ଦେଶ ବିଦେଶ

ଇଣ୍ଡିଗୋ ଦେଉଛି ୯୯୯ ଟଙ୍କାରେ ବିମାନ ଯାତ୍ରା

ଆପଣ ଯଦି ବିମାନଯାତ୍ରା କରିବାକୁ ଚାହୁଁଛନ୍ତି, ତେବେ ଟ୍ରେନଠାରୁ ବି ସ୍ୱଳ୍ପ ବ୍ୟୟରେ

ଯାତ୍ରୀମାନେ ବିମାନଯାତ୍ରାର ମଜା ଉଠାଇପାରିବେ।

Image result for indigo

ନିକଟରେ ଇଣ୍ଡିଗୋ ଏୟାରଲାଇନ୍ସ କମ୍ପାନି ଗ୍ରାହକଙ୍କ ପାଇଁ ଏକ ନୂଆ ସୁବିଧା ଯୋଗେଇ ଦେଉଛି। ମାତ୍ର ୯୯୯ ଟଙ୍କାରେ ବିମାନ ଯାତ୍ରାର ଲାଭ ଉଠାଇପାରିବେ ଯାତ୍ରୀ। ଏହାବ୍ୟତୀତ ଇଣ୍ଡିଗୋ ନିଜର ୧୦ ଲକ୍ଷ ସିଟକୁ ବିକ୍ରି କରିବା ଆରମ୍ଭ କରିଦେଇଛି।

ଏହି ଅନୁଯାୟୀ ଟିକେଟ ବୁକିଂର ଦାମ୍ ୯୯୯ରୁ ଆରମ୍ଭ ହେବାସହ ଅଫରଟି ସୀମିତ ସମୟ ପାଇଁ ରହିଛି। ଏହାଛଡ଼ା କମ୍ପାନି ଟିକେଟ ପିଛା ୨୦ପ୍ରତିଶତ କ୍ୟାସବ୍ୟାକର ଅଫର ମଧ୍ୟ ରଖିଛି। ଯେଉଁ ଯାତ୍ରୀମାନେ ମୋବାଇଲ ୱାଲେଟ “ମୋବିକ୍ୟୁକ୍’ ଆପକୁ ବ୍ୟବହାର କରୁଛନ୍ତି, ସେମାନେ ୬୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକର ଲାଭ ଉଠାଇପାରିବେ।

ଭାରତରେ ଏହି ସେଲ୍ ଗତ କାଲିଠାରୁ ଆରମ୍ଭ ହୋଇ ୬ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ। ଏହି ଅଫରର ନିମାନୁସାରେ ଯାତ୍ରୀମାନେ ୧୮ ଡିସେମ୍ବର ୨୦୧୮ ରୁ ୩୦ ମାର୍ଚ୍ଚ ୨୦୧୯ ମଧ୍ୟରେ ଯାତ୍ରାର ଲାଭ ଉଠାଇପାରିବେ।

କମ୍ପାନିର ମୁଖ୍ୟ ବାଣିଜ୍ୟ ଅଧିକାରୀ ୱିଲିୟମ ବୋଲ୍ଟରଙ୍କ ମତରେ, ଆମେ ୪ ଦିନ ପାଇଁ ଉତ୍ସବର ସେଲ୍ ଆରମ୍ଭ କରିଛୁ। ଏହା ୩ରୁ ୬ ସେପ୍ଟେମ୍ବର ପର୍ଯ୍ୟନ୍ତ ରହିବ। ଏହି ଅଫର ଦ୍ୱାରା ଯାତ୍ରୀମାନେ ଆମ ନେଟୱର୍କ ସାହାଯ୍ୟରେ ଯେକୌଣସି ସ୍ଥାନକୁ ଯାତ୍ରା କରିବାର ସୁବିଧା ଉଠାଇପାରିବେ। ଏହାର ଟିକେଟ୍ ମୂଲ୍ୟ ୯୯୯ ଟଙ୍କାରୁ ଆରମ୍ଭ। ଏହି ସେଲ୍ ଦ୍ୱାରା କମ୍ପାନିକୁ ପୁଞ୍ଜି ବଢ଼ାଇବାରେ ସାହାଯ୍ୟ ମିଳିବ। ପୂର୍ବରୁ କମ୍ପାନି ଜୁଲାଇ ମାସରେ ୧୨ ଲକ୍ଷ ସିଟର ସେଲ୍ ଆରମ୍ଭ କରିଥିଲା। ଏହାର ମୂଲ୍ୟ ୧୨୧୨ ଟଙ୍କାରୁ ଆରମ୍ଭ ହୋଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button