ଦେଶ ବିଦେଶ

ଛତିଶଗଡ଼ରେ ବସ୍ ଦୁର୍ଘଟଣା :୧୨ ମୃତ, ୨୦ ଆହତ – bajravana

[ad_1]

ନୂଆଦିଲ୍ଲୀ, ୧୦/୪ : ଛତିଶଗଡ଼ର ଦୁର୍ଗ ଜିଲ୍ଲାରେ ଏକ ବସ୍ ଖାଲକୁ ଖସି ପଡ଼ିବାରୁ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏକ ଡଜନରୁ ଅଧିକ ଆହତ ହୋଇଛନ୍ତି । ମୃତକମାନେ ଏକ ଘରୋଇ କମ୍ପାନିରେ କାମ କରୁଥିଲେ ଏବଂ ନିଜ ଘରକୁ ଫେରୁଥିବା ବେଳେ ଖପରୀ ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ବସଟି ୪୦ ଫୁଟ ଗଭୀର ମୋହରମ ଖଣିରେ ଖସି ପଡ଼ିଥିଲା । ୪୦ ଜଣ କର୍ମଚାରୀଙ୍କ ମଧ୍ୟରୁ ଘଟଣାସ୍ଥଳରେ ୧୨ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି । ଆହତ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି । ଆହତମାନଙ୍କୁ ରାଜଧାନୀ ରାୟପୁର ସ୍ଥାନାନ୍ତର କରାଯାଇଛି। ଖବର ପାଇ ପୁଲିସ ସହ ରାଜ୍ୟ ବିପର୍ଯ୍ୟୟ ରିଲିଫ୍ ଫୋର୍ସର ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button