ଓଡିଶା

ପୁଣି ଦିଲ୍ଲୀ ଗସ୍ତରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ – bajravana

[ad_1]

ଭୁବନେଶ୍ବର: ବିଜେପି-ବିଜେଡି ମେଣ୍ଟକୁ ନେଇ ଚାଲିଥିବା ଚର୍ଚ୍ଚାରେ ବିରାମ ଲାଗିବା ପରେ ଓଡ଼ିଶା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ସଂଗଠନ ସମ୍ପାଦକ ମାନସ ମହାନ୍ତି  ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଏଣେ ଆଜି ଦିଲ୍ଲୀରେ  ବିଜେପିର ନିର୍ବାଚନ କମିଟି ବୈଠକ ବସୁଛି।ଏହି ବୈଠକରେ ଆଲୋଚନା ପରେ ଓଡ଼ିଶାର ପ୍ରାର୍ଥୀ ତାଲିକା ଆସିବା ନେଇ ସମ୍ଭାବନା ରହିଛି। ଆଜି ଓଡ଼ିଶାର କିଛି ଲୋକସଭା ପ୍ରାର୍ଥୀଙ୍କ ନାଁ ଆଜି ଚୁଡ଼ାନ୍ତ ହୋଇପାରେ।

ଓଡ଼ିଶା ସମତେ ୯ରୁ ଅଧିକ ରାଜ୍ୟର ପ୍ରାର୍ଥୀଙ୍କ ଉପରେ ଆଲୋଚନା ହେବା ସମ୍ଭାବନା ରହିଛି। ପଞ୍ଜାବ, ମହାରାଷ୍ଟ୍ର, ହରିଆନା ପ୍ରାର୍ଥୀଙ୍କ ନାଁ ଆସିପାରେ। ସେହିପରି ଉତ୍ତରପ୍ରଦେଶ, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ବିହାରର ପ୍ରାର୍ଥୀଙ୍କ ନାଁ ଉପରେ ମୋହର ବାଜିବା ସମ୍ଭାବନା ରହିଛି। ଆଜି ବସୁଥିବା ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରମୁଖ ସାମିଲ ହେବେ। ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିବା ପରେ ଓଡ଼ିଶା ପାଇଁ ବିଜେପି ପ୍ରାର୍ଥୀଙ୍କ ନାଁ ଆସିବ ବୋଲି କୁହାଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button