ଓଡିଶା

ତାଜା ହେଲା ପିଲାଦିନର ସ୍ମୃତି, ମଧୁମାୟା ଫାଉଣ୍ଡେସନ ପକ୍ଷରୁ କୁଆଁର ପୂନେଇଁ ଜହ୍ନ ଲୋ କାର୍ଯ୍ୟକ୍ରମ

ବ୍ରହ୍ମପୁର16/10 : ମନେ ପଡୁଛି ପିଲା ଦିନର ସ୍ମୃତି। ସତରେ ସେ ଦିନର କଥା ନିଆରା। କୁଆଁର ପୂନେଇଁର 10 ଦିନପୂର୍ବରୁ ଗାଁରେ ଆରମ୍ଭ ହୋଇଯାଏ ମଉଜ। ଝିଅମାନେ ମେଳ ହୋଇ କୁଆଁର ପୂନେଇଁ ଗୀତ ହେଉ କି ବିଭିନ୍ନ ପ୍ରକାରର ଖେଳ ଖେଳୁଥିବା ଦେଖିବାକୁ ମିଳେ । ଜହ୍ନି ଓଷାର ବି ରହିଛି ଖାସ୍ ମହତ୍ତ୍ୱ। ସେତେବେଳେ ଏସବୁ ପୂଜାର ମଜାକୁ କରୁଥିଲା ଦ୍ୱିଗୁଣିତଏବେ କିନ୍ତୁ ସେ ସବୁ ବିଲୁପ୍ତ ହେବାକୁ ବସିଲାଣି।

ଲୁପ୍ତ ସଂସ୍କୃତିକୁ ଉଜ୍ଜୀବିତ କରିବା ପାଇଁ ମଧୁମାୟା ଫାଉଣ୍ଡସେନ ପକ୍ଷରୁ କୁଆଁର ପୂନେଇଁ ଜହ୍ନ ଲୋ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରୟାସ କରାଯାଇଛି।

ବିଭିନ୍ନ କଳାର ନିଖୁଣ ନିର୍ଦଶନ ଦେଲେ କଳାକାର। ବିଶିଷ୍ଟ ଲୋକ କଳାକାର ଶରତ ମହାପାତ୍ର ଶଙ୍ଖନାଦ ପରିବେଶଣ କରିଥିବା ବେଳେ ଶ୍ୟାମ ସୁନ୍ଦର ପାଣିଗ୍ରାହୀ ଲକ୍ଷ୍ମୀ ବନ୍ଦନା ଗାନ କରିଥିଲେ। କୁଆଁରୀ ଝିଅଙ୍କ ଜହ୍ନି ଓଷା ସାଙ୍ଗକୁ କୁଆଁରୀ ପୂହ୍ନେଇ ଜହ୍ନ ଲୋ ଗୀତରେ ଉପସ୍ଥିତ ଦର୍ଶକ ବେଶ୍ ବିମୋହିତ ହୋଇଥିଲେ। ସତେ ଯେମିତି ପିଲା ଦିନର ସ୍ମୃତି ତାଜା ହୋଇଥିବା କହିଛନ୍ତି ଦର୍ଶକ। ଏଭଳି କାର୍ଯ୍ୟକ୍ରମ ଓଡ଼ିଆ କଳା, ସଂସ୍କୃତିକୁ ଉଜ୍ଜୀବିତ କରିଥିବା ଅନୁଭବ ହେଉଥିବା କହିଛନ୍ତି ବୁଦ୍ଧିଜିବୀ। ଅନ୍ୟପଟେ ‘କୁଆଁର ପୂନେଇଁ ଜହ୍ନ ଲୋ’ କାର୍ଯ୍ୟକ୍ରମକୁ ନେଇ ଏବେ ସମସ୍ତେ ବେଶ୍ ଆଶାବାଦୀ। ଯାହା ବିଲୁପ୍ତ ଓଡ଼ିଆ କଳା, ସଂସ୍କୃତିକୁ ଉଜ୍ଜୀବିତ କରିବା ପାଇଁ ସହାୟକ ହୋଇ ପାରିବ ବୋଲି କୁହାଯାଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button