ଓଡିଶା

ଗାଁଗାଁରେ ବୁଲି କୋୟା ଭାଷାରେ ଭୋଟଦାନ ନେଇ ସଚେତନ କରୁଛନ୍ତି ସ୍କୁଲ ଛାତ୍ରଛାତ୍ରୀ – bajravana

[ad_1]

ମାଲକାନଗିରି: ଗତ କିଛି ଦିନ ତଳେ ମାଲକାନଗିରିର ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆଗାମୀ ନିର୍ବାଚନକୁ ଆଖିଆଗରେ ରଖି ନିଜର ଅଭିଭାବକମାନଙ୍କୁ ଚିଠି ମାଧ୍ୟମରେ ଭୋଟ ଦାନ ପାଇଁ ସଚେତନ କରାଇଥିଲେ, ଯାହାକି ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହାକୁ ଅନୁକରଣ କରି ଆଜି ଛୁଟି ଦିନ ଥିବାରୁ ନିକଟସ୍ଥ ଏମଭି-୭ସ୍ଥିତ ଜଗନ୍ନାଥପାଲ୍ଲୀ ହାଇସ୍କୁଲର ଛାତ୍ରଛାତ୍ରୀ ତଥା ବିଭିନ୍ନ ଆବାସିକ ଛାତ୍ରାବାସର ପିଲାମାନେ ଏକତ୍ରିତ ହୋଇ ଗାଁ ଗାଁରେ ବୁଲି ଲୋକଙ୍କୁ ଆଦିବାସୀ ଭାଷାରେ ଆଗାମୀ ନିର୍ବାଚନରେ ଭୋଟ ଦେବା ପାଇଁ ସଚେତନ କରାଉଥିବା ଦେଖିବାକୁ ମିଳିଥିଲା, ଯାହାକି ଏକ ଅଭିନବ ପ୍ରୟାସ କହିଲେ ଅତ୍ୟୁକ୍ତି ହେବ ନାହିଁ।

ଆଦିବାସୀ ଗାଁରେ ଲୋକେ ଭୋଟଦାନକୁ ସେତେ ମହତ୍ବ ଦିଅନ୍ତି ନାହିଁ। ଭୋଟ ଦେବା ବଦଳରେ ସେହି ଦିନ କାମକୁ ଚାଲିଯାନ୍ତି ନଚେତ ଘରେ ଅନ୍ୟ କାମରେ ବ୍ୟସ୍ତ ରହିଯାନ୍ତି। ତେଣୁ ପିଲାମାନେ ସମସ୍ତଙ୍କୁ ଭୋଟଦାନ ଦିନ ଯେତେ କାମ ଥିଲେ ମଧ୍ୟ ନିଜର ଅଧିକାର ସାବ୍ୟସ୍ତ କରିବାକୁ ବୁଝାଉଥିବା ଦେଖିବାକୁ ମିଳିଥିଲା। ଲୋକେ ସଚେତନ ହେଲେ ଆଗାମୀ ଦିନରେ ଆମେ ସୁଖରେ ରହିବା ବୋଲି କୁହାଯାଉଥିଲା। ନିଜର ଇଛା ମୁତାବକ ବ୍ୟକ୍ତିଙ୍କୁ ଭୋଟ ଦେବା ନିଜର ଅଧିକାର ବୋଲି କୁହାଯାଇଛି।ତେଣୁ ଆଦିବାସୀ କୋୟା ଭାଷାରେ ଗାଁ ଲୋକଙ୍କୁ ସଚେତନ କରାଇବା ହୁଏତ ଆଗକୁ ଭୋଟଦାନ ପ୍ରତିଶତ ବଢିବାରେ ସହାୟକ ହେବ ବୋଲି କୁହାଯାଇଛି। ଛାତ୍ରଛାତ୍ରୀ ଆଗାମୀ ଦିନରେ ମଧ୍ୟ ଛୁଟି ଦିନ ଦେଖି ନିକଟସ୍ଥ ଗାଁମାନଙ୍କୁ ଯିବେ ବୋଲି କହିଥିଲେ। ପ୍ରଶାସନ ତରଫରୁ ଡାକବାଜି ଯନ୍ତ୍ର ସାହଯ୍ୟରେ ଲୋକଙ୍କୁ ସଚେତନ କରାଉଛନ୍ତି ସତ କିନ୍ତୁ ଏହା କେତେ ସଫଳ ହେବ ତାହା ସମୟ କହିବ।କିନ୍ତୁ ପିଲାଙ୍କ ଏହି ପ୍ରୟାସ ଆଗକୁ ବହୁତ କାମ ଦେବ ବୋଲି କୁହାଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button