ଯୁବକଙ୍କୁ ମାଡ଼ ମାରିବା ମାମଲାରେ ହାତ ଯୋଡ଼ି କ୍ଷମା ମାଗିଲେ ପାକିସ୍ତାନୀ ଗାୟକ – bajravana
[ad_1]
ଇସ୍ଲାମ୍ବାଦ୍: ପାକିସ୍ତାନୀ ଗାୟକ ରାହତ ଫତେହ ଅଲ୍ଲୀ ଖାନ ଗତ କିଛି ଦିନ ହେବ ଜଣେ ଯୁବକଙ୍କୁ ମାଡ଼ ମାରିବାକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ସେ ଯୁବକ ଜଣଙ୍କୁ ମାଡ଼ ମାରୁଥିବା ବେଳର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ତାଙ୍କୁ ଅନେକ ଲୋକ ସମାଲୋଚନା କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଏନେଇ ଏବେ ସଫେଇ ଦେଇ କ୍ଷମା ମାଗିଛନ୍ତି ରାହତ ଫତେହ ଅଲ୍ଲୀ ଖାନ। ସେ କାହିଁକି ତାଙ୍କ କର୍ମଚାରୀଙ୍କୁ ମାଡ଼ ମାରିଛନ୍ତି ଏବଂ କେଉଁ ବୋତଲ୍ ବିଷୟରେ ପଚାରୁଛନ୍ତି ତାହା ଗାୟକ ସ୍ପଷ୍ଟ କରିଛନ୍ତି। ଗାୟକ ଯେଉଁ ଭିଡିଓ ପୋଷ୍ଟ୍ କରି ଜନସାଧାରଣଙ୍କୁ ହାତ ଯୋଡ଼ି କ୍ଷମା ମାଗିଛନ୍ତି ସେଥିରେ ପୀଡ଼ିତ କର୍ମଚାରୀ ଓ ତାଙ୍କ ବାପା ମଧ୍ୟ ଉପସ୍ଥିତ ଅଛନ୍ତି।
ରାହତ ଫତେହ ଅଲ୍ଲୀ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ଏହା ୯ ମାସ ତଳର ପୁରୁଣା ଭିଡିଓ। ତାଙ୍କୁ ବଦନାମ କରିବାକୁ ଉଦ୍ଦେଶ୍ୟମୂଳକ ଭାବେ ଏହାକୁ ରେଡର୍କ କରାଯାଇଛି। ଏବେ ମାଡ଼ ଖାଇଥିବା ଯୁବକ ଜଣକ ନିଜର ପକ୍ଷ ରଖିଛନ୍ତି। ‘‘ସେ ମୋର ମାଲିକ, ମୋତେ ମାଡ଼ ମାରିପାରିବେ’’ ବୋଲି ଯୁବକ ଜଣକ କହିଛନ୍ତି।
[ad_2]