ରାଜନୀତି

ଗେମ ଚେଞ୍ଜିଙ୍ଗ୍ ନୁହେଁ ନେମ ଚେଞ୍ଜିଙ୍ଗ୍ ; ନବୀନଙ୍କ ବାଣ

ବିଧାନସଭାରେ ସରକାରୀ ଦଳକୁ ନବୀନଙ୍କ କଡ଼ା ସମାଲୋଚନା । ବଜେଟ ଆଲୋଚନା ବେଳେ ରଖିଲେ ବିବୃତି । ନବୀନ ପଟ୍ଟନାୟକ କହିଛନ୍ତି ୮୦%ରୁ ଅଧିକ ବିଜେଡ଼ି ସରକାରର ଯୋଜନା କୁ ଆପଣେଇଛନ୍ତି । ବଜେଟରେ କେବଳ ନାଁ ର ପରିବର୍ତ୍ତନ ହୋଇଛି । ଏହା ଗେମ ଚେଞ୍ଜର ନୁହେଁ ନେମ ଚେଞ୍ଜର । ଏହି ଯୋଜନାର ରୂପରେଖ ବିଜେଡ଼ି ପ୍ରସ୍ତୁତ କରିଥିଲା । ବାକି ୨୦% ସରକାର ପ୍ରତିଶ୍ରୁତି ଉପରେ କହୁଛନ୍ତି । ୦.୨୯% ଇସ୍ତାହାର ପ୍ରତିଶୃତି ଦିଆଯାଇଛି ସୁଭଦ୍ରା ଜରିଆରେ। ରାଜ୍ୟରେ ୨ କୋଟିରୁ ଅଧିକ ମହିଳା ଅଛନ୍ତି, ଏହା ପୂରଣ କରିବାକୁ ହେଲେ ୧ ଲକ୍ଷ କୋଟି ଦରକାର, ହେଲେ ବଜେଟରେ ୧୦ ହଜାର କୋଟି ଅଛି। ଯାହା କେବଳ ୧୦ ପ୍ରତିଶତ ମହିଳାଙ୍କୁ ସୁବିଧା ଦେବ। ବାକି ମହିଳାଙ୍କର କଣ ହେବ ବୋଲି ପ୍ରଶ୍ନ କରିଛନ୍ତି । ୮୦ ବର୍ଷରୁ ଅଧିକ ଲୋକ ପାଇବେ ବର୍ଦ୍ଧିତ ପେନସନ। ହେଲେ ୬୦ରୁ ୮୦ ବର୍ଷର ଲୋକଙ୍କ କଣ ହେବ? ଏଥିପାଇଁ ୨୧ ହଜାର କୋଟି ଦରକାର। ଏମଏସପି ୩୧୦୦କୁ ବଢ଼ାଇବାକୁ କୁହାଯାଇଥିଲା, ବଜେଟରେ ୩୦% ଵି ଚାଷୀ ସୁବିଧା ପାଇବେନି। ବାକି ଚାଷୀଙ୍କ କଣ ହେବ? ମାଗଣା ବିଦ୍ୟୁତ କେମିତି ଦେବେ ସରକାର? ଓଡ଼ିଶାର ୩ ଲକ୍ଷ ଘର ପାଇବେ। ୧ କୋଟି ଘର ଓଡ଼ିଶାରେ ଅଛି, ଏହା କଣ ମାଗଣା ବିଜୁଳି ପ୍ରତିଶୃତି? ମୁଁ ଚ୍ୟାଲେଞ୍ଜ ଦେଉଛି ଯେ ଆଗାମୀ ୫ ବର୍ଷରେ ବିଜେପି ୫% ଘରକୁ ଵି ମାଗଣା ବିଜୁଳି ଦେଇ ପାରିବ ନାହିଁ । ଲୋକେ ଜୁଲାଇରୁ ମାଗଣା ବିଲ ଅପେକ୍ଷାରେ ଅଛନ୍ତି । ପ୍ରତିଶ୍ରୁତି ପାଳନ ନକଲେ , ଲୋକ ଆଶା ହରାଇବେ ।

Related Articles

Leave a Reply

Your email address will not be published. Required fields are marked *

Back to top button