ଓଡିଶା

ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ ମୁକୁନ୍ଦ ସୋଡ଼ି, ବିଜେପିରେ ମିଶିବା ନେଇ ଚର୍ଚ୍ଚା – bajravana

[ad_1]

ମାଲକାନଗିରି: ବିଜେଡିକୁ ପୁଣି ଏକ ଧକ୍କା ମିଳିଛି। ମାଲକାନଗିରିର ପୂର୍ବତନ ବିଧାୟକ ମୁକୁନ୍ଦ ସୋଡ଼ି ବିଜେଡି ଦଳର ପ୍ରାଥମିକ ସଦସ୍ୟ ପଦରୁ ଉସ୍ତଫା ଦେଇଛନ୍ତି। ସେ ଇସ୍ତଫା ପତ୍ର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଦେଇଛନ୍ତି। ସେ ତାଂକର ଇସ୍ତଫା ପତ୍ରରେ କାହିଁକି ଦଳ ଛାଡିଲେ ଜଣାଇନଥିବା ବେଳେ ଏଥର କିନ୍ତୁ ତାଂକୁ ଦଳ ଆଉ ଟିକଟ ଦେବ ନାହିଁ ବୋଲି ସେ ଜାଣିସାରିଥିଲେ। ତେଣୁ ହୁଏତ ସେ ଏଥିପାଇଁ ଦଳ ଛାଡି ଥିବା ଅନୁମାନ କରାଯାଉଛି। ତେବେ ସେ ବିଜେପିରେ ଯୋଗଦାନ କରିବ ବୋଲି ଚର୍ଚ୍ଚା ଜୋର ଧରିଛି।

ପ୍ରକାଶ ଥାଉକି ଗତ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ସେ ମାଲକାନଗିରି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପୁଣି ଦଳ ତାଂକୁ ଗତ ୨୦୧୯ରେ ପୁଣି ଟିକଟ ଦେଇଥିଲା। କିନ୍ତୁ ଏଥର ସେ ପରାଜୟ ହୋଇଥିଲେ। ବିଜେପି ସହଜରେ ମାଲକାନଗିରି ନିର୍ବାଚନ ମଣ୍ଡଳୀକୁ ହାତେଇ ନେଇଥିଲା। ମୁକୁନ୍ଦ ସୋଡି ପୂର୍ବତନ ମାଲକାନଗିରି ବିଧାୟକ ଏବଂ ବର୍ତ୍ତମାନର ବିଧାୟକ ଅରବିନ୍ଦ ଢାଲିଙ୍କର ବଡ ସମର୍ଥକ। ତେଣୁ ସେ ଗତଥର ଟିକଟ ପାଇବାରେ ସଫଳ ହୋଇଥିଲେ। ଗତଥର ମାନସ ମାଡକାମୀ ଟିକଟ ପାଉ ପାଉ ବଂଚିତ ହୋଇଥିଲେ। ଶେଷ ସମୟରେ ତାଂକ ନାମ କାଟି ମୁକୁନ୍ଦ ସୋଡିଙ୍କ ନାମ ଘୋଷଣା କରାଯାଇଥିଲା, ଯାହା ଦଳ ହାରିବା ନେଇ ପୂର୍ବରୁ ଚର୍ଚ୍ଚା ହୋଇସାରିଥିଲା।

ଏବେ ସେ ଦଳ ଛାଡିଥିବା ବେଳେ ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଆଲୋଚନା ହେଉଥିବା ବେଳେ ଟିକଟ ପାଇବାର ଆଶା ମଧ୍ୟ ରଖିଥିବା ଆଲୋଚନା ହେଉଛି।ଏନେଇ ବିଜେଡିର ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମୀଙ୍କୁ ପଚାରିବାରୁ ଏଥିରେ ଦଳରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ସେ କହିଥିଲେ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଆଶୀର୍ବାଦ ମାଲକାନଗିରି ପ୍ରତି ରହିଛି। ଲୋକେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭଲ ପାଉଛନ୍ତି। ତେଣୁ ଏଥର ମାଲକାନଗିରି ନିର୍ବାଚନ ମଣ୍ଡଳୀ ବିଜେଡି ହାତକୁ ଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ସରକାରଙ୍କର କିଛି ଯୋଜନା ମାଲକାନଗିରିରୁ ଆରମ୍ଭ ହୋଇଥିବାରୁ ଲୋକେ ଏଥିରେ ବେଶ ଖୁସି ଜାହିର କରିଛନ୍ତି। ତେଣୁ ବିଜେଡି ପ୍ରତି ଲୋକଙ୍କର ଆସ୍ଥା ରହିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button