ଦେଶ ବିଦେଶ

ଦୈହିକ ସମ୍ପର୍କ ନ ରଖିବା ହେତୁ ୯ ବର୍ଷର ବିବାହ ଅସିଦ୍ଧ କଲେ ବମ୍ବେ ହାଇକୋର୍ଟ

ମୁମ୍ବାଇ: ଦୈହିକ ସମ୍ପର୍କ ନ ରଖିବା ମଧ୍ୟ ବିବାହ ଅସିଦ୍ଧ ଘୋଷଣା ହେବାର ଏକ କାରଣ ବୋଲି ବମ୍ବେ ହାଇକୋର୍ଟ ରାୟ ଦେଇଛନ୍ତି।

ନଅ ବର୍ଷ ତଳେ ବିବାହ କରିଥିବା କୋହ୍ଲାପୁରର ଏକ ଦମ୍ପତି ଏମିତି ଏକ ଆଇନ ଯୁଦ୍ଧରେ ଲଢ଼େଇ କରୁଛନ୍ତି। ମହିଳାଜଣକ ଦାବି କରିଛନ୍ତି ଯେ ସାଦା ଦଲିଲ୍‌ରେ ଦସ୍ତଖତ କରାଇ ଲୋକଟି ତାଙ୍କୁ ଚଞ୍ଚକତାପୂର୍ବକ ବିବାହ କରିଛନ୍ତି। ଏହି ବିବାହକୁ ଅସିଦ୍ଧ ଘୋଷଣା କରିବାକୁ ମହିଳାଜଣକ ଆବେଦନ କରିଥିବା ବେଳେ ସେ ଲୋକଟି ଏହାକୁ ବିରୋଧ କରୁଛନ୍ତି।

ଜଷ୍ଟିସ୍‌ ମୃଦୁଳା ଭଟକର କହନ୍ତି ଯେ ଚଞ୍ଚକତାର କୌଣସି ପ୍ରମାଣ ନାହିଁ, କିନ୍ତୁ ଦମ୍ପତିଙ୍କ ମଧ୍ୟରେ ଦୈହିକ ସମ୍ପର୍କ ନ ଥିବାରୁ ବିବାହ ଅସିଦ୍ଧ ଘୋଷିତ ହେବ।

ଜଷ୍ଟିସ୍‌ ଭଟକର କହନ୍ତି: ଦୁଇ ପକ୍ଷ ମଧ୍ୟରେ ନିୟମିତ ଦୈହିକ ସମ୍ପର୍କ ହେଉଛି ବିବାହର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ। ଏ ସମ୍ପର୍କ ନ ରହିଲେ ବିବାହ ବୃଥା। ଥରେ ମାତ୍ର ଦୈହିକ ସମ୍ପର୍କ ରହିଲେ ମଧ୍ୟ ବିବାହ ବୈଧ ବୋଲି ଧରାଯାଏ। ଏହି ମାମଲାରେ, ଉଭୟ ପକ୍ଷ ଦିନଟିଏ ମଧ୍ୟ ଏକାଠି ନ ରହି ନାହାନ୍ତି। ତେଣୁ ଦୈହିକ ସମ୍ପର୍କ ଥିବା କଥା ସ୍ୱାମୀ କହୁଥିଲେ ମଧ୍ୟ ଏହାର କୌଣସି ପ୍ରମାଣ ସେ ଦେଇ ପାରୁ ନାହାନ୍ତି। ଦୈହିକ ସମ୍ପର୍କ ନାହିଁ ବୋଲି ମହିଳାଜଣକ ପ୍ରମାଣ ଦେଉଛନ୍ତି।

ଲୋକଟି ଦାବି କରୁଛନ୍ତି ଯେ ସେମାନଙ୍କ ମଧ୍ୟରେ ଦୈହିକ ସମ୍ପର୍କ ଥିଲା ଏବଂ ମହିଳା ଜଣକ ଅନ୍ତଃସତ୍ତ୍ୱା ହୋଇଥିଲେ। ଅଦାଲତ କିନ୍ତୁ କହୁଛି କି, ଅନ୍ତଃସତ୍ତ୍ୱା ହୋଇଥିବା ବିଷୟରେ କୌଣସି ସ୍ତ୍ରୀରୋଗ ବିଶେଷଜ୍ଞଙ୍କ ଠାରୁ କୌଣସି ପ୍ରମାଣ ଆସିନାହିଁ। ଉଭୟ ବସି ଆପୋସ ମିଳାମିଶା ଜରିଆରେ ମନୋମାଳିନ୍ୟର ସମାଧାନ କରିବାକୁ ଅଦାଲତ କହିଥିଲେ ମଧ୍ୟ ତାହା ସଫଳ ହେଲା ନାହିଁ।

ଉଭୟ ପକ୍ଷ ପରସ୍ପରର ଦୋଷ ଦେଇ ଉଭୟ ଉଭୟଙ୍କର ନଅ ବର୍ଷର ଜୀବନ ନଷ୍ଟ କରିଥିବା କଥା ଦୋଷାରୋପ କରୁଛନ୍ତି ବୋଲି ଜଷ୍ଟିସ୍‌ ଭଟକର କହୁଛନ୍ତି।

ମାମଲାଟି ୨୦୦୯ ମସିହାର। ସେତେବେଳେ ସେ ମହିଳାଙ୍କୁ ହୋଇଥିଲା ୨୧ ବର୍ଷ ଏବଂ ସେ ପୁରୁଷଙ୍କୁ ୨୪ ବର୍ଷ।

Related Articles

Leave a Reply

Your email address will not be published. Required fields are marked *

Back to top button