ମନୋରଞ୍ଜନ

‘ପୁଷ୍ପା-୨’ରେ ଥିବା ୬ମିନିଟର ଦୃଶ୍ୟ ପାଇଁ ନିର୍ମାତା ଖର୍ଚ୍ଚ କରିଛନ୍ତି ୬୦‌କୋଟି – bajravana

[ad_1]

ନୂଆଦିଲ୍ଲୀ: ତେଲୁଗୁ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଜନ୍ମଦିନରେ ତାଙ୍କ ପ୍ରଶଂସକଙ୍କୁ ଏକ ବଡ଼ ଉପହାର ଦେଇଥିଲେ ଫିଲ୍ମ ‘ପୁଷ୍ପା-୨’ ନିର୍ମାତା। ଅଭିନେତାଙ୍କ ଆଗାମୀ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୁଷ୍ପା-୨’ର ଟିଜର ରିଲିଜ୍ କରିଥିଲେ ନିର୍ମାତା, ଯାହା କିଛି ସମୟ ମଧ୍ୟରେ ଭାଇରାଲ ହୋଇଥିଲା। ମୈତ୍ରି ମୁଭି ମେକର୍ସର ୟୁଟ୍ୟୁବ ଚ୍ୟାନେଲରେ ଟିଜର ରିଲିଜ୍ କରାଯାଇଥିଲା।

ଟିଜରରେ ଅଲ୍ଲୁ ଅର୍ଜୁନ ଶାଢ଼ି ପିନ୍ଧିବା ସହ ପାଦରେ ଘୁଙ୍ଗୁର ପିନ୍ଧିଥିଲେ। ଏହା ସହ ବେକରେ ଫୁଲ ମାଳ ପକାଇ ସେ ଗୁଣ୍ଡାମାନଙ୍କୁ ମାଡ଼ ମାରୁଥିବା ଦେଖାଯାଇଥିଲା। ଟିଜରରେ ଅଲ୍ଲୁ ମା’ ଗଙ୍ଗମ୍ମାଙ୍କ ଅବତାରରେ ନଜର ଆସିଥିଲେ, ଯାହା ଦର୍ଶକଙ୍କ ଲୋମଟାଙ୍କୁରି ଦେଇଥିଲା। ଏବେ ଜଣାପଡ଼ିଛି ଯେ, ଟିଜ‌ରରେ ନଜରରେ ଆସୁଥିବା ଦୃଶ୍ୟ ପାଇଁ ନିର୍ମାତା ୬୦କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ତିରୁପତି ଗଙ୍ଗମ୍ମା ଜତାରା ଉତ୍ସବ‌ ପାଇଁ ଅଲ୍ଲୁ ଫିଲ୍ମରେ ଏଭଳି ଶାଢ଼ି ପିନ୍ଧିଛନ୍ତି। ଫିଲ୍ମରେ ଏହି ଦୃଶ୍ୟର ଗୁରୁତ୍ବ ରହିଛି। କୁହାଯାଏ ଯେ, ଶ୍ରୀ ତାତୈୟାଗୁଣ୍ଟା ଗଙ୍ଗମାଙ୍କୁ ତିରୁପତି ସହରର ଗ୍ରାମଦେବୀ ଭାବରେ ବିବେଚନା କରାଯାଏ। ଏହା ସହ ସେ ପ୍ରଭୁ ଭେଙ୍କଟେଶ୍ବର ସ୍ୱାମୀଙ୍କ ଭଉଣୀ ବୋଲି ମଧ୍ୟ କୁହାଯାଏ। ଶହ ଶହ ବର୍ଷ ପୂର୍ବେ ତିରୁପତି ଏବଂ ଏହାର ଆଖପାଖ ଅଞ୍ଚଳରେ ରାଜ୍ କରୁଥିଲା ପଲେଗୋଣ୍ଡୁଲୁ। ସେତେବେଳେ ମହିଳାଙ୍କ ସହ ଦୁଷ୍କର୍ମ କରାଯିବା ସହ ତାଙ୍କୁ ହତ୍ୟା କରାଯାଉଥିଲା।ଏହି ସମୟରେ ଦେବୀ ଗଙ୍ଗମାଙ୍କ ଜନ୍ମ ହୋଇଥିଲା, ଯିଏ ପରେ ପଲେଗୋଣ୍ଡୁଲୁର ବଦ୍ଧ କରିଥିଲେ। ସେହି ଦିନଠାରୁ ତିରୁପତି ଗଙ୍ଗମ୍ମା ଜତାରା ଉତ୍ସବ‌ ପାଳନ କରାଯାଏ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button