ଖେଳ ଖବର

ପ୍ରଜ୍ଞାନନ୍ଦ-କାର୍ଲସେନ୍‌ ପ୍ରଥମ ଗେମ୍‌ ଅମୀମାଂସିତ – bajravana

[ad_1]

ବକୁ: ଆଜରବୈଜାନ୍‌ର ବକୁଠାରେ ଚାଲିଥିବା ଫିଡେ ଚେସ୍‌ ବିଶ୍ବକପ୍‌ର ଫାଇନାଲ୍‌ ମ୍ୟାଚ୍‌ ମଙ୍ଗଳବାରଠୁ ଆରମ୍ଭ ହୋଇଛି। ଭାରତୀୟ ଗ୍ରାଣ୍ଡମାଷ୍ଟର ଆର୍‌ ପ୍ରଜ୍ଞାନନ୍ଦ ଓ ନରୱେର ମାଗ୍‌ନସ୍‌ କାର୍ଲସେନ୍‌ଙ୍କ ମଧ୍ୟରେ ଫାଇନାଲ୍‌ର ପ୍ରଥମ ଗେମ୍‌ ଅମୀମାଂସିତ ରହିଛି। ୩୫ ମୁଭ୍‌ ପରେ ଗେମ୍‌କୁ ଶେଷ କରାଯାଇଥିଲା। ବୁଧବାର ଦ୍ବିତୀୟ ଗେମ୍‌ ଅନୁଷ୍ଠିତ ହେବ। ପ୍ରଥମ ଗେମ୍‌ରେ ଧଳା ଗୋଟି ନେଇ ଖେଳୁଥିବା ପ୍ରଜ୍ଞାନନ୍ଦ ଦ୍ବିତୀୟ ଗେମ୍‌ରେ କଳା ଗୋଟିରେ ଖେଳିବେ। ଯଦି ଏହି ଗେମ୍‌ରେ ଫଳାଫଳ ନବାହାରେ ତାହେଲେ ଗୁରୁବାର ଟାଇବ୍ରେକରରେ ବିଜେତା ନିର୍ଦ୍ଧାରଣ ହେବ। କାର୍ଲସେନ୍ ଓ ପ୍ରଜ୍ଞାନନ୍ଦଙ୍କ ମଧ୍ୟରେ ଏହା ୨୦ତମ ମ୍ୟାଚ୍‌ ଖେଳାଯାଉଛି। ପୂର୍ବରୁ ଆଜରବୈଜାନ୍‌ରେ ଥିବା ଭାରତୀୟ ରାଷ୍ଟ୍ରଦୂତ ଶ୍ରୀଧରନ୍‌ ମଧୁସୂଦନ ପ୍ରଥମ ଗୋଟି ଚାଳନା କରି ଫାଇନାଲ୍‌ ଆରମ୍ଭ କରିଥିଲେ। କମ୍‌ ବୟସ୍କ ଖେଳାଳି ଭାବେ ଫିଡେ ବିଶ୍ବକପ୍‌ ଫାଇନାଲ୍‌ ଖେଳୁଥିବା ପ୍ରଜ୍ଞାନନ୍ଦଙ୍କୁ ଭାରତୀୟ କିଂବଦନ୍ତି କ୍ରିକେଟର୍‌ ସଚିନ ତେନ୍ଦୁଲକର ଶ‌ୁଭେଚ୍ଛା ଜଣାଇଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button