news

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ ଝୁଲଣ ଗୋସ୍ବାମୀ

ନୂଆଦିଲ୍ଲୀ : ଭାରତୀୟ ମହିଳା କ୍ରିକେଟ ଦଳର କିମ୍ବଦନ୍ତୀ ବୋଲର ଝୁଲଣ ଗୋସ୍ବାମୀ ଅବସର ଘୋଷଣା କରିଛନ୍ତି ।ଦଳର ଆଗାମୀ ଇଂଲଣ୍ଡ ଗସ୍ତରେ ସେ ନିଜର ଶେଷ ମ୍ୟାଚ ଖେଳିବେ ।

ମିଳିଥିବା ସୂଚନା ଅନୁସାରେ ଭାରତୀୟ ମହି​ଳା କ୍ରିକେଟ ଦଳ ଆସନ୍ତା ମାସରେ ଇଂଲଣ୍ଡ ଗସ୍ତରେ ଯାଇ ୩ଟି ଦିନିକିଆ ମ୍ୟାଚ ଖେଳିବ । ଏହି ମ୍ୟାଚଗୁଡ଼ିକ ହୋଭ, କାଣ୍ଟରବେରୀ ଓ ଲର୍ଡସଠାରେ ଖେଳାଯିବ । କ୍ରିକେଟର ମକ୍କା କୁହାଯାଉଥିବା ଲର୍ଡସରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଶେଷ ଦିନିକିଆ ଖେଳାଯିବ । ଏହି ମ୍ୟାଚ ହେବ ଝୁଲଣଙ୍କ ଶେଷ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ ।

ଝୁଲଣ ଗତ ମାର୍ଚ୍ଚ ମାସରେ ଅନୁଷ୍ଠିତ ଟି-୨୦ ମହିଳା ବିଶ୍ବକପରେ ଶେଷ ଥର ପାଇଁ ଭାରତୀୟ ଦଳ ପାଇଁ ଖେଳିଥିଲେ । ଏହା ପରେ ଅନୁଷ୍ଠିତ ଶ୍ରୀଲଙ୍କା ଗସ୍ତ ଓ ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ତାଙ୍କୁ ଦଳରେ ସାମିଲ କରାଯାଇନଥିଲା । ତେବେ ଏହି ମହାନ ବୋଲରଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେବାକୁ ତାଙ୍କୁ ପୁଣି ଥରେ ଇଂଲଣ୍ଡ ଗସ୍ତରେ ସାମିଲ କରାଯାଇଛି ।

ନିଜର ୨୦ ବର୍ଷର କ୍ୟାରିୟର ମଧ୍ୟରେ ଝୁଲଣ ୨୦୧ଟି ମ୍ୟାଚ ଖେଳି ମୋଟ ୨୫୨ଟି ଓ୍ବିକେଟ ନେଇଛନ୍ତି, ଯାହାକି ଭାରତୀୟ ମହିଳା କ୍ରିକେଟରେ ସର୍ବାଧିକ । ତାଙ୍କୁ ବିଶ୍ବ ମହିଳା କ୍ରିକେଟରେ ଅନ୍ୟତମ ଶ୍ରେଷ୍ଠ ବୋଲରଭାବେ ଗଣତି କରାଯାଏ । ସେ ମଧ୍ୟ ଭାରତ ପାଇଁ ୧୨ଟି ଟେଷ୍ଟ ଓ ୬୮ଟି ଟି୨୦ ମ୍ୟାଚ ଖେଳିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button