ଦେଶ ବିଦେଶମନୋରଞ୍ଜନ

୨୧୫ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାର ଚାର୍ଜଶିଟରେ ଜ୍ୟାକଲିନଙ୍କ ନାମ !

ନୂଆଦିଲ୍ଲୀ: ୨୧୫ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇ ସୁକେଶ ଚନ୍ଦ୍ରଶେଖର ଜେଲରେ। ତଦନ୍ତକାରୀ ସଂସ୍ଥା ଇଡି ଏହି ମାମଲାର ତଦନ୍ତ କରି ଆଜି ଚାର୍ଜଶିଟ ଦାଖଲ କରିବ ବୋଲି ସୂଚନା ରହିଛି। ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ନାମ ଇଡି ଚାର୍ଜଶିଟରେ ଉଲ୍ଲେଖ କରିବ ବୋଲି ସୂଚନା ରହିଛି। ଅର୍ଥାତ ସୁକେଶ କରିଥିବା ବେଆଇନ କାମର ଅନ୍ୟତମ ଅଭିଯୁକ୍ତ ଭାବେ ଜ୍ୟାକଲିନଙ୍କୁ ଦର୍ଶାଇପାରେ ଇଡି। କୁହାଯାଉଛି ଯେ ଜ୍ୟାକଲିନ ଜାଣିଥିଲେ ଯେ ସୁକେଶ ଚନ୍ଦ୍ରଶେଖର ଜଣେ ଅପରାଧୀ ଏବଂ ମନି ଲଣ୍ଡରିଂ ମାମଲାରେ ସେ ସମ୍ପୃକ୍ତ ଥିଲେ। ଏଥିସହିତ ସୁକେଶଙ୍କ ଉପହାର ଅର୍ଥରେ ଜ୍ୟାକଲିନ ମଧ୍ୟ ଉପକୃତ ହୋଇଥିଲେ।

ସୁକେଶ ଚନ୍ଦ୍ରଶେଖର ମାମଲାରେ ଜ୍ୟାକଲିନଙ୍କୁ ପୂର୍ବରୁ ଅନେକ ଥର ପଚରାଉଚରା କରାଯାଇଥିଲା। ଇଡି ତଦନ୍ତରୁ ଜଣାପଡିଛି ଯେ ସୁକେଶ ଜ୍ୟାକଲିନଙ୍କୁ ପ୍ରାୟ ୧୦ କୋଟି ଟଙ୍କା ମୂଲ୍ୟର ଉପହାର ଦେଇଛି। ମନି ଲଣ୍ଡରିଂ ଆକ୍ଟ ଅଧୀନରେ ଜ୍ୟାକଲିନଙ୍କ ସମ୍ପତ୍ତି ୭ କୋଟି ଟଙ୍କା ରହିଛି। ତଦନ୍ତରୁ ଜଣାପଡିଛି ଯେ ସୁକେଶ କେବଳ ଜ୍ୟାକଲିନଙ୍କୁ ନୁହେଁ ତାଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ମୂଲ୍ୟବାନ ଉପହାର ଦେଇଛି।

ଏଥି ସହିତ ବିଭିନ୍ନ ରାଜ୍ୟରେ ସୁକେଶଙ୍କ ଉପରେ ପ୍ରାୟ ୩୨ଟି ଅପରାଧିକ ମାମଲା ରହିଛି। ସିବିଆଇ, ଇଡି ଏବଂ ଆୟକର ଯାଞ୍ଚ ମଧ୍ୟ ସୁକେଶ ବିରୋଧରେ ଚାଲିଛି। ସୁକେଶ ଚନ୍ଦ୍ରଶେଖର ପ୍ରଭାବଶାଳୀ ବୋଲି ଦର୍ଶାଇ ଲୋକଙ୍କୁ ଠକେଇ କରିଥିବା ଅଭିଯୋଗ ହୋଇଛି। ବିଭିନ୍ନ ବଡବଡିଆ ନେତାଙ୍କ ସହ ଫୋଟୋ ଉଠାଇଥିବାର ଦେଖାଇ ଅନେକ ଲୋକଙ୍କଠାରୁ ବଳପୂର୍ବକ ପଇସା ଆଦାୟ କରିଥିବା ଅଭିଯୋଗ ରହିଛି।

ସେହିଭଳି ସୁକେଶ ଦିଲ୍ଲୀର ଜଣେ ବ୍ୟବସାୟୀଙ୍କ ପତ୍ନୀଙ୍କଠାରୁ ୨୧୫ କୋଟି ଟଙ୍କା ନେଇଛି ଏବଂ ତାଙ୍କ ପରିଚୟ ଆଧାରରେ ତାଙ୍କ ସ୍ୱାମୀଙ୍କୁ ଜାମିନ ମିଳିବ ବୋଲି ସୁକେଶ କହିଥିଲେ। ଏମିତିକି ଜେଲରେ ରହି ସୁକେଶ ଏହି ଠକେଇ ଧନ୍ଦା କରୁଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।

ଏହି ମନି ଲଣ୍ଡରିଂ ମାମଲା ସାମ୍ନାକୁ ଆସିବା ପରେ ସୁକେଶ ଚନ୍ଦ୍ରଶେଖର ଏବଂ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ବ୍ୟକ୍ତିଗତ ଫଟୋ ସାମ୍ନାକୁ ଆସିଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button