ଓଡିଶା

ଜଟଣୀରୁ ସ୍ବାଧୀନ ପ୍ରାର୍ଥୀ ହେବେ ସୁରଙ୍କ ବଡ଼ ପୁଅ ସିଦ୍ଧାର୍ଥ – bajravana

[ad_1]

ନିଷ୍ପତ୍ତି ବଦଳାଇଲେ, ଅକଳରେ ବିଜେଡି, କଂଗ୍ରେସ

ଜଟଣୀ: ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ପରିବାରକୁ ନେଇ ଚର୍ଚ୍ଚା ସରୁନି। ନିକଟରେ ତାଙ୍କ ସାନ ପୁ୍ଅ ମନ୍ମଥ ରାଉତରାୟ ବିଜେଡିରେ ଯୋଗ ଦେଇ ସଙ୍ଗେ ସଙ୍ଗେ ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ହୋଇଥିଲେ। ସୁର ଏହାକୁ ନାସପନ୍ଦ କରିଥିଲା ବେଳେ ତାଙ୍କ ବଡ଼ ପୁଅ ସିଦ୍ଧାର୍ଥ ତାଙ୍କ ସାନ ଭାଇକୁ ବିଜେଡି ମୁର୍‌ଗା ବନାଇଲା ବୋଲି ବୟାନ ଦେଇଥିଲେ। କଂଗ୍ରେସ ଛାଡ଼ି ଆଉ କୌଣସି ଦଳକୁ ଯିବେନି ବୋଲି ସିଦ୍ଧାର୍ଥ ରୋକ୍‌ଠୋକ୍ ମନା କରିଦେଇଥିଲେ। ଗତ କିଛି ଦିନ ହେଲା ନିମାପଡ଼ାରୁ କଂଗ୍ରେସ ଟିକେଟ୍‌ରେ ସିଦ୍ଧାର୍ଥ ଲଢ଼ିବେ ବୋଲି ଚର୍ଚ୍ଚା ଚାଲିଥିଲା। ନିଜେ ସୁର ଓ ସିଦ୍ଧାର୍ଥ ମଧ୍ୟ ଏ ସମ୍ପର୍କ‌ରେ ଗଣମାଧ୍ୟମରେ କହିଥିଲେ। କିନ୍ତୁ ଆଜି ସିଦ୍ଧାର୍ଥ ତାଙ୍କ ମତ ବଦଳାଇଛନ୍ତି। ସେ ଜଟଣୀରୁ ଲଢ଼ିବେ। ତେବେ କଂଗ୍ରେସ ଟିକେଟ୍‌ରେ ନୁହେଁ, ସ୍ବାଧୀନ ଭାବେ ଲଢ଼ିବେ ବୋଲି ଘୋଷଣା କରିଛନ୍ତି।

ସିଦ୍ଧାର୍ଥ କହିଛନ୍ତି, କଂଗ୍ରେସ ଯେଉଁ ସମ୍ମାନ ଦେଇଥିଲା ଆମେ ତା’କୁ ରଖିପାରିଲୁ ନାହିଁ। ଆମ ପରିବାରର ଡ୍ରାମା ପାଇଁ ମୁଁ ଏଥର କଂଗ୍ରେସରୁ ଛିଡ଼ା ହେବି ନାହିଁ। ମୁଁ ଛିଡ଼ା ହୋଇଥିଲେ ଲୋକେ କହିଥା’ନ୍ତେ ସାନ ଭାଇ ବିଜେଡିରୁ ଆଉ ବଡ଼ ଭାଇ କଂଗ୍ରେସରୁ, ଏଇଟା କଣ ଶୋଭା ପାଇଥାଆନ୍ତା କି? ଏଥିରେ ଜଟଣୀବାସୀଙ୍କୁ କିଛି ମିଳି ନଥା’ନ୍ତା। ଆଗାମୀ ୨୦୨୯ରେ ନିମାପଡ଼ାରୁ ପ୍ରାର୍ଥୀ ହେବି, ତେଣୁ ସେଠାରେ ଥିବା କାର୍ଯ୍ୟାଳୟ ସେମିତି ରହିବ। ବର୍ତ୍ତମାନ ଦଳକୁ ଛାଡ଼ି ଜଟଣୀରୁ ସ୍ୱାଧୀନ ପ୍ରାର୍ଥୀଭାବେ ନିର୍ବାଚନ ଲଢ଼ିବି। ନିର୍ବାଚନର ପ୍ରଚାର ସମୟରେ ବାପାଙ୍କୁ ନ ଆସିବାକୁ ଅନୁରୋଧ କରିଛି। ଜଟଣୀରେ ଯେତିକି ଉନ୍ନତି ହୋଇଛି ଆଗକୁ ଆହୁରି ଅଧିକ ଉନ୍ନତି ହେବ ବୋଲି କହିଛନ୍ତି। ସିଦ୍ଧାର୍ଥଙ୍କ ଏହି ଘୋଷଣା ପରେ ଉଭୟ ବିଜେଡି ଓ କଂଗ୍ରେସ ଅକଳରେ ପଡ଼ିଯାଇଛନ୍ତି। ପ୍ରଶ୍ନ ଉଠୁଛି, ଯଦି ସୁରଙ୍କ ସମର୍ଥକମା‌ନେ ସିଦ୍ଧାର୍ଥଙ୍କ ପାଇଁ ଓହ୍ଲାଇବେ, ତେବେ ଲୋକସଭା ପାଇଁ ସେମାନଙ୍କ ଭୋଟ୍‌ କାହାକୁ ଯିବ? ଆଉ ଯଦି ‌ସେମାନେ ଖୋଲାଖୋଲି ମନ୍ମଥଙ୍କ ପାଇଁ ବାହାରିବେ, ତେବେ ସିଦ୍ଧାର୍ଥ କାହାକୁ ନେଇ ଲଢ଼େଇ କରିବେ? ଯଦି ସୁରଙ୍କ ପୁତୁରା ସଂଗ୍ରାମ ରାଉତରାୟ କଂଗ୍ରେସରୁ ପ୍ରାର୍ଥୀ ହୁଅନ୍ତି, ତେବେ ଜଟଣୀ କଂଗ୍ରେସ କର୍ମୀମାନେ କାହା ସହ ରହିବେ ସିଦ୍ଧାର୍ଥ ନା ସଂଗ୍ରାମ?



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button