ଖେଳ ଖବର

ମହମ୍ମଦ ଶାମୀ ଅଷ୍ଟ୍ରେଲିଆରେ ବର୍ଡର -ଗାଭାସ୍କର ସିରିଜ ଖେଳିବେ କି ନାହିଁ ଅପଡେଟ୍ ଦେଲେ ଅଧିନାୟକ ରୋହିତ ଶର୍ମା

ନୂଆଦିଲ୍ଲୀ, ୧୫/୧୦ : ଭାରତୀୟ ଟିମର ଷ୍ଟାର ବୋଲର ମହମ୍ମଦ ଶାମୀ ଏବେ ପର୍ଯ୍ୟନ୍ତ ଦଳକୁ ଫେରି ନାହାନ୍ତି । ଧିରେ ଧିରେ ବର୍ଡର ଗାଭାସ୍କର ଟ୍ରଫି ପ୍ରାୟ ନିକଟତର ହେବାରେ ଲାଗିଛି, ଯେଉଁଥିରେ ଶାମୀ ଟିମ୍ ଇଣ୍ଡିଆ ଲାଗି ଗୁରୁତ୍ବପୂର୍ଣ୍ଣ ହେବେ । ଏବେ ଅଧିନାୟକ ରୋହିତ ଶର୍ମା ଶାମୀଙ୍କ ବର୍ଡ଼ର- ଗାଭାସ୍କର ଟ୍ରଫିରେ ଖେଳିବାକୁ ନେଇ ବଡ଼ ଅପେଡଟ୍ ଦେଇଛନ୍ତି ।

ଭାରତୀୟ ଅଧିନାୟକ ନିଜ ଜବାବରେ ସମ୍ପୂର୍ଣ୍ଣ ତଥ୍ୟ ସ୍ପଷ୍ଟ କରି ଦେଇଛନ୍ତି ।

ଏକ ସାକ୍ଷାତକାରରେ ରୋହିତ ଶର୍ମା ଶାମୀଙ୍କ ବିଷୟରେ ଅପଡେଟ ଦେଇଛନ୍ତି । ସେ କହିଛନ୍ତି କି ଆଣ୍ଠୁରେ ଆଘାତ କାରଣରୁ ଶାମୀ ପୁଣି ଥରେ ଫେରିଯାଇଛନ୍ତି । ଏହାବ୍ୟତୀତ ସେ ଏହି କଥା ବି ସ୍ପଷ୍ଟ କରିଛନ୍ତି କି ବର୍ଡର ଗାଭାସ୍କର ଟ୍ରଫିରେ ତାଙ୍କୁ ସମ୍ପୂର୍ଣ୍ଣ ଭାବେ ଫେରାଇବାକୁ ଚାହୁଁଛୁ ।

ସେ ଆହୁରି ମଧ୍ୟ କହିଛନ୍ତି କି, ଶାମୀଙ୍କୁ ସାମାନ୍ୟ ଝଟକା ଲାଗିଛି ଏବଂ ତାଙ୍କ ଆଣ୍ଠୁରେ ଆଘାତ ଲାଗିଛି । ଯେଉଁଥିପାଇଁ ସେ କିଛିମାତ୍ରାରେ ପଛକୁ ଚାଲିଯାଇଛନ୍ତି ଏବଂ ତାଙ୍କୁ ପୁଣିଥରେ ଆରମ୍ଭ କରିବାକୁ ପଡ଼ିବ । ସେ ଏନସିଏରେ ଡାକ୍ତର ଏବଂ ଫିଜିଓଙ୍କ ସହ ଅଛନ୍ତି । ଆମେ ଅଧା ପ୍ରସ୍ତୁତ ଶାମୀଙ୍କୁ ଅଷ୍ଟ୍ରେଲିଆକୁ ନେବାକୁ ଚାହୁଁ ନାହୁଁ । ଆମେ ଅଙ୍ଗୁଳି କ୍ରଶ କରି ରଖୁଛୁ ।

Related Articles

Leave a Reply

Your email address will not be published. Required fields are marked *

Back to top button