ଓଡିଶା

ବୀରମହାରାଜପୁରରେ ଶାନ୍ତି ଶୃଙ୍ଖଳାର ସହ ଦୋଳ ମହୋତ୍ସବ ସମ୍ପନ୍ନ, ହରିହର ଭେଟ ଆୟୋଜନ – bajravana

[ad_1]

ବୀରମହାରାଜପୁର: ପୁରାଣରେ ବର୍ଣ୍ଣିତ ଅଛି ‘ଦୋଳେଚ ଦୋଳ ଗୋବିନ୍ଦ, ଚାପେଚ ମଧୁସୂଦନ୍‌, ରଥେ ତୁ ବାମନ ଦୃଷ୍ଟା, ପୁନଃ ଜନ୍ମ ନ ବିଦ୍ୟତେ।’ ଏହି ଉକ୍ତିକୁ ଆଧାର କରି କେଉଁ ଦିନ ଠାରୁ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଠାରେ ଦୋଳଯାତ୍ରା ତଥା ହରିହର ଭେଟ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଯାଇଛି। ତେବେ ସମନ୍ୱୟ ଅଭାବରୁ  ଚମ୍ପାମାଳର ବାବା ଚମ୍ପେଶ୍ୱର ମହାଦେବ ପାଞ୍ଚ ଘଣ୍ଟା ବିଳମ୍ବରେ ଆସିବାରୁ ମେଳଣ ପଡ଼ିଆରେ ହରିହର ଭେଟ ଭୋର ସକାଳ ସ୍ଥାନରେ ପୂର୍ବାହ୍ଣ ପ୍ରାୟ ୯ଟାରେ ଅନୁଷ୍ଠିତ ହୋଇଥିଲା।

ମେଳଣ ପଡ଼ିଆରେ ଅନ୍ୟ ବର୍ଷଗୁଡ଼ିକରେ ବ୍ରହ୍ମ ମୁହୁର୍ତ୍ତରେ ହରିହର ଭେଟ ହୋଇଥାଆନ୍ତି। କିନ୍ତୁ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖାଯାଇଥିଲା। ଶ୍ରଦ୍ଧାଳୁ ଓ ଦର୍ଶକମାନେ ଦୀର୍ଘ ସମୟ ଧରି ଅପେକ୍ଷା କରିବା ପରେ ନିଜନିଜ ଘରକୁ ଫେରିଯାଇଥିଲେ। ସକାଳ ପ୍ରାୟ ନଅଟା ବେଳକୁ ଚାରି ହରି ଓ ତିନି ହର ମେଳଣ ପଡ଼ିଆରେ ଭେଟ ହୋଇଥିଲେ।

ଦେବଦେବ ମହାଦେବ ଚମ୍ପାମାଲର ବାବା ଚମ୍ପେଶ୍ୱର ରୀତିନୀତି ଅନୁସାରେ ଦୋଳ ପୂର୍ଣିମା ଦିନ ମନ୍ଦିରରୁ ବାହାରି ଗ୍ରାମ ପରିକ୍ରମା କରିସାରିଲା ପରେ ମେଳଣ ପଡ଼ିଆକୁ ହରିହର ଭେଟ ପାଇଁ ଆସିଥିଲେ। ଏଠାରେ କମ୍ୱଲପୁରର ଗୁପ୍ତେଶ୍ୱର, ତିଠିପାଲି ରାମେଶ୍ବର ମହାଦେବ ଭେଟହୋଇଥିଲେ। ଅନ୍ୟପଟରୁ, ବୀରମହାରାଜପୁର ଶ୍ରୀ ଜଗନ୍ନାଥ ମନ୍ଦିରୁ ଆସିଥିବା ହରି, ଷଣ୍ଢା, ବାଗବର, କୁମୁରସିଂହାରୁ ଆସିଥିବା ସମସ୍ତ ହରି ମିଳନ ହେବା ପରେ ଏକା ସାଙ୍ଗରେ ସମସ୍ତ ହରିମାନେ ମେଳଣ ପଡିଆକୁ ଯାଇଥିଲେ।  ଭେଟ ବେଳେ ଭଗୁ ଓ ଅବିର ସମସ୍ତ ଠାକୁରମାନଙ୍କୁ ବୋଳା ଯାଇଥିଲା। ରଙ୍ଗ ଅବିରରେ ରଙ୍ଗାୟିତ ହୋଇଥିଲେ ଦେବତା। ଘଣ୍ଟ, ଘଣ୍ଟା ଢୋଲ, ନିଶାନ ବିଭିନ୍ନ ପାରମ୍ପାରିକ ବାଦ୍ୟରେ ପ୍ରକମ୍ପିତ ହୋଇଥିଲା ଯାତ୍ରା ପଡ଼ିଆ। ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ, ମିନାବଜାର, ନାମ ସଂକୀର୍ତ୍ତନ୍ୟ ଦର୍ଶକମାନଙ୍କ ମନମୁଗ୍ଧ କରିଥିଲା।

