ଦେଶ ବିଦେଶ

!ହଳଦିଆ ହେଉ କି କଳା ଦାନ୍ତକୁ ମୋତି ଭଳି ଚମକାଇବ ଏହି ଉପାୟ !

ଅନେକ କାରଣ ଯୋଗୁଁ ଆମ ଦାନ୍ତ ହଳଦିଆ ବା ଅପରିଷ୍କାର ହୋଇଯାଏ । ଦାନ୍ତ ଖରାପ ଥିଲେ ବ୍ୟକ୍ତି ମନ ଖୋଲି ହସିବାକୁ ମଧ୍ୟ ସଙ୍କୋଚ କରନ୍ତି । ଦାନ୍ତ ଡାକ୍ତରଙ୍କ ପାଖକୁ ଯାଇ ମଧ୍ୟ ଦାନ୍ତ ସଫା ଆଦି କରିବାକୁ ପଡିଥାଏ । ତେବେ ଆଜି ଆମେ ଆପଣଙ୍କ ଏକ ଘରୋଇ ଉପଚାର କହିବୁ ଯାହା ଦ୍ଵାରା ଆପଣ ଘରେ ନିଜ ଦାନ୍ତକୁ ସଫା କରିପାରିବେ । ବହୁ ପୁରାତନ କାଳରୁ ଏହି ଉପଚାର ପ୍ରୟୋଗ ହୋଇ ଆସୁଛି । ଏହାକୁ ଥରେ ପ୍ରୟୋଗ କରି ଦେଖନ୍ତୁ ନିଶ୍ଚୟ ଉପକୃତ ହେବେ ।

 

ତେବେ ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବେ ଏହି ଉପଚାର । ଏହି ଉପଚାର ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣଙ୍କୁ ଆବଶ୍ୟକ ହେବ ଏକ ବିଲାତି । ଏକ ମଧ୍ୟମ ଆକାରର ଟମାଟୋ ନେଇ ତାକୁ ପ୍ରଥମେ ଛୁରିର ବେଣ୍ଟ ସାହାଯ୍ୟରେ ହାଲୁକା ଭାବେ କିଛି ସମୟ ମାରନ୍ତୁ । ଏହାଦ୍ବାରା ଆପଣଙ୍କୁ ବିଲାତି ରସ କାଢିବାକୁ ସୁବିଧା ହେବ । ଏହାପରେ ଆପଣ ବିଲାତିକୁ ମଝିରୁ ଦୁଇ ଫାଳ କାଟନ୍ତୁ ଓ ଏକ ପାତ୍ରରେ ଛାଣି ରଖି ତା ଉପରେ ବିଲାତିକୁ ଚିପୁଡି ରସ ବାହାର କରି ନିଅନ୍ତୁ ।

ଏହାଦ୍ବାରା ମଞ୍ଜି ଗୁଡିକ ରସ ଠୁ ଅଲଗା ହୋଇ ଛାଣି ରେ ରହିଯିବ । ଏହାପରେ ଆପଣଙ୍କୁ ଦରକାର ହେବ ଏକ ଲେମ୍ବୁର ରସ । ଏଥିପାଇଁ ଏକେ କାଗିଜି ଲେମ୍ବୁକୁ ଦୁଇ ଫାଳ କରି ଟମାଟୋ ରସ ରଖିଥିବା ପାତ୍ରରେ ଚିପୁଡି ଦିଅନ୍ତୁ । ଲେମ୍ବୁକୁ ମଧ୍ୟ ଛାଣି ଉପରେ ଚିପୁଡି ରସ କାଢନ୍ତୁ, ଯେପରି ଲେମ୍ବୁ ମଞ୍ଜି ରସ ମଧ୍ୟକୁ ଯିବ ନାହିଁ ।

 

ଏହାପରେ ଆପଣଙ୍କୁ ଆବଶ୍ୟକ ହେବ ଯେକୌଣସି ଧଳା ଟୁଥ ପେଷ୍ଟ । ଆପଣ ଥରକେ ଯେତିକି ଟୁଥ ପେଷ୍ଟ ନିଅନ୍ତି ସେତିକି ପେଷ୍ଟ ନେଇ ସେହି ଟମାଟୋ ଓ ଲେମ୍ବୁ ରସରେ ଭଲ ଭାବେ ମିଶାଇ ଦିଅନ୍ତୁ । ଭଲ ଭାବେ ମିଶାଇ ସାରିବା ପରେ ପ୍ରସ୍ତୁତ ହୋଇଯିବ ଆପଣଙ୍କ ଦାନ୍ତ ଧଳା କରିବା ପାଇଁ ଘରୋଇ ଉପଚାର । ଏହାର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନାହିଁ ।

ଏହି ମିଶ୍ରଣକୁ ଆପଣ ସକାଳ ଏବଂ ରାତିରେ ଦୁଇ ଥର ଦାନ୍ତ ଯେମିତି ଘଷନ୍ତି ସେମିତି ନେଇ ଘଷିବେ । ଏଥିପାଇଁ ପ୍ରଥମେ ଟୁଥ ବ୍ରଶକୁ ଏହି ମିଶ୍ରଣରେ ଭଲ ଭାବେ ବୁଡାଇବେ ଓ ଏହାକୁ ନେଇ ଦାନ୍ତ ଘଷିବେ । ଏପରି ଘଷିବା ଦ୍ଵାରା ଦେଖିବେ ପ୍ରଥମ ଥରରୁ ହିଁ ଆପଣଙ୍କ ଦାନ୍ତ ଧୀରେ ଧୀରେ କରି ଚମକିବାକୁ ଲାଗିବ ।

Related Articles

Leave a Reply

Your email address will not be published. Required fields are marked *

Back to top button