ଦେଶ ବିଦେଶ

ଫଳାଫଳ ଆସିବା ପୂର୍ବରୁ ଓମାର ଅବଦୁଲ୍ଲାଙ୍କ ବଡ଼ ବୟାନ: ଲିଡ୍ କରୁଛି କଂଗ୍ରେସ-ଏନସି ମେଣ୍ଟ, ଜିତିବା ସୁନିଶ୍ଚତ

ଶ୍ରୀନଗର: ଜମ୍ମୁ-କଶ୍ମୀରର ୯୦ଟି ବିଧାନସଭା ଆସନ ପାଇଁ ଚାଲିଛି ଭୋଟ ଗଣନା। ପ୍ରଥମ ପର୍ଯ୍ୟାୟ ଗଣନାରେ ଜମ୍ମୁ କଶ୍ମୀରରେ ବିଜେପି ଏବଂ କଂଗ୍ରେସ-ଏନସି ମେଣ୍ଟ ମଧ୍ୟରେ ଏକ କଡା ପ୍ରତିଯୋଗିତା ହେଉଛି। ଜାମ୍ମୁ କାଶ୍ମୀରରେ ଏନସି ଓ କଂଗ୍ରେସ ମେଣ୍ଟ ଆଗୁଆ ଅଛି। ବିଜେପିଠାରୁ ଏନସି ଓ କଂଗ୍ରେସ ମେଣ୍ଟ ଆଗୁଆ ରହିଛି। ଏହି ସମୟରେ ନ୍ୟାଶନାଲ କନଫରେନ୍ସ ଉପାଧ୍ୟକ୍ଷ ଓମାର ଅବଦୁଲ୍ଲାଙ୍କ ବୟାନ ସାମ୍ନାକୁ ଆସିଛି।

ସେ ନିର୍ବାଚନରେ ବିଜୟୀ ହେବେ ବୋଲି ଆଶା କରିଛନ୍ତି।

ସେ କହିଛନ୍ତି, ମୁଁ ମୋର ସମସ୍ତ ସହକର୍ମୀଙ୍କୁ ଶୁଭେଚ୍ଛା ଜଣାଉଛି। ଆମେ ଭଲ ଲଢେଇ କରିଛୁ ଏବଂ ବର୍ତ୍ତମାନ ଫଳାଫଳ ମଧ୍ୟ ଭଲ ହେବ। ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ ହୋଇଛି ପ୍ରଥମ ବିଧାନସଭା ନିର୍ବାଚନ। ଏହି କେନ୍ଦ୍ର ଶାସିତ ପ୍ରଦେଶରେ ୧୦ ବର୍ଷ ପରେ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ୯୦ ସିଟ୍‌ରେ ହେଉଛି ମହାମୁକାବିଲା। ଏଥର ମଇଦାନକୁ ଓମର ଅବଦୁଲ୍ଲା, ରବୀନ୍ଦ୍ର ସୈନୀ, ଇଲତିଜା ମୁଫତିଙ୍କ ପରି ଆଗ ଧାଡ଼ିର ନେତା ଓହ୍ଲାଇଛନ୍ତି।

ଓମର ଅବଦୁଲ୍ଲା ଗାନ୍ଦେରବଲ ଓ ବଡ଼ଗାମରୁ ମଇଦାନକୁ ଓହ୍ଲାଇଛନ୍ତି। ଗାନ୍ଦେରବଲ ହେଉଛି ନ୍ୟାଶନାଲ କନଫରେନ୍ସର ଗଡ଼। ଏଠାରେ ଅବଦୁଲ୍ଲା ପରିବାରର ୩ ପିଢ଼ିଙ୍କୁ ଲୋକମାନେ ନିର୍ବାଚିତ କରି ଆସୁଛନ୍ତି। ଚଳିତ ନିର୍ବାଚନରେ ବି ଏଠାରୁ ଓମାର ଅବଦୁଲ୍ଲା ଆଗରେ ଅଛନ୍ତି ଓ ନିଜ ବିଜୟକୁ ନେଇ ଦୃଢ ଆଶାବାଦୀ ଅଛନ୍ତି। ସେ କହିଛନ୍ତି, ଆମେ ଆଶା କରୁଛୁ ଯେ ଆମେ ଜିତିବୁ। ମଙ୍ଗଳବାର ଅପରାହ୍ନ ସୁଦ୍ଧା ଜମ୍ମୁ କଶ୍ମୀରର ଭୋଟରମାନେ କ’ଣ ନିଷ୍ପତ୍ତି ନେଇଛନ୍ତି ତାହା ଜଣାପଡିବ। ଭୋଟ ଗଣନାରେ ସ୍ବଚ୍ଛତା ରହିବା ଉଚିତ୍‌ ବୋଲି ସେ କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button