ରାଜନୀତି

ଆଜି ପୁଣି କମ୍ପିବ ବିଧାନସଭା; ବଜେଟ୍ ଏବଂ ଅଗ୍ନିବୀରଙ୍କୁ ସଂରକ୍ଷଣ ପ୍ରସଙ୍ଗରେ ସରକାରଙ୍କୁ ଘେରିପାରନ୍ତି ବିରୋଧୀ

 ଆଜି ବିଧାନସଭାର ଅଧିବେଶନର ଷଷ୍ଠ ଦିନ । ୨୦୨୪-୨୫ ଆର୍ଥିକ ବଜେଟ ଉପରେ ଗୃହରେ ସାଧାରଣ ଆଲୋଚନା ଆରମ୍ଭ ହେବ। ମୋହନ ସରକାର ୨ ଲକ୍ଷ ୬୫ ହଜାର କୋଟିର ବଜେଟ ଆଣିଛନ୍ତି । ଏହା ଉପରେ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ସେମାନଙ୍କର ମତ ରଖିବେ ।

ଏହାରି ଭିତରେ ବିରୋଧୀଙ୍କ ହାତରେ ଲାଗିଛି ନୂଆ ପ୍ରସଙ୍ଗ ।

ମୁଖ୍ୟମନ୍ତ୍ରୀ ଅଧିବେଶନ ଚାଲିଥିବା ସମୟରେ କିପରି ଗୃହ ବାହାରେ ଏକ ସରକାରୀ ଘୋଷଣା କଲେ ତାହାକୁ ନେଇ ସରକାରଙ୍କୁ ଗୃହରେ ଘେରିବେ ବିରୋଧୀ ।

ଅଗ୍ନିବୀରଙ୍କୁ ନିଯୁକ୍ତ କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ଘୋଷଣାକୁ ନେଇ କଂଗ୍ରେସ ଓ ବିଜେଡି ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଆଣିବା ସହ ନୀତି ଆୟୋଗ ବୈଠକରେ ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗ ଉଠାଯାଇନଥିବାରୁ ଏହାକୁ ଗୃହରେ ଉଠାଇପାରନ୍ତି ।

ଅନ୍ୟପଟେ ଆଜି ଗୃହରେ ରହିଛି ଗୁରୁତ୍ୱପୂର୍ଣ୍ଣ ବିଭାଗ ଗୁଡ଼ିକର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ। ସ୍ୱରାଷ୍ଟ୍ର, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଇଲୋକ୍ଟ୍ରୋନିକସ୍ ଓ ସୂଚନା ପ୍ରଯୁକ୍ତି, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ଓ ଅର୍ଥ ଭଳି ବିଭାଗ ରହିଛି। ଗୋଟିଏ ଦୁଇଟି ବିଭାଗ ଛାଡିଦେଲେ ଅନ୍ୟମନ୍ତ୍ରାଳୟ ଗୁଡ଼ିକ ଯେହେତୁ ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ହାତରେ ରହିଛି ତେଣୁ ଆଜି ଗୃହ କିପରି ଚାଲୁଛି ତା ଉପରେ ସମସ୍ତଙ୍କ ନଜର ରହିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button