ପରିଶ୍ରମ ଫଳ ଦେଇଛି। ସନି ଦେଓଲଙ୍କ ଫିଲ୍ମ ‘ଗଦର ୨’ ପ୍ରଥମ ଦିନରେ ୪୦ କୋଟି ଟଙ୍କାର ବେପାର କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ​। ଦ୍ୱିତୀୟ ଦିନରେ ଫିଲ୍ମ ୪୩ କୋଟି ଟଙ୍କା ରୋଜଗାର କରିଥିଲା ​। ତୃତୀୟ ଦିନ ଅର୍ଥାତ୍ ରବିବାର ଦିନ, ଫିଲ୍ମ ୫୦ କୋଟି ଟଙ୍କାର ବେପାର କରି ଏକ ବଡ଼ ରକମର ରୋଜଗାର କରିଛି।

ପ୍ରଥମ ସୋମବାର ବିଷୟରେ କଥା ହେବା ତ, ସେଦିନ ବି ବେପାର ମାନ୍ଦା ପଡ଼ିଲା ନାହିଁ। ସୋମବାର ହୋଇଥିଲେ ମଧ୍ୟ ବହୁ ସଂଖ୍ୟକ ଦର୍ଶକ ଏହି ଫିଲ୍ମ ଦେଖିବାକୁ ଯାଇଥିଲେ। ଫିଲ୍ମ ପ୍ରାୟ ୩୯ କୋଟି ଟଙ୍କା ଲାଭ କରିଥିଲା। ‘ଗଦର ୨’ ଏହାର ପ୍ରଥମ ୪ ଦିନରେ ବକ୍ସ ଅଫିସରେ ବେଶ୍‌ ଭଲ ପ୍ରଦର୍ଶନ କରିଛି। ଜାଣିବାକୁ ମିଳିଛି ଯେ ସିନେମାଟି ଏବେ ସୁଦ୍ଧା ଭାରତରେ ପ୍ରାୟ ୧୭୩.୮୮ କୋଟି ଟଙ୍କା ରୋଜଗାର କରିଛି। ପଞ୍ଚମ ଦିନରେ ‘ଗଦର ୨’ ୫୫.୦୦ କୋଟି ଟଙ୍କାର ରୋଜଗାର କରିପାରେ ବୋଲି ଅନୁମାନ କରାଯାଉଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button