ଓଡିଶା

ରାଜସ୍ବ ସଂଗ୍ରହରେ ଓଡ଼ିଶାର ରେକର୍ଡ: ଫେବ୍ରୁଆରି ସୁଦ୍ଧା ସାମଗ୍ରିକ ଭାବେ ୨୩% ବୃଦ୍ଧି – bajravana

[ad_1]

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ରାଜସ୍ୱ ସଂଗ୍ରହ ବଢ଼ିଛି। ଗତବର୍ଷ ଅପେକ୍ଷା ଏଥର ଫେବ୍ରୁଆରି ମାସ ସୁଦ୍ଧା ସାମଗ୍ରିକ ଭାବେ ୨୩ ପ୍ରତିଶତ ରାଜସ୍ବ ବୃଦ୍ଧି ପାଇଛି। ଅନ୍ତର୍ଜାତୀୟ ସ୍ତରରେ ଖଣି କାରବାରରେ ମାନ୍ଦାବସ୍ଥା ସତ୍ତ୍ୱେ ଗତବର୍ଷ ଅପେକ୍ଷା ଖଣି ରାଜସ୍ବରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି ହୋଇଛି। ଜମିଜମା ରାଜସ୍ବରେ ସର୍ବାଧିକ ବୃଦ୍ଧି ଘଟିଛି। ଗତବର୍ଷ ଅପେକ୍ଷା ଏଥର ୭୨ ପ୍ରତିଶତ ବଢିଛି। ନିଜସ୍ୱ ଟିକସ ଓ ଅଣ ଟିକସ ଉତ୍ସରୁ ମଧ୍ୟ ରାଜସ୍ୱ ସଂଗ୍ରହ ବୃଦ୍ଧି ହେବା ରାଜ୍ୟର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିଛି। ରାଜସ୍ୱ ବଳକା ରାଜ୍ୟ ଭାବେ ପରିଚିତ ଓଡିଶା ଆର୍ଥିକ ପରିଚାଳନାରେ ମଧ୍ୟ ସାରା ଦେଶ ପାଇଁ ମଡେଲ ସାଜିଛି।

ଗତବର୍ଷ ୭୮,୮୩୪.୪୮ କୋଟି ଟଙ୍କା ସଂଗ୍ରହ ହୋଇଥିବା ବେଳେ ଫେବ୍ରୁଆରି୨୦୨୪ ଶେଷ ପର୍ଯ୍ୟନ୍ତ ରାଜ୍ୟ ସରକାର ୯୪,୦୦୩.୧୫ କୋଟି ଟଙ୍କା ସଂଗ୍ରହ କରିଛନ୍ତି। ରାଜ୍ୟର ନିଜସ୍ୱ ଟିକସ ରାଜସ୍ୱ ସଂଗ୍ରହ ମଧ୍ୟ ୧୮.୬୬ ପ୍ରତିଶତ ଅଭିବୃଦ୍ଧି ରେକର୍ଡ କରିଛି। ଗତମାସ ଶେଷ ପର୍ଯ୍ୟନ୍ତ ମୋଟ ନିଜସ୍ୱ ଟିକସ ରାଜସ୍ୱ ସଂଗ୍ରହ ୪୭,୮୮୪.୩୬ କୋଟି ଟଙ୍କା ହୋଇଥିବାବେଳେ ଗତବର୍ଷ ୪୦,୩୫୫.୮୫ କୋଟି ଟଙ୍କା ସଂଗ୍ରହ କରିଛି। ଏପ୍ରିଲ୍ ୨୦୨୩ରୁ ଫେବ୍ରୁଆରି ୨୦୨୪ ମଧ୍ୟରେ ରାଜ୍ୟରେ ଜିଏସଟି ଜମି ରାଜସ୍ୱ, ଯାନବାହନ ଟ୍ୟାକ୍ସ ଏବଂ ବିଦ୍ୟୁତ୍ ଶୁଳ୍କ ସଂଗ୍ରହରେ ବୃଦ୍ଧି ହେତୁ ନିଜସ୍ୱ ଟିକସ ରାଜସ୍ୱ ସଂଗ୍ରହରେ ଅଭିବୃଦ୍ଧି ଘଟିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button