ଦେଶ ବିଦେଶ

ରାଜନୀତିରେ ଏଣ୍ଟ୍ରି କରିବେ IRS ଅଧିକାରୀ ସମୀର ୱାନଖଡେ, ଏହି ପାର୍ଟିରୁ ଲଢିବେ ନିର୍ବାଚନ

ମୁମ୍ଵାଇ ୧୭।୧୦: ମହାରାଷ୍ଟ୍ରର ପ୍ରସିଦ୍ଧ ଆଇଆରଏସ ଅଧିକାରୀ ସମୀର ୱାନଖଡେ। ବର୍ତ୍ତମାନ ସେ ରାଜନୀତିରେ ପ୍ରବେଶ କରିବାକୁ ଯାଉଛନ୍ତି। ସୂଚନାନୁସାରେ, ସମୀର ଶିବସେନା ଏକନାଥ ସିନ୍ଦେଙ୍କ ଦଳରେ ଯୋଗଦେବେ। ସମୀର ୱାନଖଡେ ମୁମ୍ବାଇର ଧାରାବୀ ବିଧାନସଭା ଆସନରୁ ନିର୍ବାଚନ ଲଢିବେ।

ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ସମୀରଙ୍କୁ ଆଇଆରଏସ ପଦରୁ ଇସ୍ତଫା ଦେବାକୁ ପଡ଼ିବ ଏବଂ ଇସ୍ତଫା କେନ୍ଦ୍ର ସରକାର ଗୃହ ବିଭାଗ ଦ୍ୱାରା ଗ୍ରହଣ କରିବାକୁ ପଡ଼ିବ।

ଏହା ପରେ ରାଜନୀତିରେ ପ୍ରବେଶ କରିବାର ରାସ୍ତା ସହଜ ହେବ।

ସମୀର ୱାନଖଡେ କିଏ?

୪୪ ବର୍ଷିୟ ସମୀର ୱାନଖଡେ ୨୦୦୮ ବ୍ୟାଚ୍ର IRS ଭାରତୀୟ ରାଜସ୍ୱ ସେବା ଅଧିକାରୀ। ୨୦୨୧ ପର୍ଯ୍ୟନ୍ତ ସେ ମୁମ୍ବାଇରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ର ଜୋନାଲ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ। ଏନସିବିରେ ଯୋଗଦେବା ପୂର୍ବରୁ ୱାନଖଡେ ଏନ୍ଆଇଏ ଏବଂ ଏୟାର ଇଣ୍ଟେଲିଜେନ୍ସ ୟୁନିଟ୍ ସହିତ କାମ କରିଥିଲେ।

ୱାନଖଡେ ତାଙ୍କ କ୍ୟାରିଅରରେ ଡ୍ରଗ୍ସ ଏନ୍ଫର୍ସମେଣ୍ଟ ସହ ଜଡିତ ଆଇନ ପ୍ରଣୟନକାରୀ ସଂସ୍ଥାଗୁଡ଼ିକରେ ବିଭିନ୍ନ ପଦବୀରେ ରହିଆସିଛନ୍ତି। ଡ୍ରଗ୍ସ ଚୋରା ଚାଲାଣକାରୀ ଏବଂ ସେମାନଙ୍କ ନେଟୱାର୍କକୁ ଟାର୍ଗେଟ କରି ଆକ୍ରମଣ, ଗୁପ୍ତଚର କାର୍ଯ୍ୟ ତଥା ଗୁପ୍ତ ଅନୁସନ୍ଧାନର ଯାଞ୍ଚରେ ସମୀର ସକ୍ରିୟ ଭାବରେ ଜଡିତ ଥିଲେ । ତାଙ୍କର ୧୫ ବର୍ଷର କ୍ୟାରିଅର୍ ସମୟରେ, ସେ ୧୭,୦୦୦ କିଲୋଗ୍ରାମ ଡ୍ରଗ୍ସ ଏବଂ ୧୬୫ କିଲୋଗ୍ରାମ ସୁନା ଜବତ କରିଥିବା ମାନ୍ୟତା ପାଇଛନ୍ତି ।

ଏହି ମାମଲା ଗୁଡ଼ିକ ପାଇଁ ଚର୍ଚ୍ଚାରେ ଥିଲେ

ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଗ୍ୟାଙ୍ଗର ଡ୍ରଗ୍ ନକ୍ସସ୍ ଭାଙ୍ଗିବା, ଇସଲାମ ପ୍ରଚାରକ ଜାକିର ନାୟକଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା, କଷ୍ଟମ୍ ଚୋରି ମାମଲାରେ ଗାୟକ ମିକା ସିଂ, କର୍ଡେଲିଆ କ୍ରୁଜ୍ ଡ୍ରଗ୍ସ ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କ ଜେଲ ଭଳି ମାମଲା ପରିଚାଳନା କରିଥିଲେ ସମୀର ୱାନଖଡେ ।

Related Articles

Leave a Reply

Your email address will not be published. Required fields are marked *

Back to top button