ଦେଶ ବିଦେଶ

ସ୍ୱାମୀ ସହିତ ଭୋଜନ କରୁଥିବା ମହିଳାଙ୍କୁ ଭୋଗିବାକୁ ପଡ଼ିଥାଏ ଏପରି ଦୁର୍ଦଶା ! ନିଶ୍ଚୟ ଦେଖନ୍ତୁ :-

ମନୁଷ୍ୟ ନିଜ ଜୀବନରେ ସଂଘର୍ଷ ଏବଂ ପରିଶ୍ରମ କରିଥାଏ କେବଳ ଖାଦ୍ୟ ପାଇଁ । କାରଣ ମନୁଷ୍ୟ ବଞ୍ଚିବା ପାଇଁ ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ହେଉଛି ଖାଦ୍ୟ । ଖାଦ୍ୟ ସେବନ କରିବା ଦ୍ୱାରା ଶକ୍ତି ମିଳିଥାଏ । ଯାହାଦ୍ୱାରା ମନୁଷ୍ୟ କାମ କରିବାକୁ ସକ୍ଷମ ହୁଏ । ସନାତନ ଧର୍ମରେ ଭୋଜନ ପୂର୍ବରୁ ଭଗବାନଙ୍କୁ ପ୍ରାର୍ଥନା କରିବାର ନିୟମ ରହିଛି । ଭଗବାନଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥାଏ । ତେବେ ଶାସ୍ତ୍ରରେ ଏହାର ଅନେକ କାରଣ ବିଷୟରେ ମଧ୍ୟ କୁହାଯାଇଛି । ଶାସ୍ତ୍ରରେ ଏହା ମଧ୍ୟ କୁହାଯାଇଛି ଯେ ଭୋଜନ ବେଳେ କେଉଁ ସବୁ ଭୁଲ କରିବା ଆଦୋୖ ଉଚିତ ନୁହେଁ । ତେବେ ଚାଲନ୍ତୁ ସେହିସବୁ ଭୁଲ ବିଷୟରେ ଜାଣିନେବା ।

୧ . ଭୋଜନ କରିବା ସମୟରେକଥାବାର୍ତ୍ତା କରିବା ଉଚିତ ନୁହେଁ । ବରଂ ଚୁପଚାପ ଖାଦ୍ୟକୁ ସମ୍ମାନ କରି ଉପଭୋଗ କରି ସେବନ କରିବା ଉଚିତ । ବିଜ୍ଞାନ ସମ୍ମତ କାରଣ ଅନୁଯାୟୀ ମଧ୍ୟ ଏହା କୁହାଯାଇଛି । ତେଣୁ ଖାଦ୍ୟ ଖାଇବା ସମୟରେ କଥାବାର୍ତ୍ତା ହେବା ଉଚିତ ନୁହେଁ ।

୨ . ଭୁଲରେବି କିମ୍ବା କୌଣସି ପରିସ୍ଥିତିରର ବି କାହାରି ଅଇଁଠା ଖାଇବା ଉଚିତ ନୁହେଁ । ଆଜିକାଲି ଲୋକେ ବାହାରେ ଖାଦ୍ୟ ଖାଇବା ସମୟରେ ନିଜ ସାଙ୍ଗ ମାନଙ୍କ ସହିତ ଖାଦ୍ୟ ସେୟାର କରିଥାନ୍ତି । ଯାହା ଆଦୋୖ ଥିଲା ନୁହେଁ । କାରଣ ଏହା କରିବା ଦ୍ୱାରା ଉକ୍ତ ବ୍ୟକ୍ତି ଅଶୁଦ୍ଧ ବିଚାରର ହୋଇଥିଲେ ସେହି ଚିନ୍ତାଧାରା ଆପଣଙ୍କ ଠାରେ ମଧ୍ୟ ଦେଖା ଦେବ ।

ଏହାଦ୍ବାରା ଆପଣଙ୍କ କାମ ବିଗିଡ଼ି ଯାଇପାରେ ଏବଂ ଆପଣଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ବୈଜ୍ଞାନ ସମ୍ମତ କାରଣ ଅନୁଯାୟୀ ଏପରି ଅନ୍ୟ ବ୍ୟକ୍ତିର ଅଇଁଠା ଖାଇବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ବିଗିଡ଼ି ପାରେ । ଏହାବ୍ୟତୀତ ସେହି ବ୍ୟକ୍ତି ହୁଏତ ଆପଣଙ୍କୁ ମନରୁ ଖାଦ୍ୟ ଦେଉ ନଥାଇ ପାରନ୍ତି । ଯାହାଦ୍ୱାରା ଆପଣଙ୍କ ଉପରେ ଖରାପ ପ୍ରଭାବ ମଧ୍ୟ ପଡ଼ିପାରେ । ଏହାଦ୍ବାରା ଆର୍ଥିକ ସମସ୍ୟା ଦେଖା ଦେଇଥାଏ ।

୩ . ବିନା ସ୍ନାନ କିମ୍ବା ବିନା ପରିଷ୍କାର ପରିଛନ୍ନତା କିମ୍ବା ଆପରିଷ୍କାର ସ୍ଥାନରେ ଭୋଜନ କରିବା ଦ୍ୱାରା ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ ଏବଂ ଏହାଦ୍ବାରା ଧନ ଧୀରେ ଧୀରେ ନଷ୍ଟ ହେବାକୁ ଲାଗିଥାଏ । ଏହାଦ୍ବାରା ଆପଣଙ୍କ ଧନ ସଞ୍ଚୟ କରିବାର କ୍ଷମତା ମଧ୍ୟ ନଷ୍ଟ ହୋଇଥାଏ । ସ୍ୱାସ୍ଥ୍ୟ ଉପରେ ମଧ୍ୟ ଏହାର ଖରାପ ପ୍ରଭାବ ପଡ଼ିଥାଏ ।

୪ . ଭୋଜନ କରିବା ସମୟରେ ଛିଡ଼ା ହୋଇ ଭୋଜନ କରିବା ଉଚିତ ନୁହେଁ । କାରଣ ଛିଡ଼ା ହୋଇ ଭୋଜନ କରିବା ଦ୍ୱାରା ଶରୀରକୁ ଆବଶ୍ୟକୀୟ ପୋଷାକ ତତ୍ତ୍ୱ ମିଳିପାରେ ନାହିଁ ଏବଂ ଏହାଦ୍ବାରା ହଜମ ହେବାରେ ମଧ୍ୟ ସମସ୍ୟା ଦେଖା ଦିଏ । ତେଣୁ ଛିଡ଼ା ହୋଇ ଭୋଜନ କରିବା ଉଚିତ ନୁହେଁ ।

୫ . ଭୋଜନ କରିବା ସମୟରେ ଠିକ ଦିଗକୁ ମୁହଁ କରି ଭୋଜନ କରିବା ମଧ୍ୟ ଉଚିତ । ଦକ୍ଷିଣ ଦିଗକୁ ମୁହଁ କରି ଭୋଜନ କଲେ ଘର ଉପରେ ପ୍ରେତାତ୍ମାର ପ୍ରଭାବ ପଡ଼ିଥାଏ ଏବଂ ପଶ୍ଚିମ ଦିଗକୁ ମୁହଁ କରି ଭୋଜନ କଲେ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ । ତେଣୁ ସର୍ବଦା ପୂର୍ବ କିମ୍ବା ଉତ୍ତର ଦିଗକୁ ମୁହଁ କରି ଭୋଜନ କରିବା ଉଚିତ ।

Related Articles

Leave a Reply

Your email address will not be published. Required fields are marked *

Back to top button