ଦେଶ ବିଦେଶ

ଘରର ଏହି ସ୍ଥାନରେ ଲଗାନ୍ତୁ ତୁଳସୀ, ଗେଣ୍ଡୁ, ଅଶୋକ ଗଛ। ହୋଇଯିବେ ମାଲାମାଲ।

ତୁଳସୀ ଗଛ ଘରର ଆଖପାଖର ନକାରାତ୍ମକ ଶକ୍ତିକୁ ଦୂର କରି ଦେଇଥାଏ। ଏଥିପାଇଁ ତୁଳସୀ ଗଛକୁ ଘରର କେନ୍ଦ୍ରରେ ଲଗାଇବା ଉଚିତ। ଯଦି ଘରର କେନ୍ଦ୍ରରେ ତୁଳସୀ ଗଛ ଲଗାଇବା ସମ୍ଭବ ହେଉ ନାହିଁ, ତାହେଲେ ଉତ୍ତର ଦିଗରେ ଲଗାନ୍ତୁ। କହିବାକୁ ଗଲେ ସକାରାତ୍ମକ ଊର୍ଜାର ତରଙ୍ଗ ପୂର୍ବରୁ ପଶ୍ଚିମ ଓ ଉତ୍ତରରୁ ଦକ୍ଷିଣ ଆଡୁ ଆସିଥାଏ। ନଗିଆ, ନିମା, ଅଶୋକ ଗଛ ଆଦି ଘରର ଦକ୍ଷିଣ ବା ପଶ୍ଚିମ ଦିଗରେ ବା ନୈରୁତ୍ତ କୋଣରେ ଲଗାଇବା ଉଚିତ।

ଗଛପତ୍ର ଆମ ଜୀବନ ଓ ପରିବେଶକୁ ସକାରାତ୍ମକ ଓ ସବୁଜମୟ କରି ଦେଇଥାନ୍ତି। ବାସ୍ତୁ ଶାସ୍ତ୍ର ଅନୁସାରେ ଗଛଲତା ମଧ୍ୟରେ ବାସ୍ତୁ ଦୋଷ ଦୂର କରିବାର ଶକ୍ତି ରହିଥାଏ। ଯଦି ଗଛଲତା ସଠିକ ସ୍ଥାନରେ ରହିବେ ନାହିଁ, ତାହେଲେ ମନୁଷ୍ୟକୁ ଶାରୀରିକ, ମାନସିକ, ଆର୍ଥିକ ସଂକଟର ମୁକାବିଲା କରିବାକୁ ପଡ଼ିଥାଏ।ଆଜି ଆମେ ଆପଣଙ୍କୁ କିଛି ବିଶେଷ ଉପାୟ ଗୁଡ଼ିକ ବିଷୟରେ କହିବାକୁ ଯାଉଛୁ, ଯାହାଦ୍ଵାରା ଆପଣ କେଉଁ ଦିଗରେ ଗଛ ଲଗାଇ ଧନବାନ ହୋଇ ପାରିବେ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଗଛଲତାକୁ ସଠିକ ସ୍ଥାନରେ ରୋପଣ କଲେ, ଅନେକ ଲାଭ ପ୍ରାପ୍ତ ହୋଇଥାଏ। ସେହିପରି ଯଦି ଭୁଲ ଦିଗରେ ଗଛଲତା ଗୁଡ଼ିକୁ ରୋପଣ କରାଯାଏ, ତାହେଲେ ଅନେକ କ୍ଷୟକ୍ଷତି ଘଟିଥାଏ। ଘରର ଉତ୍ତର ପୂର୍ବ ଦିଗରେ ତୁଳସୀ, ଗଜରା, ପୁଦିନା, ହଳଦୀ, କଦଳୀ ଗଛ ଆଦି ଲଗାଇବା ଉଚିତ। ଏହାଦ୍ବାରା ପରିବାର ଲୋକଙ୍କର ସ୍ବାସ୍ଥ୍ୟ ଉପରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ। ତୁଳସୀ ଗଛ ଘରର ଆଖପାଖର ନକାରାତ୍ମକ ଶକ୍ତିକୁ ଦୂର କରି ଦେଇଥାଏ। ଏଥିପାଇଁ ତୁଳସୀ ଗଛକୁ ଘରର କେନ୍ଦ୍ରରେ ଲଗାଇବା ଉଚିତ। ଯଦି ଘରର କେନ୍ଦ୍ରରେ ତୁଳସୀ ଗଛ ଲଗାଇବା ସମ୍ଭବ ହେଉ ନାହିଁ, ତାହେଲେ ଉତ୍ତର ଦିଗରେ ଲଗାନ୍ତୁ

ଉତ୍ତର ଦିଗରେ ଆପଣ ନୀଳ ରଙ୍ଗର ଫୁଲ ଗଛ ଲଗାଇ ପାରିବେ। ନୀଳ ରଙ୍ଗ ଜୀବନର ସୁଖ ସମୃଦ୍ଧିକୁ ବଢାଇ ଥାଏ ଏବଂ ସକାରାତ୍ମକ ପ୍ରଭାବ ବୃଦ୍ଧି କରିଥାଏ।କହିବାକୁ ଗଲେ ସକାରାତ୍ମକ ଊର୍ଜାର ତରଙ୍ଗ ପୂର୍ବରୁ ପଶ୍ଚିମ ଓ ଉତ୍ତରରୁ ଦକ୍ଷିଣ ଆଡୁ ଆସିଥାଏ। ନଗିଆ, ନିମ, ଅଶୋକ ଗଛ ଆଦି ଘରର ଦକ୍ଷିଣ ବା ପଶ୍ଚିମ ଦିଗରେ ବା ନୈରୁତ୍ତ କୋଣରେ ଲଗାଇବା ଉଚିତ। ଏହାଦ୍ୱାରା ଘର ପାଇଁ ଓ ପରିବେଶ ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ।

ଘରର ପଶ୍ଚିମ ଦିଗରେ କେବେବି କଣ୍ଟା ଜାତୀୟ ଗଛ ଲଗାନ୍ତୁ ନାହିଁ।ଲାଲ ରଙ୍ଗର ଫୁଲ ଘରର ଦକ୍ଷିଣ ଦିଗ ବା ଆଗ୍ନେୟ କୋଣରେ ଲଗାଇବା ଉଚିତ। ବେଦନା ଗଛ ଘର ଭିତରେ ନ ଲଗାଇ ଘର ବାହାରେ ଲଗାଇବା ଉଚିତ। ବେଦନା ଗଛ ଘରର ଦକ୍ଷିଣ ଦିଗରେ ଲଗାଇବା ଦ୍ୱାରା ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ।

ବେଲଗଛ ଘରର ବାୟବ୍ୟ କୋଣରେ ଲଗାଇବା ଅତ୍ୟନ୍ତ ଶୁଭ ମାନା ଯାଇଥାଏ। ଏହାକୁ ଘର ଭିତରେ ଲଗାଇବା ଅତ୍ୟନ୍ତ ଶୁଭ ମାନା ଯାଇଥାଏ। ଧଳା ରଙ୍ଗର ଫୁଲ ସର୍ବଦା ଘରର ପଶ୍ଚିମ ଦିଗରେ ଲଗାଇବା ଉଚିତ। ଏହାଦ୍ୱାରା ସକାରାତ୍ମକ ଉର୍ଜାର ସଞ୍ଚାର ହୋଇଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button