ଦୋଳ ପୂର୍ଣ୍ଣିମା ଦିନ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା, ପଞ୍ଚାୟତ ସମିତିର ଅଧ୍ୟକ୍ଷା ଶାନ୍ତି ଲୁହା, ଉପାଧ୍ୟକ୍ଷ ନାରାୟଣ ଲୁହା, ଚମ୍ପାମାଳ ସରପଞ୍ଚ ମହେନ୍ଦ୍ର ଜଗଦଲା, ସମିତି, ଲକ୍ଷ୍ମୀ ନାରାୟଣ ପୁରୋହିତ, ଶୈଳେନ୍ଦ୍ର ବାଦୀ, ଅବସରପ୍ରାପ୍ତ ଶିକ୍ଷକ ରାମକୃଷ୍ଣ ହୋତାଙ୍କ ସମେତ ବିଭିନ୍ନ ଯାତ୍ରା କମିଟି ସଭାପତି ଓ ସମ୍ପାଦକ ଉପସ୍ଥିତ ଥିଲେ। ବୀରମହାରାଜପୁର ନାମଯଜ୍ଞ କମିଟି ତରଫର ୨୪ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା ଆୟୋଜନ କରାଯାଇଥିଲା। ସେହିପରି ସମସ୍ତ ସାଟୋଟି ଯାତ୍ରା କମିଟି କର୍ମକର୍ତ୍ତାଙ୍କ ସହିତ ଯୋଗାଯୋଗ ରଖି ହରିହିର ଭେଟ ସମ୍ପାଦନା କାର୍ଯ୍ୟ ତୁଲାଇଥିଲେ ଅବସପ୍ରାପ୍ତ ପ୍ରଧାନଶିକ୍ଷକ ରାମକୃଷ୍ଣ ହୋତା ଓ ବରିଷ୍ଠ ସାମ୍ବାଦିକ ଯୁଗଳ କିଶୋର ମିଶ୍ର କାର୍ଯ୍ୟ ତୁଲାଇଥିଲେ। ସେଥିପାଇଁ ଚଳିତ ବର୍ଷ ୩୦ ହଜାରରୁ ଅଧିକ ଭକ୍ତ ସମାଗମ ହୋଇ ଦେବ ଦୁଲ୍ଲବ ଦର୍ଶନ କରିଥିଲେ।

ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଚଳିତ ବର୍ଷ ଛଅ ଜଣ ପ୍ରଶାସନିକ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଥିଲା। ବୀ‌ରମହାରାଜପୁର ତହସିଲଦାର ପୁନନମ ମହାପାତ୍ର, ଉଲୁଣ୍ଡା ତହସିଲଦାର ପ୍ରଶାନ୍ତ କୁମାର ମହାରଣା, ଉଲୁଣ୍ଡା ଅତିରିକ୍ତ ତହସିଲଦାର ସୋମନାଥ ବେହେରା, ବୀରମହାରାଜପୁର ଅତିରିକ୍ତ ତହସିଲଦାର ସ୍ବାଗତ କୁମାର ପଣ୍ଡା, ଦୁଇ ସହକାରୀ ଜିଲ୍ଲା ପାଳ ଜୟକୃଷ୍ଣ ପାଣିଗ୍ରାହୀ ଓ ଅଜିତ୍ କୁମାର ମିର୍ଦ୍ଧା ଦାୟିତ୍ବ ତୁଲାଇଥିଲେ। ଉପଖଣ୍ଡ ପୁଲିସ ଅଧିକାରୀ ବାସୁଦେବ ଛତ୍ରିଆ, ବୀରମହାରାଜପୁର ଥାନା ଅଧିକାରୀ ଶୋଭା କର ସେଟ୍ଖ, ସୁବଳୟା ଥାନା ଅଧିକାରୀ ସୁଶାନ୍ତ କୁମାର ପଧାନଙ୍କ ସମେତ ଅନ୍ୟାନ୍ୟ ଅଫିସର ଓ ବନ୍ଧୁକ ଧାରି ପୁଲିସ୍ ଉପସ୍ଥିତ ଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button