ଦେଶ ବିଦେଶ

ସନ୍ଦେହ ଘେରରେ ଯୁବକଙ୍କ ମୃତ୍ୟୁ; ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଯୁବକଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ଏବଂ ଗ୍ରାମବାସୀ ସନ୍ଦେହ କରିଛନ୍ତି। ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିବା ସହ ନିରପକ୍ଷ ତଦନ୍ତ କରିଛନ୍ତି। ଝରିଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

ଅଭିଯୋଗ ପ୍ରକାରେ ଗତକାଲି ଛଟାଗୁଡ଼ା ଗ୍ରାମରେ ଦୁର୍ଗାପୂଜା ଉପଲକ୍ଷେ କାର୍ଯ୍ୟକ୍ରମ ଚାଲିଥିବା ବେବେ ବିଳମ୍ବିତ ରାତିରେ ବିବେକାନନ୍ଦ ମହନ୍ତ ଏବଂ ପିଉସୀ ପୁଅ ଭାଇ ଗିରିଧାରୀ ଗୋଲଦାର ଉପସ୍ଥିତ ଥିଲେ।

ରାତି ପ୍ରାୟ ୧ଘଣ୍ଟା ୩୦ ମିନିଟରେ ସମ୍ପର୍କୀୟ ଭାଇ ରଞ୍ଜନ ମହନ୍ତ ମୋବାଇଲ ଫୋନ୍ରେ କହିଲେ ଯେ, ବିବେକାନନ୍ଦଙ୍କ ଭାଇ ସୁବଳ ମହନ୍ତ (୩୦)ଙ୍କ ଦେହ ବହୁତ ଅସୁସ୍ଥ ଅଛି।

ସୂଚନା ପାଇ ବିବେକାନନ୍ଦ ଏବଂ ଗିରିଧାରୀ ଛୋଟାଗୁଡ଼ା ଗ୍ରାମ ଠାରୁ ଏକ କିଲୋମିଟର ଦୂରରେ ଜମି ନିକଟରେ ରହୁଥିବା ଭାଇ ସୁବଳ ଘରେ ପହଞ୍ଚି ଥିଲେ। ସେଠାରେ ସୁବଳ ରକ୍ତାକ୍ତ ଅବସ୍ଥାରେ ଘର ଭିତରେ ପଡିଥିବା ବେଳେ ତଣ୍ଟିରେ ଗଭୀର ଆଘାତ ହୋଇ ଥିବା ଦେଖିଥିଲେ। ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଗୁରୁତର ଅବସ୍ଥାରେ ସୁବଲଙ୍କୁ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ ନେବା ସମୟରେ ମୃତ୍ୟୁ ହୋଇଯାଇ ଥିଲା।ଉମରକୋଟ ଠାରେ କାର୍ଯ୍ୟରତ ଡାକ୍ତର ସୁବଳଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

ପାରିପାର୍ଶ୍ବିକ ସ୍ଥିତିକୁ ଅନୁଧ୍ୟାନ କରି ପରିବାର ଲୋକ ଏବଂ ଗ୍ରାମବାସୀ ସୁବଳଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ଘଟଣାସ୍ଥଳକୁ ଉମରକୋଟ ଏସଡିପିଓ ମଧୁସିକ୍ତା ମିଶ୍ର, ଝରିଗାଁ ଥାନା ଅଧିକାରୀ ତପନ କୁମାର ପତି ସହ ଝରିଗାଁ ଥାନା କର୍ମଚାରୀ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

ଅନ୍ୟପକ୍ଷେ ପରିବାର ଲୋକ ଘଟଣା ସମ୍ପର୍କରେ ସୁବଳଙ୍କ ସ୍ତ୍ରୀ ଚଞ୍ଚଳା ମହାନ୍ତଙ୍କୁ ପଚାରିବାରୁ ବିଦ୍ୟୁତ ଆଘାତ ଯୋଗୁଁ ତଣ୍ଟିରେ ଗଭୀର ଆଘାତ ହୋଇଥିବା କହିଥିଲେ। ପାରିପାର୍ଶ୍ବିକ ସ୍ଥିତିକୁ ଅନୁଧ୍ୟାନ କରି ପରିବାର ଲୋକ ଏବଂ ଗ୍ରାମବାସୀ ସୁବଳଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ଘଟଣାସ୍ଥଳକୁ ଉମରକୋଟ ଏସଡିପିଓ ମଧୁସିକ୍ତା ମିଶ୍ର, ଝରିଗାଁ ଥାନା ଅଧିକାରୀ ତପନ କୁମାର ପତି ସହ ଝରିଗାଁ ଥାନା କର୍ମଚାରୀ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ସେହିପରି ସାଇଣ୍ଟିଫିକ ଟିମର ଆଶ୍ରୟ ନେଇ ଥିବା ସୂଚନା ମିଳିଛି। ପରିବାର ଲୋକେ ଏବଂ ଗ୍ରାମବାସୀ ସୁବଳଙ୍କୁ ହତ୍ୟା କରା ଯାଇଥିବା ଅଭିଯୋଗ କରୁଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ଜଣାପଡିବ ବୋଲି ଝରିଗାଁ ପୁଲିସ ସୂଚନା ଦେଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button