ଓଡିଶା

ଟିକେଟ୍‌ ଆଶାୟୀ ରାଜଧାନୀରେ, ଶିବିର ଶୂନ୍‌ଶାନ୍ – bajravana

[ad_1]

ତାରିଖ ଘୋଷଣା ହେଲା; ନିର୍ବାଚନୀ ଉଷ୍ମତା ନାହିଁ

ଯାଜପୁର: ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ଭିତରେ ଉଭୟ ଦଳର ପ୍ରଚାର ପ୍ରସାର ବନ୍ଦ ରହିଛି। ଟିକେଟ ଲବି ପାଇଁ ଆଶାୟୀ ନେତା ରାଜଧାନୀରେ ଡେରା ପକାଇଛନ୍ତି। ଏପଟେ ରଣନୀତିରେ ସ୍ପଷ୍ଟତା ନଥିବା କାରଣରୁ ନିର୍ବାଚନମଣ୍ଡଳୀସ୍ତରରେ ସେମାନଙ୍କ ଶିବିର ଶୂନ୍‌ଶାନ୍‌। ନିର୍ବାଚନ ତାରିଖ ଘୋଷଣାର ବହୁ ପୂର୍ବରୁ ଯାଜପୁର ଜିଲ୍ଲାରେ ଶାସକ ବିଜେଡି ସରକାରୀ ଯୋଜନା ଆଳରେ ଲୋକଙ୍କ ପାଖରେ ପହଞ୍ଚିବାକୁ ଭରପୂର ଉଦ୍ୟମ କରିଥିଲା। ବିଜେଡି ନେତାମାନେ ଶିଳାନ୍ୟାସ ଓ ଉଦ୍‌ଘାଟନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ସହ ଯୋଡ଼ି ହେବାକୁ ଉଦ୍ୟମ କରିଥିଲେ। ଅପରପକ୍ଷରେ ବିଜେପି ଓ କଂଗ୍ରେସ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ କରି ନିଜ ସପକ୍ଷରେ ଜନମତ ଯୋଗାଡ଼ରେ ଲାଗି ପଡ଼ିଥିଲେ।

କେବଳ ସେତିକି ନୁହେଁ, ଆଶାୟୀ ପ୍ରାର୍ଥୀମାନେ ଗାଁ ଗାଁ ବୁଲିବା ସହ ମିଶ୍ରଣ ପର୍ବ ଆରମ୍ଭ କରିଥିଲେ। ଏବେ କିନ୍ତୁ ସବୁ ଠପ୍‌। ନିର୍ବାଚନ ତାରିଖ ‌ଘୋଷଣା ହୋଇସାରିଥିଲେ ହେଁ ଗାଁ ଗଣ୍ଡାରେ ନିର୍ବାଚନୀ ଉଷ୍ମତା ନାହିଁ। ମେଣ୍ଟ ଚର୍ଚ୍ଚା ଭିତରେ ସବୁକିଛି ନିରବି ଯାଇଛି। ଦଳୀୟ ସମର୍ଥକ ସାମାଜିକ ଗଣମାଧ୍ୟମରେ ଆଉ ହୁଙ୍କାର ଦେଉନାହାନ୍ତି। ସବୁଠାରୁ ବଡ଼ କଥା ହେଉଛି, କ୍ଷେତ୍ରକୁ ଯିବାକୁ ଦଳର ହାଇକମାଣ୍ଡ ନିର୍ଦେଶ ଦେଲେ ମଧ୍ୟ କେହି ରାଜଧାନୀ ଛାଡୁନାହାନ୍ତି। ଗୋଟିଏ ଗୋଟିଏ ଆସନରେ ଏକାଧିକ ଆଶାୟୀ ରହିଥିବାରୁ ପରସ୍ପରକୁ ପଛରେ ପକାଇବାକୁ କଳବଳ ଖଟାଉଛନ୍ତି।

ଉଲ୍ଲେଖଯୋଗ୍ୟ, ଜୁନ୍‌୧ରେ ଅର୍ଥାତ୍‌ ଶେଷ ପର୍ଯ୍ୟାୟରେ ଯାଜପୁର ଜିଲ୍ଲାର ଗୋଟିଏ ଲୋକସଭା ଓ ୭ଟି ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ହେବ। ମେଣ୍ଟଚିତ୍ର ଅସ୍ପଷ୍ଟ ଥିବା ବେଳେ ବିଭିନ୍ନ ଦଳର ପ୍ରାର୍ଥୀ ଚୟନ ଚୂଡ଼ାନ୍ତ ହୋଇପାରିନି। ନବ ନିର୍ମାଣ କୃଷକ ସଙ୍ଗଠନ ବରୀରୁ କୃଷକ ନେତା ନିମାଇଁ ରାୟଙ୍କୁ ପ୍ରାର୍ଥୀ କରିଛି। ଅନ୍ୟପକ୍ଷରେ ମେଣ୍ଟ ଚର୍ଚ୍ଚା ପରେ କଂଗ୍ରେସ ନେତାଙ୍କ ମଧ୍ୟରେ ପୂର୍ବାପେକ୍ଷା ଉତ୍ସାହ ଦେଖାଦେଇଛି। କଂଗ୍ରେସ ନେତାମାନେ ସଭାସମିତି କରିବା ଆରମ୍ଭ କରିଦେଇଛନ୍ତି। ଚର୍ଚ୍ଚା ହେଉଛି ଯେ ବିଜେଡି- ବିଜେପି ମେଣ୍ଟ ହେଲେ ଜିଲ୍ଲାର ଗୋଟିଏ ଆସନ ବିଜେପି ଭାଗରେ ପଡ଼ିବ। ବରୀ, କୋରେଇ କିମ୍ବା ବଡ଼ଚଣା ଆସନ ବିଜେପି ଭାଗରେ ପଡ଼ିପାରେ ବୋଲି ରାଜନୈତିକ ସମୀକ୍ଷକ ମତ ଦେଉଛନ୍ତି। ଏପରି କ୍ଷେତ୍ରରେ ଅନେକ ବିଦ୍ରୋହୀ ପ୍ରାର୍ଥୀ ଉଭା ହୋଇପାରନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button