ଖେଳ ଖବର

ଇତିହାସ ରଚିଲା ଆଫଗାନିସ୍ତାନ: ସମସ୍ତ ଫର୍ମାଟରେ ଦକ୍ଷିଣ ଆଫ୍ରିକାକୁ ହରାଇଲା

ଶାରଜା: ଆଫଗାନିସ୍ତାନ କ୍ରିକେଟ ଟିମ ଗୁରୁବାର ଇତିହାସ ରଚିଛି । ଶାରଜାରେ ଦଳ ଚମତ୍କାର ପ୍ରଦର୍ଶନ କରି ଦକ୍ଷିଣ ଆଫ୍ରିକାକୁ ଦିନିକିଆ କ୍ରିକେଟରେ ପରାଜିତ କରିଛି । ଏଥିସହ ଆଫଗାନିସ୍ତାନ ଟିମ ସମସ୍ତ ଫର୍ମାଟରେ ଦକ୍ଷିଣ ଆଫ୍ରିକାକୁ ହରାଇ କୀର୍ତିମାନ ସ୍ଥାପନ କରିଛି । ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୧୦୬ ରନରରେ ଅଲଆଉଟ ହୋଇ ଯାଇଥିଲା ।

ଫଜଲହକ ଫାରୁକୀ ୪ଟି, ଅଲ୍ଲାହ ଧଜନକର ୩ଟି ଓ ରଶିଦ ଖାଁ ୨ଟି ୱିକେଟ ଅକ୍ତିଆର କରିଥିଲେ । ପରେ ୨୬ ଓଭରରେ ୪ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା ।

ଏଥିସହ ୩ ମ୍ୟାଚ ବିଶିଷ୍ଟ ସିରିଜରେ ଆଫଗାନିସ୍ତାନ ୧-୦ର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି । ଟି୨୦ ବିଶ୍ୱକପ ପରାଜୟର ମଧୂର ପ୍ରତିଶୋଧ ମଧ୍ୟ ଦଳ ନେଇଛି । ସେପ୍ଟ୍‌ମ୍ବର ୨୦ରେ ସିରିଜର ଦ୍ୱିତୀୟ ମ୍ୟାଚ ଖେଳାଯିବ । ଆଫଗାନିସ୍ତାନର ପ୍ରଦର୍ଶନ ଏବେ ଆନ୍ତର୍ଜାତୀୟସ୍ତରରେ ସମସ୍ତଙ୍କୁ ପ୍ରଭାବିତ କରୁଛି ।

Related Articles

Leave a Reply

Your email address will not be published. Required fields are marked *

Back to top button