ଓଡିଶା

ଭିଜିଲାନ୍ସ ପଞ୍ଝାରେ ବାଲିଅନ୍ତା ରାଜସ୍ବ ନିରୀକ୍ଷକ

ଭୁବନେଶ୍ବର: ବାଲିଅନ୍ତା ରାଜସ୍ବ ନିରୀକ୍ଷକ (ଆର୍‌ଆଇ) ଦେବଦତ୍ତ ବିଶ୍ବାଳ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ପୈତୃକ ସମ୍ପତ୍ତି ଭାଗ ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ବର ଭିଜିଲାନ୍ସ ଟିମ୍‌ ତାଙ୍କୁ କାବୁ କରିଛି। ଏନେଇ କେସ୍‌ ନମ୍ବର ୨୭ରେ ଏକ ମାମଲା ରୁଜୁ କରି ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଆସନ୍ତାକାଲି ତାଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଜଣାଯାଇଛି।

ସୂଚନା ମୁତାବକ, ସ୍ଥାନୀୟ ଅଞ୍ଚଳର ୪୭ ଡିସିମିଲ୍‌ର ଏକ ଜମିକୁ ଦୁଇ ଭାଇଙ୍କ ମଧ୍ୟରେ ଭାଗ କରାଇବା ପାଇଁ ଆର୍‌ଆଇ ୪୦ ହଜାର ଟଙ୍କା ଲାଞ୍ଚ ମାଗିଥି‌ଲେ। ଟଙ୍କା ନଦେଲେ କାମ ହୋଇପାରିବ ନାହିଁ ବୋଲି ସିଧାସଳଖ ମନା କରିଦେଇଥିଲେ। ଏନେଇ ଭିଜିଲାନ୍ସରେ ଅଭିଯୋଗ ହେବାରୁ ତାଙ୍କୁ ଧରିବା ପାଇଁ ଜାଲ ବିଛାଯାଇଥିଲା। ଯୋଜନା ମୁତାବକ, ଆଜି ‌ମଙ୍ଗଳବାର ସନ୍ଧ୍ୟାରେ ବ୍ୟକ୍ତିଜଣଙ୍କ ୨୦ ହଜାର ଟଙ୍କା ନେଇ ରାଜସ୍ବ ନିରୀକ୍ଷକଙ୍କ ଘରକୁ ଯାଇଥିଲେ। ସେଠାରେ ତାଙ୍କୁ ଟଙ୍କା ଦେଇଥିଲେ। ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଟିମ୍‌ ଚଢ଼ଉ କରି ତାଙ୍କୁ କାବୁ କରିବା ସହ ଟଙ୍କା ଜବତ କରିଥିଲା। ପରେ ତାଙ୍କୁ ଗିରଫ କରାଯାଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button