ଅପରାଧ

ଜାମିନ ମିଳିବା ପରେ ବି ଜେଲ୍‌ରୁ ବାହାରି ପାରିବେନି ଏଲଭିଶ – bajravana

[ad_1]

ମୁମ୍ବାଇ: ପାର୍ଟୀକୁ ସାପ ଏବଂ ସାପର ବିଷ ଯୋଗାଇଉଥିବା ଅଭିଯୋଗରେ ରବିବାର ୟୁଟ୍ୟୁବର ତଥା ବିଗ୍ ବସ୍ ଓଟିଟି ୨ ବିଜେତା ଏଲଭିଶ ଯାଦବଙ୍କୁ ଗିରଫ କରିଥିଲା ନୋଏଡା ପୁଲିସ। ଏବେ ତାଙ୍କୁ ନେଇ ଏକ ବଡ଼ ତଥ୍ୟ ହସ୍ତଗତ ହୋଇଛି। ଶୁଣିବାକୁ ମିଳୁଛି ଯେ ୫ ଦିନ ହେବ ଜେଲ୍‌ରେ ଥିଲ୍‌ ଏଳଭିଶଙ୍କୁ ଜାମିନ୍‌ ମିଳିଯାଇଛି। ହେଲେ ସେ ଆଜି ବାହାରକୁ ଆସିପାରିବେନି। ଏଲଭିଶଙ୍କୁ ଆହୁରି ଗୋଟାଏ ରାତି ଜେଲ୍‌ରେ କାଟିବାକୁ ହେବ। ନୋଇଡ଼ା ଜିଲ୍ଲା ପ୍ରଶାସନ ଆସନ୍ତାକାଲି ଗୁରୁଗ୍ରାମ ଅଦାଲତରେ ଏଲଭିଶଙ୍କୁ ଉପସ୍ଥାପନ କରିବେ।

ପାର୍ଟୀକୁ ସାପ ଏବଂ ସାପର ବିଷ ଯୋଗାଇଉଥିବା ଅଭିଯୋଗରେ ରବିବାର ୟୁଟ୍ୟୁବର ତଥା ବିଗ୍ ବସ୍ ଓଟିଟି ୨ ବିଜେତା ଏଲଭିଶ ଯାଦବଙ୍କୁ ଗିରଫ ହୋଇଥିବା ଏଲଭିଶ ଆରୋପକୁ ଅସ୍ବୀକାର କରୁଥିଲେ। ଏଲଭିସ୍ ଗିରଫ ପରେ ସମସ୍ତ ଆରୋପକୁ ଗ୍ରହଣ କରିଥିବା ଜଣାପଡ଼ିଛି।  ଏହା ସହ ଗତବର୍ଷ ନଭେମ୍ବରରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ସହ ତାଙ୍କର ସମ୍ପର୍କ ଥିବା ଏଲଭିଶ ଯାଦବ ସ୍ବୀକାର କରିଛନ୍ତି।

ଉଲ୍ଲେଖଯୋଗ୍ୟ, କିଛି ମାସ ପୂର୍ବେ ଏଲଭିଶଙ୍କୁ ଏକ ରେଭ୍ ପାର୍ଟୀରେ ଦେଖିବାକୁ ମିଳିଥିଲା, ଯେଉଁଠାରେ ସେ ତାଙ୍କ ସାଙ୍ଗମାନଙ୍କ ସହିତ ଡ୍ୟାନ୍ସ ପାର୍ଟି କରୁଥିଲେ। ସେମାନଙ୍କ ବେକରେ ବିରଳ ସାପ ଥିବା ପାର୍ଟି ସମୟରେ ରେକର୍ଡ ହୋଇଥିବା ଭିଡିଓରେ ଦେଖାଯାଇଥିଲା। ଏହି ଭିଡିଓ ଭାଇରାଲ ହେବା ପରେ ଏଲଭିସ୍ ପୁଲିସ ରାଡାରକୁ ଆସିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button